Posted inଖେଳ

ଓ୍ବାସିମ ଜାଫରଙ୍କୁ ନୂଆ ଦାୟିତ୍ୱ

କୋଲକାତା/ମୁମ୍ବାଇ, ୧୭|୫ (ପି.ଟି.)- ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବିି) ପୂର୍ବତନ ଭାରତୀୟ ଓପନର ଓ୍ବାସିମ୍‌ ଜାଫରଙ୍କୁ ମୀରପୁରସ୍ଥିତ ଏହାର ଏକାଡେମୀରେ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି। ବିସିବିର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ଜାଫରଙ୍କ ସହିତ ୧ ବର୍ଷିଆ ଚୁକ୍ତି କରାଯାଇଛି। ସେ ଚଳିତ ମେ ମାସରୁ ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଜାଫର ପ୍ରଥମେ ଏକାଡେମୀର ଗେମ୍‌ ଡେଭଲପମେଣ୍ଟ ୟୁନିଟ୍‌ରେ କାର୍ଯ୍ୟ କରିବେ। ୧୬ବର୍ଷରୁ କମ୍‌ ଏବଂ ୧୯ ବର୍ଷରୁ କମ୍‌ ବୟସ ବର୍ଗ ଦଳ ଦାୟିତ୍ୱରେ ରହିବେ। ପରେ ତାଙ୍କୁ ବିସିବି ହାଇପର୍ଫମାନ୍ସ ୟୁନିଟ୍‌ (ଏନସିଏ ସମକକ୍ଷ) ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି ବିସିବି ଗେମ୍‌ ଡେଭଲପମେଣ୍ଟ ମ୍ୟାନେଜର କେସାର ଅହମ୍ମଦ ପ୍ରକାଶ କରିଛନ୍ତି। ୪୧ ବର୍ଷୀୟ ଜାଫର ବିଦର୍ଭ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୧୯ଟି ସିଜନ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ବିଦର୍ଭ କ୍ରମାଗତ ଦୁଇଥର ରଣଜୀ ଟ୍ରଫି ଟାଇଟଲ ଜିତିପାରିଛି। ଜାଫର ଭାରତ ପାଇଁ ୩୧ ଟେଷ୍ଟ ମ୍ୟାଚ ଖେଳି ୧,୯୪୪ ରନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୨୧୨ ରହିଛି। ସେ ଆହୁରି ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri