Posted inଜାତୀୟ

କଠୁଆ ଗଣ ବଳାତ୍କାର ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇଛି। ଅଦାଲତ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଗାଁ ମୁଖିଆ ସାଞ୍ଜି ରାମ, ପରଭେସ କୁମାର ଓ ପୋଲିସ ଅଧିକାରୀ ଦୀପକ ଖଜୁରିଆଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ବେଳେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜରିମାନ କରାଯାଇଛି। ସେହିପରି ତିଲକ ରାଜ, ଆନନ୍ଦ ଦତ୍ତ ଓ ସୁରେନ୍ଦ୍ର ବର୍ମାଙ୍କୁ ୫ ବର୍ଷ ଲେଖାଁ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, କୋର୍ଟ ପୂର୍ବରୁ ଏହି ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ପଠାନକୋଟ କୋର୍ଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ରାହୁଲ

ଲକ୍ଷ୍ନୌ,୩ା୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାଏବରେଲି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମା’ ସୋନିଆ ଗାନ୍ଧୀ, ଭଉଣୀ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ: ଏତିକି କେତେ ଆସନରେ ଜିତିବ କଂଗ୍ରେସ

କୋଲକାତା,୩।୫: ପଶ୍ଚିମବଙ୍ଗର ବଦ୍ଧମାନ-ଦୁର୍ଗାପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯଦି ମୋଦି...

କହୁଥିଲେ ଡର ନାହିଁ କି ପଳାୟନ କର ନାହିଁ, ଏବେ ଡରିଯାଇ ଓ୍ବାୟନାଡରୁ ରାଏବରେଲି ଯାଉଛନ୍ତି

ନୂଆଦିଲ୍ଲୀ,୩।୫: ହିମାଚଳ ପ୍ରଦେଶର ଧର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଟାର୍ଗେଟ...

ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୩।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ...

ରାହୁଲ ରାଏବରେଲିରୁ ପ୍ରାର୍ଥୀ ହେବା ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାଁ ନ ନେଇ ବର୍ଷିଛନ୍ତି। ରାଏବରେଲିରୁ ରାହୁଲ ଗାନ୍ଧୀଙ୍କ...

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri