Posted inଖେଳ

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରୀ। ଏଥିସହିତ ସେ ଲାଇନଲ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଏହି ବାଉଟ୍‌ ବେଳେ ସେ ତାଙ୍କ ଡାହାଣ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଫେବୃୟାରୀ ୨୨ରେ ଡେନ୍‌ଟଏ ଓ୍ବାଇଲ୍ଡର ବିପକ୍ଷ ହେଭିଓ୍ବେଟ୍‌ ରି-ମ୍ୟାଚ ଆୟୋଜନରେ ବିଳମ୍ବ ଘଟିପାରେ। ତାଙ୍କ ପ୍ରମୋଟର ଫ୍ରାଙ୍କ ଓ୍ବାରେନ ସୂଚନା ଦେଇଛନ୍ତି। ଆଖିରେ ଗୁରୁତର କ୍ଷତ ସତ୍ତ୍ୱେ ୩୧ ବର୍ଷୀୟ ଫ୍ୟୁରୀ ଲଢିଥିଲେ। ଶେଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଫ୍ୟୁରୀ ଯଦି ଶୀଘ୍ର ସୁସ୍ଥ ହୁଅନ୍ତି ତେବେ ରି-ମ୍ୟାଚ ନିର୍ଦ୍ଧାରିତ ଦିନ ହେବ ବୋଲି ଓ୍ବାରେନ ପ୍ରକାଶ କରିଛନ୍ତି। ଫାଇଟ୍‌ ସମୟରେ ଫ୍ୟୁରୀ ୩୦-୧ରେ ଫେଭରାଇଟ୍‌ ଥିଲେ। ତୃତୀୟ ରାଉଣ୍ଡରେ ଅଧିକ କ୍ଷତାକ୍ତ ହେବାରୁ ବାଉଟ୍‌ରୁ ସେ ଓହରିଯିବା ସମ୍ଭାବନା ଦେଖା ଦେଇଥିଲା। ମାତ୍ର ମୁହଁ ରକ୍ତାକ୍ତ ଦେଖାଯାଉଥିଲେ ମଧ୍ୟ ଫ୍ୟୁରୀ ତାଙ୍କ ଲଢେଇ ଜାରି ରଖିଥିଲେ। ଶେଷରେ ୩ଜଣ ରିଙ୍ଗ୍‌ସାଇଡ୍‌ ଜଜ୍‌ ୧୧୮-୧୧୦, ୧୧୭-୧୧୧ ଏବଂ ୧୧୬-୧୧୨ ସ୍କୋରରେ ଫ୍ୟୁରୀଙ୍କୁ ବିଜୟୀ ଘୋଷଣା କରିଥିଲେ। ବାଉଟ୍‌ ପରେ ଓ୍ବାଲିନ କହିଛନ୍ତି ମୁକାବିଲା ଜିତିବା ଲାଗି ମୁଁ ସମସ୍ତ ପ୍ରକାର ଚେଷ୍ଟା କରି ମଧ୍ୟ ବିଫଳ ହେଲି। ପ୍ରକୃତରେ ଫ୍ୟୁରି ଜଣେ ମହାନ ଫାଇଟର। ଅନ୍ୟପକ୍ଷରେ ଫ୍ୟୁରି କହିଛନ୍ତି, ଦୃଢ ସଂକଳ୍ପ ଯୋଗୁ ଗୁରୁତର ଆହତ ସତ୍ତ୍ୱେ ମୁଁ ବିଜୟ ଲାଭ କରିପାରିଲି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri