Posted inଖେଳ

କନ୍ନଡରରେ ବାର୍ତ୍ତାଳାପ କଲେ ରାହୁଲ, ପାଣ୍ଡେ

ବେଙ୍ଗାଲୁରୁ,୧୩।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଗତ ତୃତୀୟ ଦିନିକିଆ ମ୍ୟାଚ୍‌ ଅବସରରେ କର୍ନାଟକର ଦୁଇ କ୍ରିକେଟର ଲୋକେଶ ରାହୁଲ ଓ ମନୀଷ ପାଣ୍ଡେ ହିନ୍ଦୀ କିମ୍ବା ଇଂଲିଶ୍‌ରେ କଥା ନ ହୋଇ ନିଜ ମାତୃ ଭାଷା କନ୍ନଡରେ ବାର୍ତ୍ତାଳପ କରିଥିଲେ। ମ୍ୟାଚ୍‌ ପ୍ରସାରଣ ବେଳେ ଏହା ଶୁଣିବାକୁ ମିଳିଥିଲା। ଏହା କର୍ନାଟକର କ୍ରିକେଟ ପ୍ରେମୀଙ୍କୁ ଅବଶ୍ୟ ଖୁସି କରିଥିବ। ପଡିଆରେ ଲଗାଯାଇଥିବା ମାଇକ୍ରୋଫୋନରେ ଏହି ଦୁଇ କ୍ରିକେଟରଙ୍କ ବାର୍ତ୍ତାଳାପ ରେକର୍ଡ ହୋଇଥିଲା ଓ ପରେ ଏହାର ପ୍ରସାରଣ କରାଯାଇଥିଲା। ଅନ୍ତିମ ଦିନିକିଆରେ ଗୁରୁତ୍ୱପୂର୍ଣ୍ଣ ସମୟରେ ଦୁହେଁ ନିଜ ଭାଷାରେ କଥା ହୋଇଥିଲେ। ଏହା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା।
‘ଓଡି ଓଡି ବା’ ଅର୍ଥାତ ଆସ ଦୌଡ଼ ବୋଲି ଉଭୟ ପରସ୍ପରକୁ କହିଥିଲେ। ‘ବାରଥିରା’(ତୁମେ ଆସିବ କି), ବେଡ଼ା ବେଡ଼ା (ନା ନା) ଓ ‘ବା ବା’ (ଆସ) ଭଳି ଉଭୟ ବ୍ୟାଟ୍ସମ୍ୟାନ ବ୍ୟବହାର କରିଥିଲେ। ବଡ଼ ପାଟିରେ ଏହି ଶବ୍ଦ ବ୍ୟବହାର କରିଥିଲେ ରାହୁଲ ଓ ପାଣ୍ଡେ, ଯାହାକୁ ଅଣଦେଖା କରିହେବ ନାହିଁ। ବିଶ୍ୱରେ ଥିବା କନ୍ନଡ ଭାଷାଭାଷୀ ଲୋକ ଏହା ଶୁଣି ଅବଶ୍ୟ ଖୁସି ହୋଇଥିବେ। ମ୍ୟାଚ୍‌ରେ ରାହୁଲ ୧୦୭ ଓ ପାଣ୍ଡେ ୪୨ ରନର ପାଳି ଖେଳିଥିଲେ ଓ ଉଭୟ ପଞ୍ଚମ ଉଇକେଟରେ ୧୦୭ ରନ ସଂଗ୍ରହ କରି ଭାରତର ସ୍କୋରକୁ ୨୯୬ରେ ପହଞ୍ଚାଇଥିଲେ।
ଉଲ୍ଲେଖଥାଉ କି, ପାଣ୍ଡେ ବେଙ୍ଗାଲୁରୁରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଓ ରାହୁଲ କର୍ନାଟକର ତୁମାକୁରୁରେ ଜନ୍ମ ଗ୍ରହଣ କରିଥିଲେ। ରାହୁଲ ଅବଶ୍ୟ ପରେ ଜୈନ ଜାଭିୟର ବିଶ୍ୱ ବିଦ୍ୟାଳୟରେ ପାଠ ପଢିଥିଲେ। ଅନ୍ତିମ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ୩-୦ରେ ଦିନିକିଆ ସିରିଜ କ୍ଲିନ୍‌ ସୁଇପ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri