Posted inଜାତୀୟ

କମଳନାଥ ସରକାରଙ୍କୁ ଅପରେଶନ୍‌ ଲୋଟସ୍‌ ଭୟ: ୯ କଂଗ୍ରେସ ବିଧାୟକଙ୍କୁ ଭାଜପା ବନ୍ଧକ ରଖିଥିବା ଅଭିଯୋଗ

ଭୋପାଳ,୪।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ସଙ୍କଟରେ ପଡ଼ିଛନ୍ତି। ଭାଜପା କଂଗ୍ରେସର ୯ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଭାଜପା ପକ୍ଷରୁ ଅପରେଶନ୍‌ ଲୋଟସ୍‌ ଆରମ୍ଭ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବିଧାୟକଙ୍କୁ ଗୁରୁଗାଓଁର ଆଇଟିସି ମରାଠା ହୋଟେଲରେ ରଖାଯାଇଥିବା କୁହାଯାଉଛି। ବିଧାୟକଙ୍କୁ କିଣିବା ପାଇଁ ୩୦ରୁ ୩୫ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଥିବା କଂଗ୍ରେସ ସଦସ୍ୟ ଜିତୁ ପଟଓ୍ବାରୀ ଅଭିଯୋଗ କରିଛନ୍ତି। ଏଭଳି କାର୍ଯ୍ୟ କରି ଭାଜପା ଗଣତନ୍ତ୍ରର ହତ୍ୟା କରୁଥିବା ସେ କହିଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ୨୩୦ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ଜଣ ବିଧାୟକ ରହିଛନ୍ତି। ସେହିପରି ଭାଜପା ପାଖରେ ୧୦୭ ବିଧାୟକ ଅଛନ୍ତି। ନିର୍ବାଚନ ପରେ ଏହି ସଂଖ୍ୟା ୧୦୯ ଥିଲେ ମଧ୍ୟ ବିଭିନ୍ନ କାରଣରୁ ୨ ବିଧାୟକ ଭାଜପାଠାରୁ ଦୂରେଇ ଯାଇଛନ୍ତି। ଏଠାରେ ସରକାର ଗଢ଼ିବା ପାଇଁ ୧୧୬ ବିଧାୟକଙ୍କ ସମର୍ଥନ ରହିବା ଜରୁରୀ। ୨୦୧୮ ବିଧାନସଭା ନିର୍ବାଚନ ପରେ ମ୍ୟାଜିକ୍‌ ନମ୍ବର ଜୁଟାଇବା ପାଇଁ କଂଗ୍ରେସ ୪ ନିର୍ଦ୍ଦଳୀୟ, ଏସ୍‌ପିର ଜଣେ ଏବଂ ବିଏସ୍‌ପିର ଜଣେ ବିଧାୟକଙ୍କ ସମର୍ଥନ ଲୋଡ଼ି ୧୨୦ ଆସନ ହାସଲ କରିଥିଲା। ଏବେ ଭାଜପା କଂଗ୍ରେସ ବିଧାୟକଙ୍କ ସହାୟତାରେ କମଳନାଥ ସରକାରଙ୍କୁ କ୍ଷମତାଚ୍ୟୁତ କରିବାର ଯୋଜନା କରୁଥିବା ଅଭିଯୋଗ ହୋଇଛି। ବିଏସ୍‌ପିର ୨ ବିଧାୟକ ଦଳରୁ ନିଲମ୍ବିତ ହୋଇଥିବାରୁ ଭାଜପା କଂଗ୍ରେସ ବିଧାୟକଙ୍କୁ ହାତେଇବାର ଉଦ୍ୟମ କରୁଥିବା କୁହାଯାଉଛି। ରାଜ୍ୟର ରାଜନୈତିକ ସ୍ଥିତି ନେଇ ଦିଗ୍‌ବିଜୟ ସିଂ ଏବଂ କମଳନାଥଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri