କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି ହୋଇଛି ଲକ୍‌ଡାଉନ୍‌। ‘ଜିତିବ ଦେଶ, ହାରିବ କରୋନା’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ସରକାର। ଏପରି ଜଟିଳ ସମୟରେ କରୋନା ସଚେତନତାର ନୀରବ ଯୋଦ୍ଧା ସାଜିଛନ୍ତି ଢେଙ୍କାନାଳର ଯୁବକବି ଅବନୀ ମିଶ୍ର। ତାଙ୍କଦ୍ୱାରା ଲିଖିତ କରୋନା ସମ୍ପର୍କିତ ସଚେତନତାମୂଳକ କବିତା ଏବେ ସୋସିଆଲ ମିଡିଆରେ ସାଉଁଟୁଛି ଅଜସ୍ର ପ୍ରଶଂସା।
ରଥଗଡ଼ା ଅଞ୍ଚଳରେ ରହୁଥିବା ଅବନୀ ହେଉଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ। ଗୀତିକାର, ସ୍ତମ୍ଭକାର ଏବଂ ପ୍ରବଚକ ଭାବେ ସେ ବେଶ୍‌ ପରିଚିତ। କେବଳ ଏତିକି ନୁହେଁ, ସେ ଜିଲା କଳା ସଂସ୍କୃତି ସଂଘର ଉପସଭାପତି ପଦବୀରେ ମଧ୍ୟ ଅଛନ୍ତି। ଲକ୍‌ଡାଉନ୍‌ ସମୟକୁ ଠିକ୍‌ ଭାବେ ଉପଯୋଗ କରିବାକୁ ଅବନୀ ଲେଖୁଛନ୍ତି କରୋନା ସମ୍ପର୍କିତ ସଚେତନତା କବିତା। ଏହାକୁ ସେ ସୋସିଆଲ୍‌ ମଡିଆ ସାଇଟ୍‌ରେ ପୋଷ୍ଟ କରି ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି। ‘କରନା ହେଳା’, ‘କବାଟ ଖୋଲନା’ କବିତାରେ କରୋନାର ଭୟାବହତାକୁ ସେ ସାବଲୀଳ ଢଙ୍ଗରେ ଦର୍ଶାଇଛନ୍ତି। ଏଥିସହ ହାତ ଧୋଇବା, ଘରୁ ନ ବାହାରିବା, ସାମାଜିକ ଦୂରତା ରଖିବା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମଧ୍ୟ ଏଥିରେ ସ୍ଥାନିତ କରିଛନ୍ତି। ଏ ନେଇ ଅବନୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଘରେ ବସି ଲୋକଙ୍କୁ ସଚେତନ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ସୋସିଆଲ୍‌ ମଡିଆରେ କବିତା ପୋଷ୍ଟ କରିବା ପରେ ଅନେକେ ନିଜର ମତ ଦେଉଛନ୍ତି। କରୋନା ଲଢ଼େଇରେ ଯୋଡ଼ି ହେଉଛନ୍ତି। ଏପରି କାର୍ଯ୍ୟରେ ସ୍ତ୍ରୀ ସସ୍ମିତା ତାଙ୍କୁ ପ୍ରେରିତ କରିଥିବା ଅବନୀ କହିଛନ୍ତି। ସୂଚନାଯୋଗ୍ୟ, ଅବନୀଙ୍କ ରଚନାରେ ବହୁ ଭଜନ ମୁକ୍ତିଲାଭ କରିଛି। ଇରା ମହାନ୍ତି, ଶୈଳଭାମା, ରଶ୍ମିରଞ୍ଜନ ପଣ୍ଡା, ପଙ୍କଜ ଜାଲ ତାଙ୍କ ରଚିତ ଗୀତରେ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri