କଟକରେ ସାହିଠୁ ସହର ଉତ୍ସବମୁଖର

କଟକ ଅଫିସ,୧୪।୬: ପାନ ଓ ପାଗର ଏକ ଚମତ୍କାର ସମନ୍ବୟ ହେଉଛି ରଜ। ଗାଁରେ ଶିଳପୂଜାରୁ ବସୁମତୀ ସ୍ନାନ ବା ଭୂମି ଦହନ ପର୍ଯ୍ୟନ୍ତ ଭିନ୍ନଭିନ୍ନ ପର୍ଯ୍ୟାୟକୁ ନେଇ ରଜପର୍ବ ପାଳିତ ହେଉଥିଲାବେଳେ କଟକ ବି ସେଥିରୁ ବାଦ୍‌ ଯାଏନାହିଁ। ମହାନଗରୀର ମର୍ଯ୍ୟାଦା ବହନ କରୁଥିବା କଟକ ଏକ ବିଶାଳ ଗ୍ରାମ। ଗ୍ରାମୀଣ ପରମ୍ପରା ସହ ଜଡ଼ିତ କଟକରେ ଏବେ ରଜ ପାଇଁ ଉତ୍ସବମୁଖର ହୋଇଉଠିଛି। ତିନିଘରିଆ, ସାର୍ତ୍ତୋଳ, ହରିପୁର, ପିଠାପୁର, ଶଙ୍କରପୁର, ରାଣୀହାଟ ତେଲିସାହି, ମାଳିସାହି, ଶଗଡ଼ିଆସାହି, ବକ୍ସିବଜାର ବଢ଼େଇ ସାହି, ମାଛୁଆବଜାର, ନୂଆପାଟଣା, ମହ୍ଲାସାହି ଆଦି ପୁରୁଣା ବସତିଗୁଡ଼ିକରେ ଦୋଳିଖେଳ, ତାସଖେଳ ସହିତ ରାସ୍ତା କଡ଼ରେ ସ୍ବତନ୍ତ୍ର ରଜ ପାନ ପସରା ଗୁରୁବାରଠାରୁ ଖୋଲି ସାରିଲାଣି। ଘରେ ଘରେ ପିଠା, ରଜ ପାନର ମହକ ବାରିହୋଇପଡୁଛି। କୁମାରୀମାନେ ନୂଆ ପୋଷକ ଓ ଚୁଡ଼ି ପିନ୍ଧି ଅଳତା, କୁମ୍‌କୁମ୍‌ ଲଗାଇ ସାଙ୍ଗସାଥୀ ସହ ଦୋଳି ଖେଳୁଛନ୍ତି। ଶୁକ୍ରବାର ପହିଲି ରଜକୁ ଭିନ୍ନ ଭାବେ ପାଳିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।

ପିଲାଦିନ କଥା ମନେପଡ଼େ

ବାଲେଶ୍ୱରର ବାଲିଆପାଳରେ ମାମୁଘର। ଛୁଟି ସମୟରେ ମାମୁ ଘରେ ହିଁ ଅଧିକ ସମୟ ବିତିଥାଏ। ବିଶେଷକରି ରଜ ଛୁଟି ହିଁ ପରିବାର ସହ ମାମୁ ଘରେ ରହି ଶେଷ କରୁ। ସେତେବେଳେ ରଜର ଯେଉଁ ମଜା ନେଉଥିଲି, ଏବେ ତାହା ଆଦୌ ନାହିଁ କହିଲେ ଚଳେ। ସଜବାଜ ହୋଇ ଦୋଳିରେ ବସିବା, ବିଭିନ୍ନ ସୁସ୍ବାଦୁ ପିଠା ଖାଇବା ଏବେ ସ୍ମୃତି ହେବାକୁ ବସିଲାଣି। ବ୍ୟସ୍ତବହୁଳ ଜୀବନ ଭିତରେ ରଜର ଅସଲ ମଜା ମିଳିପାରୁନାହିଁ। ରଜ ଆସିଲେ ପିଲାଦିନ କଥା ହିଁ ମନେପଡ଼େ।

ଅଙ୍କିତା ମିଶ୍ର, ଅଭିନେତ୍ରୀ

ରଜଦୋଳି, ରଜପିଠା ଅଭୁଲା

ରଜ ଆସିଲେ ଆମ ଘରେ ହିଁ ଉତ୍ସବ ହେବା ଭଳି ଅନୁଭବ ହୁଏ। ରଜକୁ ଧୁମଧାମରେ ପାଳନ କରିବା ପାଇଁ ବାପା ଓ ମା’ ସବୁକିଛି ଯୋଗାଇ ଦେଇଥାନ୍ତି। ରଜ ଦୋଳିରେ ବସିବାକୁ ଛୋଟବେଳେ ଟିକେଟିକେ ଡର ଥିଲା। ହେଲେ ଟିକେ ବଡ଼ ହେବାପରେ ଦୋଳି ଖେଳିବାର ମଜା କ’ଣ ଜାଣିବା ପରେ ଡର କୁଆଡ଼େ ଛାଡ଼ିଗଲା। ପିଲାଟିବେଳୁ ଆଜି ଯାଏଁ ଘରେ ପିଠା ଖାଇ ରଜ ପାଳନ କରି ଆସୁଛି। ଏ ବର୍ଷ ବି ପରିବାର ଲୋକଙ୍କ ସହ ରଜ ପର୍ବ ପାଳନ କରିବି। ଓଡ଼ିଶାର ଏହି ପର୍ବକୁ କେବେ ଭୁଲି ପାରିବିନି।

ସନମୀରା ନାଗେଶ, ଅଭିନେତ୍ରୀ

୧ ଟଙ୍କାରେ ୧୦ ଖଣ୍ଡ, ଏବେ ୧୦ଟଙ୍କାରେ ଖଣ୍ଡେ

୧ ଟଙ୍କାରେ ୧୦ ଖଣ୍ଡ, ଏବେ ୧୦ଟଙ୍କାରେ ଖଣ୍ଡେ
୨୫ବର୍ଷ ତଳେ ଏକ ଛୋଟ କ୍ୟାବିନ ପକାଇ ବାଦାମବାଡ଼ି ଛକରେ ପାନ ଦୋକାନ ଆରମ୍ଭ କରିଥିଲି। ଏବେ ସହରରେ ଯେତିକି ଲୋକ ଦେଖିବାକୁ ମିଳୁଛନ୍ତି ତାହାର ୪ଭାଗରୁ ଭାଗେ ଲୋକ ଥିଲେ। ଗହଳି ଅଞ୍ଚଳ କହିଲେ ବାଦାମବାଡ଼ି, ବକ୍ସିବଜାର, ଚୌଧୁରୀବଜାର, ମାଲଗୋଦାମ ଓ ଛତ୍ରବଜାର। ସେତେବେଳେ ରଜ ପାନର ଟ୍ରେଣ୍ଡ୍‌ ନ ଥିଲା। ଗତ ୭ବର୍ଷ ହେବ ଏହି ଟ୍ରେଣ୍ଡ୍‌ ଆସିଛି ବୋଲି କୁହନ୍ତି ସହରର ଭଲ ନାଁ କରିଥିବା ପାନଦୋକନୀ ହରେକୃଷ୍ଣ ପରମାଣିକ। ସ୍ମୃତିକୁ ମନେପକାଇ ସେ କୁହନ୍ତି, ସେତେବେଳେ ରଜରେ ୧ ଟଙ୍କାରେ ୧୦ ଖଣ୍ଡ ରଜ ପାନ ବିକୁଥିଲି। ଏବେ ୧୦ଟଙ୍କାରେ ଖଣ୍ଡେ। ରଜ ପାନ ଖାଇବା ଅପେକ୍ଷା ଖୁଆଇବାକୁ ଲୋକେ ଖୁସି ଭାବୁଛନ୍ତି। ଯାହା ଫଳରେ ବ୍ୟବସାୟ ବଢ଼ିଛି। ରଜ ପୂର୍ବରୁ ସମସ୍ତ ପାନ ମସଲା କଲିକତାରୁ କିଣିବାକୁ ପଡ଼େ। ବିଭିନ୍ନ ଫ୍ଲେଭରର ପାନ ଏଥର ଉପଲବ୍ଧ ରହିଛି। ବନାରସର ପ୍ରସିଦ୍ଧ ନବରତ୍ନ, ଗୁଜିଆ, ଅମାଭତ ଓ ଗୁଲାବ ଫ୍ଲେଭର ପାନ ଏଥର ମୁଖ୍ୟ ଆକର୍ଷଣ ବୋଲି ହରେକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri