କନ୍ଧମାଳରେ ୫୭.୪ ପ୍ରତିଶତ ମତଦାନ

ଫୁଲବାଣୀ ଅଫିସ, ୧୯ା୪-କନ୍ଧମାଳ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି| କନ୍ଧମାଳ ଲୋକ ସଭା ଅଧୀନ ୭ ବିଧାନସଭା  ନିର୍ବାଚନମଣ୍ଡଳୀରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୫୭.୪ ରହିଛି। ଫୁଲବାଣୀ ବିଧାନସଭାରେ ୫୯%, ବାଲିଗୁଡା ବିଧାନସଭାରେ ୫୩.୨, ଜି.ଉଦୟଗିରି ବିଧାନସଭାରେ ୬୩%, କଣ୍ଟାମାଳ ବିଧାନସଭାରେ ୬୭%, ବୌଦ୍ଧ ବିଧାନସଭାରେ ୬୫%, ଦଶପଲ୍ଲା ବିଧାନସଭାରେ ୪୬%, ଭଞ୍ଜନଗର ବିଧାନସଭାରେ ୫୮% ମତଦାନ ହୋଇଛି ା

ପ୍ରବଳ ଖରାହେତୁ ଅପରାହ୍ନରେ ଭୋଟରଙ୍କ ଗହଳି ବୁଥ୍‌ରେ ଦେଖିବାକୁ ମିଳିଥିଲା ା କେତେକ ସ୍ଥାନରେ ସନ୍ଧ୍ୟା ସାଢ଼େ ୬ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟିଂ ହୋଇଛି ା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଫିରିଙ୍ଗିଆ ବ୍ଲକରେ ନିର୍ବାଚନକୁ ନେଇ ପ୍ରଶାସନ ଅଡୁଆର ପଡିଛି। କୋଏରମାଣ୍ଡୁ-ବାରାହାଲା ରାସ୍ତା ସରୁପାଜୁ ପାଖରେ  ମାଓବାଦୀମାନେ ଗଛ ପକାଇ ଥିବାରୁ ପୋଲିଂ ପାଟି ଅଟକି ରହିଛନ୍ତି ା ପୋଲିସ ନ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ଅଟକି ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ରାତି ହୋଇଯାଇଥିବାରୁ ଇଭିଏମ୍‌ ସହ ପୋଲିଂ ପାଟି ଫେରାଇ ଆଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ସେହିପରି ବୁଧବାର ସୁମରବନ୍ଧ ପଞ୍ଚାୟତରେ ମାଓବାଦୀ ପୋଲିଂ ପାଟି ଗାଡି ପୋଡି ଦେଇଥିଲେ ା ହେଲେ ଗୁରୁବାର ସେଠାରେ ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ସରିଛି ା    ବାଲିଗୁଡା ନିର୍ବାଚନମଣ୍ଡଳୀର ବାଟାଗୁଡା ପଞ୍ଚାୟତର ଗଙ୍ଗେରୀ, ଡୁକାମିଲା, ପଲସିମିଲା ଓ ଟଙ୍ଗମ ଗ୍ରାମର ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଭୋଟର ଭୋଟ ବର୍ଜନ କରିଛନ୍ତିି ା ସେମାନଙ୍କ ମୌଳିକ ସମସ୍ୟା ସମାଧାନ ହୋଇ ନ ଥିବାରୁ ଏହି ପଦକ୍ଷେପ ନେଇଛନ୍ତି ା ସେହିପରି ଦାରିଙ୍ଗବାଡିରେ କେତେକ ବୁଥ୍‌ରେ ଇଭିଏମରେ ତ୍ରୁଟି ଦେଖା ଯିବାରୁ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା। ଫୁଲବାଣୀର ତୁଡିପାଜୁ ପଞ୍ଚାୟତ ଡକାଙ୍ଗି ଗ୍ରାମବାସୀ ସେମାନଙ୍କ କେତେକ ସମସ୍ୟା ନେଇ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଭୋଟ ବର୍ଜନ କରିଥିଲେ ା ପ୍ରଶାସନ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବାରୁ ଗ୍ରାମବାସୀ ଭୋଟ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri