କଠିନ ପରିଶ୍ରମ, ଧର୍ଯ୍ୟ, ନିଷ୍ଠା ଦେଇଛି ସଫଳତା; ରୁଚି ମସଲା ପ୍ରତିଷ୍ଠାତା

ଓଡ଼ିଶା ବାଣିଜ୍ୟ ଇତିହାସରେ ମସଲା ରପ୍ତାନି ବହୁ ପୁରାତନ। ଦେଶ ବିଦେଶରେ ଓଡ଼ିଶା ମସଲାର ଖୁବ ଆଦର ରହି ଆସିଛି। ଓଡିଶା ମସଲାକୁ ଦେଶ ବିଦେଶରେ ଲୋକପ୍ରିୟ କରିବା ଦିଗରେ କଟକରେ ଜନ୍ମିତ ରୁଚି ମସଲା କାମ କରୁଛି। ଦୀର୍ଘ ୪୫ବର୍ଷ ଧରି କମ୍ପାନୀ ଭାରତର ୧୮ଟି ରାଜ୍ୟ ଏବଂ ବିଦେଶରେ ନିଜର ସେବା ଯୋଗାଇ ଦେଉଛି। ଚଳିତବର୍ଷ ଶ୍ରୀଗୁଣ୍ଡିଚାରେ କମ୍ପାନୀ ତା’ର ୪୫ବର୍ଷ ପୂର୍ତ୍ତି ଉସତ୍ବ ପାଳନ କରିଛି। ଓଡ଼ିଶାର ମସଲା ମଣିଷ ଭାବେ ଘରେ ଘରେ ପରିଚିତ ତଥା ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଏବଂ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପିଠାପଣାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ସଫଳ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁଙ୍କ ସହ ଧରିତ୍ରୀର ବିଶେଷ ଆଳାପ….
ଚାକିରୀ ପରିବର୍ତ୍ତେ ଆପଣ ବ୍ୟବସାୟ ପ୍ରତି ମନବଳାଇବାର କାରଣ କଣ ଥିଲା?
– ରାଣୀହାଟ ହିନ୍ଦ ସିନେମା ନିକଟରେ ମୋ ବାପାଙ୍କର ଏକ ଛୋଟ ହୋଟେଲ ଥିଲା। ଏକ ଚାଳିଆ ଘରେ ଥିବା ସେହି ହୋଟେଲରେ ପରସା ଯାଉଥିବା ମଟନ ଚାମ୍ପ ବହୁ ସ୍ବାଦିଷ୍ଟ ଥିଲା। ଏହା ଗ୍ରାହକମାନଙ୍କର ମନପସନ୍ଦର ଖାଦ୍ୟ ଥିଲା। ହୋଟେଲରେ ଗ୍ରାହକଙ୍କ ଭିଡ ରହୁଥିଲା। ବାପାଙ୍କୁ ହୋଟେଲରେ ସାହାଯ୍ୟ କରୁକରୁ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଛା ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ବିକ୍ରି ସରିବା ପରେ ବାପାଙ୍କ ସହ ଲାଭ ଟଙ୍କା ଗଣିବାରେ ଆନନ୍ଦ ମିଳୁଥିଲା। ଏଭଳି ବ୍ୟବସାୟ ପ୍ରତି ଉସତ୍ାହ ବଢିଗଲା। ୧୯୭୪ରେ କଟକ ପୌରସଂସ୍ଥା ପକ୍ଷରୁ ବାପାଙ୍କ ହୋଟେଲଟିକୁ ଭାଙ୍ଗି ଦିଆଗଲା। ପରେ ବାପା ଆଉ ଏକ ସ୍ଥାନରେ ଏକ ଛୋଟ ଦୋକାନ କଲେ। ସେହି ସମୟରେ ରୋଜଗାର ଅନ୍ବେଷଣରେ ଥିଲି।
ରୁଚିର ସ୍ଥାପନ କିପରି ହେଲା ?
– ମହାଜନ(ତେଲି) ଘରର ପୁଅ ଥିବାରୁ ବ୍ୟବସାୟ କୁଳ ବେଉସା ଥିଲା। ହୋଟେଲ ଭାଙ୍ଗିବା ପରେ ଚିନ୍ତିତ ଥିଲୁ। ସେହି ସମୟରେ ଓଏସ୍‌ଆଇସି ପ୍ରଦତ୍ତ ଉଦ୍ୟୋଗୀ ପ୍ରଣିକ୍ଷଣ କାର୍ଯ୍ୟକ୍ରମ ମଉଳି ଯାଇଥିବା ବ୍ୟବସାୟ ଚିନ୍ତାଧାରାକୁ ଜାଗ୍ରତ କରାଇଲା। କଲିକତା ଯାଇ ଏକ ମସଲା କାରଖାନରେ କାମ କଲି। ବେତନ କମ୍‌ ଥିଲେ ସୁଦ୍ଧା କାରଖାନର ଯନ୍ତ୍ରପାତି, କଞ୍ଜାମାଲ, ଆମଦାନୀ, ମସଲା ପ୍ରସ୍ତୁତି ଓ ପ୍ୟାକେଜିଂ ସହ ବିକ୍ରିବଟା ଏବଂ ପରିଚାଳନା କରିବାରେ ମନ ରହିଥିଲା। କିଛି ଦିନ କାମ କଲାପରେ ପରେ ଓଡ଼ିଶା ଫେରି ଏକ ଅଟା କଳ ସ୍ଥାପନ କରି ବ୍ୟବସାୟ ଆରମ୍ଭ କଲି।
ରୁଚିର ନାମ ବଜାରକୁ କିପରି ଆସିଲା ?
ବାପାଙ୍କ ହୋଟେଲର ସ୍ବାଦିଷ୍ଟ ଭୋଜନକୁ ଗ୍ରାହକମାନେ ରୁଚିକର ଭୋଜନ ବୋଲି କହୁଥିଲେ। ସାଙ୍ଗମାନଙ୍କ ପରାମର୍ଶରେ ଏକ ଅଟା କଳ ସ୍ଥାପନ କରିଥିଲୁ। ଅଟାର କିଛି ସ୍ବାତନ୍ତ୍ର୍ୟ ରହିବା ପାଇଁ ଉକ୍ତ ଚକି ଅଟାକୁ ରୁଚି ଅଟା ଭାବେରେ ନାମିତ କରାଯାଇଥିଲା।
ମସଲା ଉଦ୍ୟୋଗ କ୍ଷେତ୍ରକୁ କିପରି ଆସିଲେ?
– ହୋଟେଲ ଥିଲା ବେଳୁ ବୋଉ ଶିଳରେ ବିଭିନ୍ନ ପ୍ରକାରର ସାମଗ୍ରୀକୁ ବାଟି ମସଲା ପ୍ରସ୍ତୁତ କରୁଥିବାର ଦେଖିଥିଲି। ମସଲା ପ୍ରସ୍ତୁତି ବେଳେ ଅତ୍ୟଧିକ ପରିଶ୍ରମ କରିବାକୁ ପଡୁଥିଲା। ମା’ଙ୍କର ଅକ୍ଲାନ୍ତ ପରିଶ୍ରମକୁ ଅନୁଭବ କରିଥିଲି। ଅଟା ସହ ସେହି ଚକିରେ ହଳଦୀ, ଲଙ୍କା, ଜିରା, ଧନିଆ ଆଦି ଗୁଣ୍ଡ କରି ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ଆରମ୍ଭ ହେଲା। ସେହି ସମୟରେ କଟକରେ ଗୁଣ୍ଡ ମସଲାର ପ୍ରଚଳନ ପ୍ରାୟ ନ ଥିଲା କହିଲେ ଚଳେ।
ବର୍ତ୍ତମାନର ଅତ୍ୟାଧୁନିକ କାରଖାନ କିପରି ରହିଛି।
– ପ୍ରଥମେ ଖପୁରିଆରେ ୪୦୦ ବର୍ଗଫୁଟ ପରିମିତ ଭଡା ଘରେ କାମ ଆରମ୍ଭ ହୋଇଥିଲା। ଏହାର ନାମ ଓମ୍‌ ଅଏଲ ଆଣ୍ଡ ଫ୍ଲୋର ମିଲ୍‌ ଥିଲା। ଖାଇବା ତେଲର କାରଖାନା ଏବଂ ଅଟା ଉପତ୍ାଦନ କରିବା ଲକ୍ଷ୍ୟ ଥିଲା। ତେଲ କାରଖାନର କଞ୍ଚାମାଲ ଏତେ ସହଜ ସାଧ୍ୟ ନ ଥିଲା। ପୂର୍ବ ଅଭିଜ୍ଞତା ଓ ଅଟା ଚକିରେ ଅଟା ଓ ମସଲା ଉଭୟ ହୋଇପାରିବା ସହଜ ହେବାରୁ ରୁଚି ମସଲା ସୃଷ୍ଟି ହେଲା। ସେହି ସମୟରେ ଓଡ଼ିଶାରେ ମିଶ୍ରିତ ମସଲା ବ୍ଲେଟେଡ ଆରମ୍ଭ ହୋଇ ନ ଥିଲା। ହୋଟେଲର ଅଭିଜ୍ଞତା ଏଥିରେ କାମ ଆସିଥିଲା । ଏହାବାଦ ବିଦେଶଗସ୍ତ କରି ଅତ୍ୟାଧୁନିକ ପ୍ୟାକେଜିଂ ମେସିନ ଆଣିବା ଫଳରେ ଓଡ଼ିଶାର ମସଲା ବଜାର ବେଶ ଉସତ୍ାହିତ ହୋଇଥିଲା। ଏହା ଆଗକୁ ବଢିବାକୁ ଆହୁରି ପ୍ରେରଣା ଦେଲା।
କମ୍ପାନୀ ସାମ୍ନାରେ ସବୁଠୁ ବଡ ଚ୍ୟାଲେଞ୍ଜ କଣ?
– ଗୁଣବତ୍ତାକୁ ବଜାୟ ରଖିବା ପାଇଁ ଗୁଣଯୁକ୍ତ କଞ୍ଚାମାଲର ଆବଶ୍ୟକତା ରହିଛି। ଏହା ସଂଗ୍ରହ ହେଲା ପରେ ବିଶ୍ୱସ୍ତରୀୟ ପ୍ରକ୍ରିୟାକରଣ ଓ ଗୁଣବତ୍ତାକୁ ଅତୁଟ ରଖିବା ପାଇଁ ସର୍ବୋକୃଷ୍ଟ ପ୍ୟାକେଜିଂ ଆବଶ୍ୟକ। ବଜାରରେ ନାମ ଓ ଗୁଣବତ୍ତାକୁ ସନ୍ତୁଳିତ ରଖି ଗ୍ରାହକମାନଙ୍କ ନିକଟତର ହେବା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି।
କମ୍ପାନୀର ଆଗାମୀ ଯୋଜନା କଣ ରହିଛି?
– କଟକ ବାଙ୍କୀ ମଧ୍ୟରେ ରହିଥିବା ରାମଦାସପୁର ଠାରେ ୧୫ ଏକର ଜାଗା ଉପରେ ଏକ ସର୍ବୋତ୍ତମ ଅତ୍ୟାଧୁନିକ ସ୍ବୟଂକ୍ରିୟ ମେସିନ ସ୍ଥାପନ ଦ୍ୱାରା ଏକ ଡ୍ରିମ ୟୁନିଟ ସ୍ଥାପନ କରାଯିବ। ଏଠାରେ ଅର୍ଗାନିକ ସାମଗ୍ରୀରୁ ରେଡି ଟୁ ଇଟ ଫ୍ରୋଜେନ ଫୁଡ୍‌ ପ୍ରସ୍ତୁତି କରାଯିବ। ୩୦ ପ୍ରକାରର ଖାଦ୍ୟ ଓ ୩୦୦୦ ନିଯୁକ୍ତି ସମ୍ଭାବନା ରଇଛି। ସମଗ୍ର ବିଶ୍ୱରେ ଓଡିଶାର ପାରମ୍ପରିକ ଖାଦ୍ୟକୁ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଆରିସା, କାକରା, ମଣ୍ଡା, ପୋଡପିଠା,ଏଣ୍ଡୁରି ଓ ପଖାଳ ଆଦିକୁ ଉପଲବ୍ଧ କରାଇବାରେ ଚେଷ୍ଟା ଅବ୍ୟାହତ ରହିଛି। କୋପରେଟିଭ ଫାର୍ମିଂ ଦ୍ୱାରା ଅର୍ଗାନିକ ଚାଷ କରି ଉନ୍ନତ ଖାଦ୍ୟକୁ ବିକ୍ରି ଯୋଜନା ରହିଛି। ଶୁଦ୍ଧ କେମିକାଲ ରହିତ ଉପତ୍ାଦରେ ଏହି ସବୁ ଜିନିଷ ପ୍ରସ୍ତୁତ କରାଯିବ। ଝିଅ ରଶ୍ମୀ ସାହୁ ରୁଚି ଫୁଡ ଲାଇନର ଦାୟିତ୍ୱ ଥିବା ବେଳେ ପୁଅ ଅରବିନ୍ଦ ସାହୁ କାମରେ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com
ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri