କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। ରବିବାର ଅପରାହ୍ନ ୩ ଟାରେ କଂଗ୍ରେସ ଦଳ ତରଫରୁ ଏକ ନିର୍ବାଚନ ସଭା ସ୍ଥାନୀୟ ପଞ୍ଚୁଦୋଳ ପଡ଼ିଆରେ ଆୟୋଜନ କରାଯାଇଥିଲା। ସଭା ପାଇଁ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ସଭାରେ ଯୋଗଦେବାକୁ ଆସୁଥିବା ଏଆଇସିସିର ସାଧାରଣ ସମ୍ପାଦକ ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତେଲୁଗୁ ଫିଲ୍ମ ହିରୋଇନ୍‌ ଖୁସ୍‌ବୁ ହେଲିକପ୍ଟରରେ ଆସୁଥିବାବେଳେ ପଡିଆରେ ହେଲିକପ୍ଟରଟି ଅବତରଣ କରି ନ ପାରିବାରୁ ପୁଣି ଫେରିଯାଇଥିଲା। ଯାହାଫଳରେ ଦୂରଦୂରାନ୍ତରୁ ସଭାରେ ଯୋଗ ଦେବାକୁ ଆସିଥିବା ସାଧାରଣ ଜନତା, କର୍ମୀ ଓ ନେତା ନିରାଶ ହୋଇ ଫେରିଥିଲେ। ଏହି ଘଟଣାକୁ ନେଇ ଦଳୀୟ ନେତାମାନେ ବିଜେଡି ସରକାରଙ୍କ ଚକ୍ରାନ୍ତରେ ହେଲିକପ୍ଟରକୁ ଅନୁମତି ଦିଆ ନ ଯିବାରୁ ସଭା ପଡ଼ିଆରେ ଅବତରଣ କରିପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରକାଶ ଯେ, ଏହି ସଭା ପାଇଁ ନୟାଗଡ଼ ନିର୍ବାଚନ ଅଧିକାରୀ ଓ ରଣପୁର ଥାନା ତରଫରୁ ଅନୁମତି ଦିଆଯାଇଥିଲା। ସଭାରେ ରୁଦ୍ରରାଜୁ, ନିରଞ୍ଜନ ଓ ଖୁସ୍‌ବୁ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ନିକଟରେ ହେଲିପ୍ୟାଡ଼୍‌ ବ୍ୟବସ୍ଥା ସହ ଦମକଳ ବାହିନୀ ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ୩ଟା ୩୦ରେ ହେଲିକପ୍ଟରଟି ସଭା ପଡ଼ିଆରେ  ପହଞ୍ଚତ୍ ଅବତରଣ ପାଇଁ ୪ଥର ଚେଷ୍ଟା କରି ଶେଷରେ ଫେରିଯାଇଥିଲା। ତେବେ ଏ ଘଟଣାକୁ ନେଇ କଂଗ୍ରେସ ତରଫରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଯେ, ସଭାରେ ଚେୟାର ଖାଲିଥିବା ଓ କର୍ମୀଙ୍କ ସଂଖ୍ୟା କମ୍‌ଥିବାରୁ ନେତାମାନେ ହେଲିକପ୍ଟରରୁ ଅବତରଣ ନ କରି ସେଠାରୁ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

ପ୍ରବଳ ବର୍ଷାର ସୁଯୋଗ ନେଇ ଏଲଆଇ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ଥାନାରେ ମାମଲା

କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ…

ରାଜକନିକାରେ ଚାଞ୍ଚଲ୍ୟ, ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ମାରିଲେ…

ରାଜକନିକା,୬।୭(ସଞ୍ଜୟ କୁମାର ଦାଶ): ରାଜକନିକା ଥାନା ଅଞ୍ଚଳରେ ସୋମବାର ଦିବା ୧୦ ଘଟିକା ସମୟରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ବରୁଣାଡିଆ ଗାଁର ଯୁବକ ଜଣକ…

୫୯ ନଂ ଜାତୀୟ ରାଜପଥରେ ମାଳମାଳ ଗାଈ-ଛେଳି, ଟ୍ରାଫିକ ସମସ୍ୟା ସହ ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି,୬ା୭(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଗାଈ, ବଳଦ ଛେଳିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଲଗାଣ…

ରାସ୍ତା ପାଲଟିଛି ମରଣଯନ୍ତା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ କୃତ୍ରିମ ପୋଖରୀ….

ଲାଞ୍ଜିଗଡ,୬ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହର ଲାଞ୍ଜିଗଡ ଥାନା ପଛପଟ ତଥା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା ମରଣଜନ୍ତା ପାଲଟିଛି । ପୋଖରୀ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri