Posted inଖେଳ

ଓସିଏ ନିର୍ବାଚନ: ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା

କଟକ ଅଫିସ,୧୯ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନର ନାମାଙ୍କନ ପତ୍ର ଦାଖଲକୁ ଆଉ ଗୋଟିଏ ଦିନ ବାକି । ୨୦ ତାରିଖ ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ହେଲେ ଏବେ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇନି । ମୋଟ ୬ଟି ପଦବୀ ନିମନ୍ତେ ହେବାକୁ ଥିବା ଓସିଏର ଆଗାମୀ ନିର୍ବାଚନରେ ଦୁଇଟି ଗୋଷ୍ଠୀ ପ୍ରାର୍ଥୀ ଦେବେ ବୋଲି ଅଣ୍ଟା ଭିଡ଼ିଛନ୍ତି । ଛକାପଞ୍ଝା ଭିତରେ ରହିଛି ଉଭୟ ଗୋଷ୍ଠୀର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା। କିଏ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ତାହାକୁ ଉଭୟ ଅପେକ୍ଷା କରିଛନ୍ତି ।
ଦକ୍ଷ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ବର୍ତ୍ତମାନସୁଦ୍ଧା ୨ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଏହି ଗୋଷ୍ଠୀର ସଭାପତି ପ୍ରାର୍ଥୀ ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ପ୍ରାର୍ଥୀ ହେଉଛନ୍ତି ସଞ୍ଜୟ ବେହେରା। ମଙ୍ଗଳବାର ପୁରୀରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ମଧ୍ୟ ହୋଇଥିଲା। ସେହିପରି ଅନ୍ୟ ଗୋଷ୍ଠୀ ମଧ୍ୟ ଏବେ ସୁଦ୍ଧା ୨ ପଦବୀରେ ସୀମିତ ରହିଛି । ସଭାପତି ଭାବେ ନବରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ଭାବେ ପ୍ରଦୀପ ଚୌହ୍ବାନ ନିର୍ବାଚନ ଲଢ଼ିବେ । ଏବେ ବାକି ପଡ଼ିଛି ଆଉ ୪ ପଦବୀ । ଏଗୁଡ଼ିକ ହେଲା, ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନସିଲ ସଦସ୍ୟ । ଉକ୍ତ ୪ ପଦବୀ ନିମନ୍ତେ ପ୍ରାର୍ଥୀ ଦେବା ଉଭୟ ଗୋଷ୍ଠୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଶୁଣିବାକୁ ମିଳିଛି ଯେ, ଆଶୀର୍ବାଦଙ୍କ ଗୋଷ୍ଠୀ ବଳକା ୪ ପଦବୀ ଭିତରୁ ୨ଟି ପଦବୀ ନିମନ୍ତେ ଅନୁବନ୍ଧିତ ଜିଲା ସଂଘର ପ୍ରତିନିଧିଙ୍କୁ ବାଛିବ। ଜିଲା ସଂଘର ଭୋଟକୁ କବଜା ରଖିବାକୁ ଯାଇ ଏଭଳି ପଦକ୍ଷେପ ନେବ । ଏ ସମ୍ପର୍କରେ ଆଶୀର୍ବାଦଙ୍କ ପଚାରିବାରୁ ସେ କହିଥିଲେ ଯେ, ନାମାଙ୍କନ ପତ୍ର ଦାଖଲ ଦିନ ସକାଳେ ପ୍ରାର୍ଥୀ ତାଲିକା ଘୋଷଣା କରିବୁ। ଏବେ ସୁଦ୍ଧା ଅବଶିଷ୍ଟ ୪ଟି ପଦବୀ ନିମନ୍ତେ ପ୍ରାର୍ଥୀ ଚୟନ ହୋଇନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କ୍ଲବ ସମ୍ପାଦକ ପ୍ରଦୀପ ଚୌହ୍ବାନ କହିଛନ୍ତି ଯେ, ଦୁଇଟି ପଦବୀ ନିମନ୍ତେ ଆମର ପ୍ରାର୍ଥୀ ସ୍ଥିର । ଅନ୍ୟ ୪ ପଦବୀ କାହାକୁ ଦିଆଯିବ ତାହା ଚୂଡ଼ାନ୍ତ ହୋଇନି। ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ପ୍ରଦୀପ କହିଥିଲେ। ହେଲେ ନାମାଙ୍କନ ପତ୍ର ଦାଖଲକୁ ଆଉ ୨୪ ଘଣ୍ଟା ବାକି ଥିବା ବେଳେ ଉଭୟ ଗୋଷ୍ଠୀର ଏଭଳି ମତାମତ ନିର୍ବାଚନ ମାହୋଲକୁ ଫିକା ପକାଉଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟ ଗୋଷ୍ଠୀ ପ୍ରତିପକ୍ଷର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛି । ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କଲେ, ଏହାକୁ ନଜରରେ ରଖି ଅନ୍ୟ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କରିବ ବୋଲି କ୍ରୀଡ଼ା ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri