କଟକରୁ ସ୍ଥାନାନ୍ତର ହେବ ମଧୁସୂଦନ ଆଇଟିଆଇ

କଟକ ଅଫିସ,୧୪।୨: କଟକ ଏସ୍‌ସିବି ମେଡିକାଲକୁ ନୂଆ ରୂପ ଦେବା ସହ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଣୁ ଏହାର ଆଖପାଖ ଅଞ୍ଚଳରୁ ଘର, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଏହି କ୍ରମରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧୁସୂଦନ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି। ହେଲେ ନୂଆ ଜାଗାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।
କଟକ ଜିଲାର ଛାତ୍ରୀଛାତ୍ରଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୭୦ ମସିହାରେ ବୋସ୍‌ କ୍ୟାମ୍ପସଠାରେ ଏକ ସରକାରୀ ସିଲେଇ ତାଲିମ କେନ୍ଦ୍ର ଖୋଲାଯାଇଥିଲା। ୨୦୦୯ରେ ଏହାର ଭିତ୍ତିଭୂମି ଏବଂ ବୈଷୟିକ ଉନ୍ନତୀକରଣ କରାଯାଇ ମଧୁସୂଦନ ଶିଳ୍ପ ତାଲିମ ଅନୁଷ୍ଠାନ ନାମରେ ନାମିତ କରାଯାଇଥିଲା। ଶିଳ୍ପ ତାଲିମ ବ୍ୟବସ୍ଥା ପରଠୁ ଏଠାରେ ଶିକ୍ଷା ଗ୍ରହଣ କରିଥିବା ଅନେକ ଉଦୀୟମାନ ଛାତ୍ରୀଛାତ୍ର ଦେଶର ବଡ଼ ବଡ଼ ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି ଏହି ଶିକ୍ଷାନୁଷ୍ଠାନ। ବର୍ତ୍ତମାନ ଏଠାରେ ଇଲେକ୍ଟ୍ରୋନିକ୍ସ, ଫିଟର୍‌, ଇଲେକ୍ଟ୍ରିସିଆନ, ଡ୍ରେସ୍‌ ମେକିଂ, ସିୱିଙ୍ଗ୍‌ ଟେକ୍ନୋଲୋଜି ଏବଂ ଡ୍ରାଫ୍ଟସ ମ୍ୟାନ୍‌ ସିଭିଲ୍‌ ଭଳି ୬ଟି ଟ୍ରେଡ୍‌ରେ ୧୮୯ଟି ସିଟ୍‌ ରହିଛି।
ଏବେ ଏସ୍‌ସିବି ମେଡିକାଲର ସମ୍ପ୍ରସାରଣ ପାଇଁ ମଧୁସୂଦନ ଶିଳ୍ପ ତାଲିମ ଅନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି। ତେବେ ଏହି ଅନୁଷ୍ଠାନ କେଉଁଠାକୁ ଘୁଞ୍ଚିବ ସେନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେବେ ଏହା ପାରାଦୀପକୁ ସ୍ଥାନାନ୍ତର ହେବା ଆଶଙ୍କା ରହିଛି ବୋଲି କଟକ ମହାନଗର ନାଗରିକ ମହାସଭା ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। ମହାସଭା ସଭାପତି ଡା. ରବି ରଞ୍ଜନ ସାହୁ ପ୍ରେସ୍‌ ବିବୃତିରେ ଦର୍ଶାଇଛନ୍ତି, ଏବେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ବହନ କରୁଥିବା ମଧୁସୂଦନ ଆଇଟିଆଇ ପାରାଦୀପକୁ ସ୍ଥାନାନ୍ତର କରାଯିବା ପାଇଁ ଖୁବ୍‌ ଜୋରରେ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି। ଆସନ୍ତା ଶିକ୍ଷା ବର୍ଷଠାରୁ ଏହି କେନ୍ଦ୍ର ପାରାଦୀପକୁ ସ୍ଥାନାନ୍ତର ହେବା ଆଶଙ୍କା ପ୍ରକାଶ ପାଇଛି। ଏସ୍‌ସିବି ମେଡିକାଲ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଉକ୍ତ ଅନୁଷ୍ଠାନ ସ୍ଥାନାନ୍ତର ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା କଟକର ସ୍ବାଭିମାନ ଓ ସଂସ୍କୃତି ପ୍ରତି ଚରମ କୁଠାରାଘାତ ବୋଲି ସେ କହିଛନ୍ତି। ଏହି କ୍ରମରେ କଟକକୁ ଶ୍ରୀହୀନ କରିବା ପାଇଁ ସରକାରୀ ଅଧିକାରୀମାନଙ୍କର ଯେଉଁ ଚକ୍ରାନ୍ତ ଆରମ୍ଭ ହୋଇଛି, ତାହାକୁ ପ୍ରତିହତ କରାଯିବା ନିହାତି ଆବଶ୍ୟକ। ଏହା ନ ହେଲେ ଆଗାମୀ ଦିନରେ ଓଡ଼ିଶାର ସଂସ୍କୃତି ଓ ବାଣିଜ୍ୟର ସ୍ନାୟୁକେନ୍ଦ୍ର କଟକ କେବଳ ଇତିହାସରେ ରହିବା ସହ ଏହାର ଭୌଗୋଳିକ ପରିସୀମା ସଙ୍କୁଚିତ ହୋଇଯିବ ବୋଲି ଡା. ସାହୁ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଦୃଷ୍ଟିରୁ ଉକ୍ତ ଅନୁଷ୍ଠାନ ଅନ୍ୟତ୍ର ସ୍ଥାନାନ୍ତର ନ କରି କଟକରେ ପୂର୍ବ ଭଳି କାର୍ଯ୍ୟ କରିବା ପାଇଁ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଶିଶିର କୁମାର ସାହୁ କହିଛନ୍ତି, ଶିକ୍ଷାନୁଷ୍ଠାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ତିନୋଟି ଜାଗା ଦେଖା ହୋଇଛି। ଚୌଦ୍ୱାରଠାରେ ଚିହ୍ନଟ ହୋଇଥିବା ଜାଗାକୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ପାରାଦୀପକୁ ଆଦୌ ସ୍ଥାନାନ୍ତର କରାଯିବ ନାହିଁ। ସେଠାରେ ଆଉ ଏକ ଆଇଟିଆଇ ନିର୍ମାଣ ହେଉଥିବା ଯୋଗୁ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri