କଙ୍ଗାରୁ କୋର୍ଟରେ ଶିକ୍ଷୟିତ୍ରୀଙ୍କ ପରିବାରକୁ ବାସନ୍ଦ ଘଟଣା ଭିଡିଓ ଭାଇରାଲ ପରେ ଗାଁ କମିଟି ବୈଠକ

ହିଞ୍ଜିଳିକାଟୁ,୨୧ା୧୦(ଡ଼ି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ କମିଟି ନିଷ୍ପତ୍ତି କରି ଗ୍ରାମର ଏକ ପରିବାରକୁ ବାସନ୍ଦ କରିବା ଘଟଣାରେ ରବିବାର ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ବାସନ୍ଦ ପରିବାର ପକ୍ଷରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ଓ ଏହାକୁ ନେଇ ଖବର ପ୍ରକାଶ ପରେ ବଡ଼ଖଣ୍ଡି ଗ୍ରାମ୍ୟ କମିଟି ପକ୍ଷରୁ ରବିବାର ମଧ୍ୟାହ୍ନରେ ଏକ ବୈଠକ ବସିଥିଲା। ଗ୍ରାମର ନାଡ଼ି ଭଗବାନଙ୍କ ପରିବାରକୁ ବାସନ୍ଦ କରାଯାଇନାହିଁ। ଭଗବାନଙ୍କ ପରିବାର ବହୁ ଦିନ ଧରି ଗ୍ରାମରେ ଅନୁପସ୍ଥିତ ରହିଛନ୍ତି ଏବଂ ସେମାନେ ଗ୍ରାମରେ ରହିଲେ ଗ୍ରାମବାସୀଙ୍କ କାୈଣସି ଆପତ୍ତି ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ୧୨ଜଣ ଗ୍ରାମବାସୀଙ୍କ ସ୍ବାକ୍ଷର ଥିବା ଚିଠି ରବିବାର ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ବୈଠକରେ ନିଜେ ଏସ୍‌ଡ଼ିପିଓ ପ୍ରଧାନଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଏନ୍‌. ରଘୁନାଥ, ସରପଞ୍ଚ କେ. ଦୁର୍ଗା ପ୍ରସାଦ ରାଓ, ଗ୍ରାମବାସୀଙ୍କ ମଧ୍ୟରେ କେ. ଗୁରୁନାଥ, ଏସ. ରବୀନ୍ଦ୍ର, ପି. ଭୀମରାଜୁ, ପି. ଦୀନବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଗ୍ରାମର ନାଡ଼ି ଭଗବାନ ଓ ତାଙ୍କ ସ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଶୁକ୍ରବାର ଏକ ଭିଡ଼ିଓରେ ମୁଖ୍ୟମନ୍ତ୍ରୀ, ପୋଲିସ ଓ ଗ୍ରାମବାସୀଙ୍କୁ ବାସନ୍ଦ ଉଠାଇବା ଓ ଗ୍ରାମରେ ଶାନ୍ତିରେ ବସବାସ ପାଇଁ ସୁଯୋଗ ଦେବାକୁ ନେହୁରା ହୋଇ ଭିଡ଼ିଓ କରିଥିଲେ। ଏହା ଭାଇରାଲ ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ପ୍ରଶାସନିକ କଳ ସହ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୩ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri