କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ ଅମାନ୍ୟ ଅଭିଯୋଗରେ ବୁଧବାର ୨୧ଜଣଙ୍କୁ ଗିରଫ କରାଯାଇଛି। ୨୧ ଗାଡ଼ି ଜବତ କରାଯିବା ସହ ୪୨ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ା ଏସ୍‌ପି ଅନୁପମା ଜେମସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହର ସମେତ ସହର ଉପକଣ୍ଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ଯାନବାହନ ଯାଞ୍ଚ କରିବା ସହ ଭିଡ଼ ନିୟନ୍ତ୍ରଣ କରିଥିଲେ।
ଅନ୍ୟପଟେ କଟକଣାକୁ କଡ଼ାକଡ଼ି କରାଯିବା ପରେ ସହରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଛି। ଦୁଇଦିନ ତଳେ ୧୬ ଟଙ୍କା ଥିବା ଆଳୁଦର ବୁଧବାର ୨୫ ଛୁଇଁଛି। ସେହିପରି ପିଆଜ କେଜି ପିଛା ୨୦ ଟଙ୍କାରୁ ବଢ଼ି ୩୫ ଟଙ୍କାରେ ପହଞ୍ଚତ୍ଛି। ସକାଳେ ରଥଗଡ଼ା ପରିବା ମାର୍କେଟ ସମେତ ଆମିଷ ଦୋକାନ, କ୍ଷୀର ଦୋକାନ, ଔଷଧ ଦୋକାନ ଏବଂ ଗ୍ରସେରି ଦୋକାନରେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରବଳ ଭିଡ଼ ହୋଇଥିଲା।
ସକାଳେ ସଞ୍ଜରେ ସାମଗ୍ରୀ ନେବାକୁ ଦୋକାନରେ ବଢୁଥିବା ଭିଡ଼ ଏବେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କୁ ବସାଇବା ପାଇଁ ନିଷ୍ପତ୍ତି ହୋଇଛି। ସାମାଜିକ ଦୂରତା ରକ୍ଷା କରିବା ଲାଗି ଅଳସୁଆ ହାଟ ଏବଂ ବିବି ହାଇସ୍କୁଲ ନିକଟରେ ପରିବା ବିକ୍ରି କରାଯାଉଛି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଡିପୋରୁ ଔଷଧ ଯୋଗାଣ ହୋଇପାରୁ ନ ଥିବା କେତେଜଣ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରସ୍ପର ମଧ୍ୟରେ ୨ମିଟର ଦୂରତ୍ୱ ବଜାୟ ରଖିବା, ଭୟଭୀତ ନ ହେବା, ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ନ କିଣିବା, ଯାନବାହନ ପରିବର୍ତ୍ତେ ପାଦରେ ଚାଲିଚାଲି ଯିବା, ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଘୋଷଣା ମାଧ୍ୟମରେ ନିବେଦନ କରାଯାଇଛି। ନିୟମ ମାନିବାକୁ ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ଆଳୁ ପିଆଜ ହୋଲ୍‌ସେଲରଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି। ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ରଖିବାକୁ କୁହାଯାଇଛି। କେତେ ଟଙ୍କାରେ ଆଳୁ ପିଆଜ ବିକ୍ରି ହେଉଛି ତାହାକୁ ଲିଖିତ ଭାବେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରରୁ ପିଆଜ ଆସିବାରେ ସମସ୍ୟା ହେଉଛି। କଟକରୁ ମଧ୍ୟ ଆବଶ୍ୟକ ପରିମାଣର ପିଆଜ ଆସିପାରୁନାହିଁ। ତେଣୁ ଏପରି ଦର ବୃଦ୍ଧି ହୋଇଥିବା ଅନୁମାନ କରାଯାଉଛି। ସେହିପରି ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କୁହନ୍ତି, ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହିତ ଆଲୋଚନା କରି ନିଜସ୍ବ ଲାଇସେନ୍ସ ବଳରେ କଟକରୁ ଔଷଧ ସାମଗ୍ରୀ ଆଣିବା ପାଇଁ ଔଷଧ ବ୍ୟବସାୟୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri