Posted inଖେଳ

ଓସିଏ ନିର୍ବାଚନ: ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା

କଟକ ଅଫିସ,୧୯ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନର ନାମାଙ୍କନ ପତ୍ର ଦାଖଲକୁ ଆଉ ଗୋଟିଏ ଦିନ ବାକି । ୨୦ ତାରିଖ ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ହେଲେ ଏବେ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇନି । ମୋଟ ୬ଟି ପଦବୀ ନିମନ୍ତେ ହେବାକୁ ଥିବା ଓସିଏର ଆଗାମୀ ନିର୍ବାଚନରେ ଦୁଇଟି ଗୋଷ୍ଠୀ ପ୍ରାର୍ଥୀ ଦେବେ ବୋଲି ଅଣ୍ଟା ଭିଡ଼ିଛନ୍ତି । ଛକାପଞ୍ଝା ଭିତରେ ରହିଛି ଉଭୟ ଗୋଷ୍ଠୀର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା। କିଏ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ତାହାକୁ ଉଭୟ ଅପେକ୍ଷା କରିଛନ୍ତି ।
ଦକ୍ଷ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ବର୍ତ୍ତମାନସୁଦ୍ଧା ୨ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଏହି ଗୋଷ୍ଠୀର ସଭାପତି ପ୍ରାର୍ଥୀ ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ପ୍ରାର୍ଥୀ ହେଉଛନ୍ତି ସଞ୍ଜୟ ବେହେରା। ମଙ୍ଗଳବାର ପୁରୀରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ମଧ୍ୟ ହୋଇଥିଲା। ସେହିପରି ଅନ୍ୟ ଗୋଷ୍ଠୀ ମଧ୍ୟ ଏବେ ସୁଦ୍ଧା ୨ ପଦବୀରେ ସୀମିତ ରହିଛି । ସଭାପତି ଭାବେ ନବରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ଭାବେ ପ୍ରଦୀପ ଚୌହ୍ବାନ ନିର୍ବାଚନ ଲଢ଼ିବେ । ଏବେ ବାକି ପଡ଼ିଛି ଆଉ ୪ ପଦବୀ । ଏଗୁଡ଼ିକ ହେଲା, ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନସିଲ ସଦସ୍ୟ । ଉକ୍ତ ୪ ପଦବୀ ନିମନ୍ତେ ପ୍ରାର୍ଥୀ ଦେବା ଉଭୟ ଗୋଷ୍ଠୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଶୁଣିବାକୁ ମିଳିଛି ଯେ, ଆଶୀର୍ବାଦଙ୍କ ଗୋଷ୍ଠୀ ବଳକା ୪ ପଦବୀ ଭିତରୁ ୨ଟି ପଦବୀ ନିମନ୍ତେ ଅନୁବନ୍ଧିତ ଜିଲା ସଂଘର ପ୍ରତିନିଧିଙ୍କୁ ବାଛିବ। ଜିଲା ସଂଘର ଭୋଟକୁ କବଜା ରଖିବାକୁ ଯାଇ ଏଭଳି ପଦକ୍ଷେପ ନେବ । ଏ ସମ୍ପର୍କରେ ଆଶୀର୍ବାଦଙ୍କ ପଚାରିବାରୁ ସେ କହିଥିଲେ ଯେ, ନାମାଙ୍କନ ପତ୍ର ଦାଖଲ ଦିନ ସକାଳେ ପ୍ରାର୍ଥୀ ତାଲିକା ଘୋଷଣା କରିବୁ। ଏବେ ସୁଦ୍ଧା ଅବଶିଷ୍ଟ ୪ଟି ପଦବୀ ନିମନ୍ତେ ପ୍ରାର୍ଥୀ ଚୟନ ହୋଇନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କ୍ଲବ ସମ୍ପାଦକ ପ୍ରଦୀପ ଚୌହ୍ବାନ କହିଛନ୍ତି ଯେ, ଦୁଇଟି ପଦବୀ ନିମନ୍ତେ ଆମର ପ୍ରାର୍ଥୀ ସ୍ଥିର । ଅନ୍ୟ ୪ ପଦବୀ କାହାକୁ ଦିଆଯିବ ତାହା ଚୂଡ଼ାନ୍ତ ହୋଇନି। ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ପ୍ରଦୀପ କହିଥିଲେ। ହେଲେ ନାମାଙ୍କନ ପତ୍ର ଦାଖଲକୁ ଆଉ ୨୪ ଘଣ୍ଟା ବାକି ଥିବା ବେଳେ ଉଭୟ ଗୋଷ୍ଠୀର ଏଭଳି ମତାମତ ନିର୍ବାଚନ ମାହୋଲକୁ ଫିକା ପକାଉଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟ ଗୋଷ୍ଠୀ ପ୍ରତିପକ୍ଷର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛି । ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କଲେ, ଏହାକୁ ନଜରରେ ରଖି ଅନ୍ୟ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କରିବ ବୋଲି କ୍ରୀଡ଼ା ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri