Posted inଖେଳ

ଓ୍ବିଲିୟମସନ୍‌ ଶ୍ରେଷ୍ଠ ଦିନିକିଆ କ୍ରିକେଟର

ଅକ୍‌ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍‌ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍‌ଦାର ପ୍ରଦର୍ଶନ କରି ସେ ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ପୁରସ୍କୃତ କରାଯାଇଛି। ସେହିପରି ଅଭିଜ୍ଞ ରସ୍‌ ଟେଲର ଓ ଅଧିନାୟିକା ସୋଫି ଡିଭାଇନ୍‌ ଯଥାକ୍ରମେ ପୁରୁଷ ଓ ମହିଳା ଟି୨୦ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଅନ୍ୟପଟେ ସାରା ବର୍ଷ ସ୍ଥିର ପ୍ରଦର୍ଶନ କରି ସୁଜି ବେଟ୍ସ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ପୁରସ୍କାର ଅନ୍‌ ଲାଇନ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ଗତବର୍ଷ ୨୯ ଓ୍ବିଲିୟମସନ ଅସାଧାରଣ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡରେ ଅନୁଷ୍ଠତି ବିଶ୍ୱକପ୍‌ରେ ସେ ୮୨ ହାରରେ ୫୭୮ ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଶତକ ସାମିଲ ରହିଛି ଓ ସେ ପ୍ଲେୟାର ଅଫ୍‌ ଟୁର୍ନାମେଣ୍ଟ ମଧ୍ୟ ବିବେଚିତ ହୋଇଥିଲେ। ତାଙ୍କ ଦମ୍‌ଦାର ପ୍ରଦର୍ଶନ ଓ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ତେବେ ରୋମାଞ୍ଚକ ଫାଇନାଲରେ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସ ଅପ୍‌ ହୋଇଥିଲା। ସେହିପରି ଟି୨୦ରେ ଟେଲର ୧୩୦ ଷ୍ଟାଇକ୍‌ରେଟ୍‌ରେ ୩୩୦ ରନ ସଂଗ୍ରହ କରି ବେଶ୍‌ ସଫଳ ପ୍ରଦର୍ଶନ କରିଥିଲେ।
ମହିଳା କ୍ରିକେଟରେ ବେଟ୍ସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଗତବର୍ଷ ନ୍ୟୁଜିଲାଣ୍ଡ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ସେ ୪୨ ହାରରେ ମୋଟ ୧୪୨ ରନ ସଂଗ୍ରହ କରିଥିଲେ। ସେହିପରି ମହିଳା ଟି୨୦ରେ ଡେଭାଇନ୍‌ ଶତକ ହାସଲ କରିତତ୍ଲେ। ପ୍ରଥମ ମହିଳା କିମ୍ବା ପୁରୁଷ ଖେଳାଳିଭାବେ ସେ କ୍ରମାଗତ ୬ଟି ଟି୨୦ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଥିଲେ। ୧୩୨ ଷ୍ଟ୍ରାଇକ୍‌ରେଟ୍‌ରେ, ୭୧ ହାରରେ ଡିଭାଇନ୍‌ ୪୨୯ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri