Posted inଖେଳ

ଓ୍ବିମ୍ବେଲଡନ ଓପନ୍‌ ଟେନିସ୍‌: ପ୍ରଜନେଶ ପ୍ରଥମ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ

ଲଣ୍ଡନ, ୨୮ା୬ (ପି.ଟି.)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ଟପ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ରାଉଣ୍ଡରେ ବିଶ୍ୱର ୧୭ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି କାନାଡ଼ାର ମିଲୋସ ରାଓନିକ୍‌ଙ୍କୁ ଭେଟିବେ। ବିଶ୍ୱର ୯୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବାମହାତୀ ପ୍ରଜନେଶ ପ୍ରଥମ ଥର ଓ୍ବିମ୍ବେଲଡନ ଗ୍ରାସକୋର୍ଟରେ ଖେଳିବେ। ଭାରତୀୟ ଖେଳାଳିଙ୍କ କିନ୍ତୁ ହାର୍ଡକୋର୍ଟରେ ଭଲ ଖେଳିଥାନ୍ତି। ଚଳିତ ସିଜନରେ ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ପଦାର୍ପଣ ହେବ। ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ଏବଂ ଫ୍ରେଞ୍ଚ ଓପନ୍‌ରେ ଭାଗନେଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ପ୍ରଜନେଶ ଏକମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ରାମକୁମାର ରମାନାଥନ ଏବଂ ଅଙ୍କିତା ରାଇନା ସେମାନଙ୍କ ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇ ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚତ୍ତ ହୋଇଛନ୍ତି। ପୁରୁଷ ଡବଲ୍ସରେ ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡେମୋଲାଇନର ୧୩ତମ ସିଡ୍‌ ଜର୍ମାନୀର କେଭିନ କ୍ରାଓ୍ବିଜ୍‌ ଏବଂ ଆନ୍ଦ୍ରିଆସ ମିିଜ୍‌ଙ୍କୁ ଭେଟି ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ସେହିପରି ରୋହନ ବୋପାନ୍ନା ଓ ପାବ୍‌ଲୋ କ୍ୟୁଭାସ ପ୍ରଥମେ ନ୍ୟୁଜିଲାଣ୍ଡର ମାର୍କସ ଡାନିଏଲ୍‌ ଏବଂ ନେଦରଲାଣ୍ଡ୍ସର ଓ୍ବେସ୍‌ଲି କୁଲ୍‌ହେଫ୍‌ଙ୍କୁ ଭେଟିବେ।
ଭାରତୀୟ ଯୋଡ଼ି ଜୀବନ ନେଦୁଚେଝିଆନ ଓ ପୂରବ ରାଜା ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ଅଷ୍ଟ୍ରେଲିଆର ଭେଟେରାନ ଲେଟନ ହଓ୍ବେିଟ୍‌ ଓ ଜୋର୍ଡାନ ଥମ୍ପସନ ଯୋଡ଼ିଙ୍କ ବିପକ୍ଷରେ ଖେଳିବେ। ସେହିପରି ଭେଟେରାନ ଲିଆଣ୍ଡର ପେସ୍‌ ଓ ବେନଏଟ୍‌ ପାଇରେ ସେମାନଙ୍କ ଓପନିଂ ମ୍ୟାଚ କାଜାଖସ୍ତାନ ଯୋଡ଼ି ଆଲକ୍‌ଜାଣ୍ଡର ବବ୍‌ଲିକ୍‌ ଏବଂ ମିଖାଇଲ କୁକୁସ୍କିନଙ୍କ ବିପକ୍ଷରେ ଖେଳିବେ। ମିକ୍ସଡ ଡବଲ୍ସ ଡ୍ର’ ଆସନ୍ତା ସପ୍ତାହରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri