Posted inଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌ ଫେଭରାଇଟ ବିବେଚିତ ହେଉଥିବା ଭାରତ ସେମିଫାଇନାଲରେ ଅପ୍ରତ୍ୟାସିତ ଭାବେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା। ଏବେ ଏହି ବିଫଳତାକୁ ପଛରେ ପକାଇ ଭାରତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଶନିବାର ଫ୍ଲୋରିଡାର ସ୍ଥାନୀୟ ସେଣ୍ଟ୍ରାଲ ବ୍ରଓ୍ବାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହେବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଫଳରେ ଭାରତ ଏହି ସିରିଜରୁ ତା’ର ପ୍ରସ୍ତୁତି ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
ଏହି ଗସ୍ତ ପାଇଁ ଭାରତ ଛାଡିବା ପୂର୍ବରୁ କୋହଲି ଟି୨୦ ଓ ଦିନିକିଆ ସିରିଜର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ। ଏହି ଦୁଇଟି ସୀମିତ ଓଭର ସିରିଜରେ ଚୟନକର୍ତ୍ତାଙ୍କ ମନରେ ଥିବାର ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପରୀକ୍ଷା ନିରିକ୍ଷା କରାଯିବ। ସୀମିତ ଓଭର ମ୍ୟାଚ୍‌ଗୁଡିକରେ କୋହଲି ବିଶ୍ରାମ ନେବେ ବୋଲି ଆଶା କରାଯାଉଛି। ତେବେ ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ବିନା ଏକ ପୂର୍ଣ୍ଣ ଭାରତୀୟ ଶକ୍ତିଶାଳୀ ଦଳ ପଡିଆକୁ ଓହ୍ଳାଇବ। ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ବୁମ୍‌ରା ଦଳରେ ସାମିଲ ହେବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂରା ଗସ୍ତରୁ ବିଶ୍ରାମ ଦିଆଯାଇଛି।
ବିଶ୍ୱକପ୍‌ରୁ ବାଦ୍‌ ପଡିଥିବା ଶ୍ରେୟାସ ଆୟର ଓ ମନୀଷ ପାଣ୍ଡେ ଏହି ସିରିଜର ଦଳ ତରଫରୁ ପ୍ରତିନିଧିତ୍ୱ କରିବେ। ୨୦୧୮ ନଭେମ୍ବରରେ ପାଣ୍ଡେ ଶେଷଥର ପାଇଁ ଭାରତ ପାଇଁ ମ୍ୟାଚ୍‌ ଖେଳିଥିଲେ। ସେହିପରି ୨୦୧୮ ପେବୃୟାରୀରେ ଆୟର ଭାରତ ତରଫରୁ ତାଙ୍କ ଶେଷ ମ୍ୟାଚ୍‌ ଖେଳିଥିଲେ। ଭାରତୀୟ ମିଡଲ ଅର୍ଡର ଅସ୍ଥିତର ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଗାମୀ ୬ଟି ମ୍ୟାଚରେ ନିଜକୁ ପ୍ରମାଣ କରିବା ପାଇଁ ସୁଯୋଗ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ରେ ସଦ୍ୟ ସମାପ୍ତ ଏ’ ସିରିଜରେ ପାଣ୍ଡେ ଓ ଆୟର ବହୁ ପରିମାଣରେ ରନ୍‌ ସଂଗ୍ରହ କରି ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସ୍ପିନ୍‌ ଅଲରାଉଣ୍ଡର ଓ୍ବଶିଂଟନ ସୁନ୍ଦର ଓ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଓ ଦୀପକ ଚହର ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯୁବ ଦ୍ରୁତ ବୋଲର ନବୀଦପ ସଇନି ଓ ଦୀପକଙ୍କ ଭାଇ ରାହୁଲ ଭାରତ ପାଇଁ ପଦାର୍ପଣ କରିବାର ସୁଯୋଗ ହାସଲ କରିଛନ୍ତି।
ରୋହିତ ଶର୍ମା ଓ ଫିଟନେସ ହାସଲ କରି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଶିଖର ଧାଓ୍ବନ ଇନିଂସ ଓପନ୍‌ କରିବେ। ୪ ନମ୍ବରରେ ଲୋକେଶ ରାହୁଲ ବ୍ୟାଟିଂ କରିବା ଆଶା କରାଯାଉଛି। ୩ ବର୍ଷ ପୂର୍ବ ରାହୁଲ ଏହି ଗ୍ରାଉଣ୍ଡରେ ଅପରାଜିତ ୧୧୦ ରନର ଶତକୀୟ ପାଳି ଖେଳିଥିଲେ। ରୋହିତ୍‌ ବିଶ୍ୱକପ୍‌ରେ ରେକର୍ଡ ୫ଟି ଶତକ ହାସଲ କରିବା ସହ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଏବେ ସେ ଏହି ଫର୍ମକୁ ଜାରି ରଖିବେ ବୋଲି ଆଶା କରାଯାଉଛି। କୋହଲି ଓ ଉପ- ଅଧିନାୟକ ରୋହିତଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅଛି ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ଅସ୍ବୀକାର କରାଯାଇଛି। ଏହି ସିରିଜଠାରୁ ଆଗକୁ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଦାୟିତ୍ୱର ସହ ଖେଳବାକୁ ପଡିବ। ଚୟନକର୍ତ୍ତାମାନେ ତାଙ୍କୁ ସବୁ ଫର୍ମାଟ୍‌ରେ ୧ ନମ୍ବର ଉଇକେଟକିପର ବ୍ୟାଟ୍ସିମ୍ୟାନ ରୂପେ ବିବେଚନା କରୁଛନ୍ତି। ଯଦି ଓ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ଅପରପକ୍ଷରେ ଟି୨୦ରେ ଓ୍ବେଷ୍ଟଇଣ୍ଡିଜ୍‌ ସବୁଠାରୁ ବିପଜ୍ଜନକ ଦଳ ବିବେଚିତ ହେଉଛି। ତେବେ ଏହା ସତ୍ତ୍ୱେ ଭାରତ ସିରିଜ ହାତେଇବା ଆଶା କରାଯାଉଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ଓ ସ୍ପିନର ସୁନୀଲ ନାରିନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଓପନର କ୍ରିସ୍‌ ଗେଲ ଦିନିକିଆ ସିରିଜ ଖେଳିବେ। ଆନ୍ଦ୍ରେ ରସେଲଙ୍କୁ ମଧ୍ୟ ଟି୨୦ ଦଳରେ ସ୍ଥାନ ମଳିଛି। ବିଶ୍ୱକପ୍‌ରେ ଖରାପ୍‌ ପ୍ରଦର୍ଶନ କରିଥିବା ଓ୍ବେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ସିରିଜ ବେଶ୍‌ ସଂଘର୍ଷପୂର୍ଣ୍ଣ ଓ ମନୋରଞ୍ଜକ ହେବ ବୋଲି ଓ୍ବେଷ୍ଟଇଣ୍ଡିଜ୍‌ କୋଚ୍‌ ଫ୍ଲଏଡ ରେଇଫର କହିଛନ୍ତି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ବେଶ୍‌ ସନ୍ତୁଳିତ। ସିରିଜ ଛକା ଚୌକାର ବର୍ଷା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଓ୍ବେଷ୍ଟଇଣ୍ଡିଜ ଦଳ: କାର୍ଲୋସ ବ୍ରାଥଓ୍ବେଟ (ଅଧିନାୟକ), ଜନ୍‌ କ୍ୟାମ୍ପବେଲ, ଏଭିନ ଲୁଇସ୍‌, ଶିମରନ ହେଟମେୟର, ନିକୋଲାସ ପୁରାନ, କିରନ ପୋଲାର୍ଡ, ରୋଭମ୍ୟାନ ପାଓ୍ବେଲ, କିମୋ ପଲ, ସୁନୀଲ ନାରିନ, ଶେଲଡନ କଟ୍ରେଲ, ଓଶେନ ଥାମାସ୍‌, ଆନ୍ଦ୍ରେ ରସେଲ ଓ ଖାରୀ ପିଏର।
ଭାରତୀୟ ଦଳ: ବିରାଟ କୋହଲି (ଅଧିନରାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ, କ୍ରୁନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri