କଟକରେ କ୍ରିକେଟ୍‌ କ୍ରେଜ୍‌: ସୀମା ଟପିଲା ଟିକେଟ କଳାବଜାର

କଟକ ଅଫିସ, ୨୨।୧୨: କଟକ ବାରବାଟୀ ଷ୍ଟାଡ଼ିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌। ଏ ନେଇ ସହରରେ କ୍ରିକେଟ କ୍ରେଜ୍‌ ଦେଖିବାକୁ ମିଳିଛି। ଶନିବାର ଉଭୟ ଦଳ ବାରବାଟୀ ଷ୍ଟାଡ଼ିୟମରେ ଅଭ୍ୟାସ କରିଥିଲେ। ଏହାକୁ ଦେଖିବା ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିଥିଲା। ମୁଖ୍ୟତଃ ଇ-ଟିକେଟ୍‌ ଓ କାଉଣ୍ଟରରୁ ଟିକେଟ କ୍ରୟ କରିବାରେ ଅସମର୍ଥ ହୋଇଥିବା ବହୁ ବ୍ୟକ୍ତି ଷ୍ଟାଡ଼ିୟମ ଚାରିପଟେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା। ସେମାନେ ଯେନତେନ ପ୍ରକାରେ ଟିକେଟ କିଣିବାକୁ ପ୍ରୟାସ ଚଳାଇଥିଲେ। ଏହାର ସୁଯୋଗ ନେଇ କେତେଜଣ ଅସାଧୁ ବ୍ୟକ୍ତି ଟିକେଟର ନିର୍ଦ୍ଧାରିତ ମୂଲ୍ୟଠାରୁ ୪/୫ଗୁଣା ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଛାଇ ନ ଥିଲେ। ଗତ ଦିନରେ ଏଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ଟିକେଟ କଳାବଜାର ହୋଇଥିଲେ ମଧ୍ୟ ଚଳିତଥର ଏହା ସୀମା ଟପିଛି। କ୍ରିକେଟ ପ୍ରେମୀମାନେ ୪୦୦ ଟଙ୍କାର ଟିକେଟକୁ ୨ ହଜାରରୁ ଅଢ଼େଇ ହଜାର ଟଙ୍କା ଦେଇ କିଣିଥିବା ଜଣାପଡିଛି। ସେହିପରି ଗ୍ୟାଲେରିକୁ ଛାଡ଼ି କର୍ପୋରେଟ୍‌ ବକ୍ସ, ସ୍ପେଶାଲ ଏନ୍‌କ୍ଲୋଜର, ଭିଆଇପି ବକ୍ସ, ନିୟୂ ପ୍ୟାଭିଲିୟନର ଟିକେଟ୍‌ଗୁଡ଼ିକ ୩୦୦୦ରୁ ୫୦୦୦ ଟଙ୍କାରେ ଦର୍ଶକମାନେ କିଣିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର କେତେଜଣ ପୂର୍ବତନ ପଦାଧିକାରୀ, ଅନୁବନ୍ଧିତ କ୍ଲବର କର୍ମକର୍ତ୍ତା ଓ ଷ୍ଟାଡିୟମରେ କାର୍ଯ୍ୟରତ କେତେଜଣ କର୍ମଚାରୀ ଟିକେଟ କଳାବଜାର କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ୧ ଓ ୩ ନଂ. ଗ୍ୟାଲେରିର ଚାହିଦା ଅଧିକ ଥିବାରୁ ୭୦୦ ଟଙ୍କାର ଏହି ଟିକେଟ୍‌ ୩୫୦୦ରୁ ୪୦୦୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଫଳରେ ଅଧିକ ମୂଲ୍ୟ ଦେଇ ଟିକେଟ କ୍ରୟ କରିପାରୁ ନ ଥିବା ଦର୍ଶକଙ୍କୁ ଏଥିପାଇଁ ନିରାଶ ହେବାକୁ ପଡ଼ିଛି। ଗତ ୧୯ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି କରାଯାଇଥିଲା। କାଉଣ୍ଟରରେ ୧୦ହଜାର ଟିକେଟ ଉପଲବ୍ଧ ଥିବା ଓସିଏ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ମାତ୍ର ଟିକେଟ୍‌ କିଣିବାକୁ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରାତି ଅନିଦ୍ରା ହୋଇ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଫଳରେ ଅନେକ ବ୍ୟକ୍ତି ଟିକେଟ ନ ପାଇ ନିରାଶ ହୋଇଥିଲେ। ଅନ୍ୟପକ୍ଷରେ କିଛି ବ୍ୟକ୍ତି ଦିନମଜୁରିଆଙ୍କୁ ଟଙ୍କା ଦେଇ ଧାଡ଼ିରେ ଛିଡ଼ା କରାଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଉକ୍ତ ଟିକେଟକୁ ଚଢା ଦରରେ ବିକ୍ରି କରିଥିବା ଦେଖିବାକୁ ମିଳିଛି। ରବିବାର ଏହି ଟିକେଟ୍‌ଗୁଡ଼ିକର ମୂଲ୍ୟ ଆହୁରୀ ଅଧିକ ହେବ ବୋଲି ଆଶା କରାଯାଉଛି। ତେବେ ଟିକେଟ କଳାବଜାରିକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜାଣିବା ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri