Posted inଜାତୀୟ

କଙ୍ଗନାଙ୍କ ମନ୍ତବ୍ୟରୁ ଝଡ଼

ନୂଆଦିଲ୍ଲୀ, ୧୨ା୧୧:ବିବାଦୀୟ ମନ୍ତବ୍ୟ ଦେଇ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୧୯୪୭ ମସିହାରେ ଦେଶ ପାଇଥିବା ସ୍ବାଧୀନତା ପ୍ରକୃତ ସ୍ବାଧୀନତା ନ ଥିଲା, ତାହା ଭିକ୍ଷାରେ ମିଳିଥିଲା ବୋଲି କହିବା ପରେ ତାଙ୍କୁ ସବୁ ମହଲରୁ କଡ଼ା ସମାଲୋଚନା କରାଯାଇଛି। ୨୦୧୪ରେ ଦେଶ ବାସ୍ତବରେ ସ୍ବାଧୀନତା ପାଇଲା କହି ଭାଜପାର ସରକାର ଗଠନକୁ କେନ୍ଦ୍ର କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଟ୍ରୋଲ କରାଯାଉଛି।
ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥାପିକାଙ୍କ ଏକ ପ୍ରଶ୍ନର ଉତ୍ତରରେ କଙ୍ଗନା କହିଥିଲେ, ରାଜନୀତିରେ ଯୋଗଦେବାକୁ ତାଙ୍କର କୌଣସି ଇଚ୍ଛା ନାହିଁ। କିନ୍ତୁ ଜଣେ ଭାରତୀୟ ଏବଂ କଳାକାର ଭାବେ ଭାରତର ସ୍ବାଧୀନତା ସଂଗ୍ରାମ ଉପରେ ସେ କହିପାରିବେ। ବୀର ସାବରକର ଦେଶଭକ୍ତ ନ ଥିଲେ ବୋଲି କଂଗ୍ରେସ କହିଥିବା ଏକ ଅଭିଯୋଗ ଉପରେ କଙ୍ଗନା କହିଥିଲେ, ଏହା ଏକ ବଡ଼ ପ୍ରସଙ୍ଗ। ଏହା ଉପରେ ସେ ଅନେକ କିଛି ପଢ଼ିଛନ୍ତି ଏବଂ ଏକ ଫିଲ୍ମ ମଧ୍ୟ କରିଛି। ବ୍ରିଟିଶମାନେ ଗଣତାନ୍ତ୍ରିକ ଉପାୟରେ ଭାରତକୁ ନିଜ ଅକ୍ତିଆରକୁ ନେଇ ନ ଥିଲେ। ଆମ ଦେଶରେ ସେମାନେ ଜବରଦସ୍ତି ପଶିଥିଲେ। ୧୮୫୭ରେ ଦେଶର ବିଭିନ୍ନ ସ୍ଥାନରେ ସଂଗ୍ରାମ ହୋଇଥିଲା, ଯାହା କି ସ୍ବାଧୀନତା ପାଇବା ଉଦ୍ଦେଶ୍ୟରେ ଥିଲା। କିନ୍ତୁ ଏହା ପରେ ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ଯେ ଇହୁଦୀମାନଙ୍କ ସହ କ’ଣ ଘଟିଲା ତାହା କେଉଁଠି ବି ଲେଖା ନାହିଁ। ଜାଲିଆନଓ୍ବାଲାବାଗ୍‌ ହତ୍ୟାକାଣ୍ଡ ହେଉ କିମ୍ବା ପଶ୍ଚିମବଙ୍ଗ ଦୁର୍ଭିକ୍ଷ, ସବୁଠି ଭାରତୀୟଙ୍କ କ୍ଷତି ହୋଇଥିଲା। ସେମାନେ ଆମକୁ ଭୋକିଲା ଛାଡ଼ି ଦେଇଥିଲେ। ଏହି ସଂଗ୍ରାମରେ ଯେପରି ସେମାନଙ୍କ ରକ୍ତ ନ ବୁହେ ସେଥିପାଇଁ ବ୍ରିଟିଶମାନେ ବେଶ୍‌ ଯତ୍ନବାନ ଥିଲେ। ଏଥିରେ ସହଯୋଗ ପାଇଁ ସେମାନେ କେତେକ ଭାରତୀୟଙ୍କୁ ବାଛିଥିଲେ, ଯେପରି ବ୍ରିଟିଶଙ୍କ ବଦଳରେ ଭାରତୀୟଙ୍କ ରକ୍ତ ବୁହେ। ସେହି ଉଦାରବାଦୀ ଲୋକମାନେ ହେଉଛନ୍ତି କଂଗ୍ରେସ ଦଳର। ଯଦି ସ୍ବାଧୀନତା ଭିକରେ ମିଳିଛି ତେବେ ତାହା କ’ଣ ସ୍ବାଧୀନତା ହୋଇପାରିବ। ୧୯୪୭ ମସିହାରେ ମିଳିଥିବା ସ୍ବାଧୀନତା ଭିକ୍ଷା ଥିଲା। ଅସଲ ସ୍ବାଧୀନତା ତ ୨୦୧୪ରେ ମିଳିଛି ବୋଲି କଙ୍ଗନା କହିଥିଲେ। ବ୍ରିଟିଶମାନେ ଦେଶରେ ତାଙ୍କ ଜାଗାରେ କଂଗ୍ରେସକୁ ଛାଡ଼ି ଯାଇଛନ୍ତି ବୋଲି ସେ ଏହି ସମିଟ୍‌ରେ କଟାକ୍ଷ କରିଥିଲେ।
କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ଶିବସେନା ସମେତ ବହୁ ରାଜନୈତିକ ଦଳ ନେତୃବୃନ୍ଦ, ଅଭିନେତ୍ରୀ ସ୍ବରା ଭାସ୍କର, ଇତିହାସକାର ଏସ୍‌. ଇର୍ଫାନ୍‌ ହବିବ୍‌, କ୍ରୀଡ଼ାବିତ୍‌, ଆଇନଜୀବୀମାନେ କଙ୍ଗନାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି।

ପାଗଳାମି ନା ଦେଶଦ୍ରୋହ
ଦେଶକୁ ସ୍ବାଧୀନତା ମିଳିବା ପ୍ରସଙ୍ଗରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ। କଙ୍ଗନାଙ୍କ ଏଭଳି ଚିନ୍ତାଧାରା ପାଗଳାମି ନା ଦେଶଦ୍ରୋହ ବୋଲି ପ୍ରଶ୍ନ କରି ବରୁଣ ଏକ ଟୁଇଟ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରିବା, ତାଙ୍କ ହତ୍ୟାକାରୀଙ୍କୁ ସମ୍ମାନ ଦେବା ଏବଂ ଏବେ ମଙ୍ଗଳ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମେତ ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କୁ ସେ ଅସମ୍ମାନ କରିଥିବା ବରୁଣ କହିଛନ୍ତି।
ଏତଲା ଦେଲା ଏଏପି
କଙ୍ଗନାଙ୍କ ମନ୍ତବ୍ୟକୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିରୋଧ କରିବା ସହ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସକୁ ଏତଲା ଦିଆଯାଇଛି। ଏଏପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରୀତି ଶର୍ମା ମେନନ ଏଭଳି ମନ୍ତବ୍ୟକୁ ‘ଦେଶଦ୍ରୋହୀ ଏବଂ ହିଂସାସୃଷ୍ଟିକାରୀ’ ବୋଲି ଅଭିହିତ କରିଛନ୍ତି। କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ପଦ୍ମଶ୍ରୀ ଫେରାଇ ନିଆଯାଉ
ସ୍ବାଧୀନତା ସଂଗ୍ରାମ ଉପରେ କଙ୍ଗନାଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚାର ଅଧ୍ୟକ୍ଷ ଜିତିନ ରାମ ମାଞ୍ଝି। ନିକଟରେ କଙ୍ଗନା ପାଇଥିବା ପଦ୍ମଶ୍ରୀ ପୁରସ୍କାର ତାଙ୍କଠାରୁ ତୁରନ୍ତ ରାଷ୍ଟ୍ରପତି ଫେରାଇ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହା ନ ହେଲେ ଦୁନିଆ ଭାବିନେବ ଯେ ଗାନ୍ଧୀ, ନେହେରୁ, ଭଗତ ସିଂ, ପଟେଲ, କଲାମ, ମୁଖାର୍ଜୀ, ସାବରକର୍‌ ସମସ୍ତେ ଭିକ୍ଷା ମାଗିଥିବାରୁ ସ୍ବାଧୀନତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri