ଓସା ନିର୍ବାଚନ : ଗୃହ ପ୍ରମୁଖ ସଚିବଙ୍କୁ କର୍ମଚାରୀଙ୍କ ଦାବିପତ୍ର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର ନିର୍ବାଚନ ବିଳମ୍ବ ନେଇ କର୍ମଚାରୀ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ଦୁଇ ବର୍ଷ ପୂର୍ବେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିଯାଇଛି। ହେଲେ ପରବର୍ତ୍ତୀ ନିର୍ବାଚନ ନେଇ କୌଣସି ପ୍ରକ୍ରିୟା ଏଯାଏ ଦେଖିବାକୁ ମିଳିନାହିଁ। ସେହିପରି କାର୍ଯ୍ୟକାଳ ସରିବା ପରେ ସଂଘର ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ ପଦବୀରେ କାର୍ଯ୍ୟ ଜାରି ରଖିବା ପାଇଁ ସଂଘର ସାଧାରଣ ପରିଷଦ ବୈଠକର ଅନୁମତି ଆବଶ୍ୟକ ହୋଇଥାଏ। ମାତ୍ର ସେପରି କିଛି ପ୍ରକ୍ରିୟା ଓସା ଦ୍ୱାରା ଅନୁପାଳନ କରାଯାଇ ନ ଥିବା କେତେକ କର୍ମଚାରୀ ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତି ପୂର୍ବରୁ କେବେ ଉପୁଜି ନ ଥିବା କର୍ମଚାରୀମାନେ କହିଛନ୍ତି। ତେଣୁ ତୁରନ୍ତ ନିର୍ବାଚନ ପାଇଁ ନିୟମ ଅନୁଯାୟୀ ପଦକ୍ଷେପ ନେବା ଲାଗି କର୍ମଚାରୀମାନେ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ରରେ ସଚିବାଳୟର ୧୨୪୨ ଜଣଙ୍କ ସ୍ବାକ୍ଷର ରହିଥିବା ଜଣାଯାଇଛି। ସରକାର ସ୍ବୀକୃତି ଥିବା ଓସା ଏକ ପ୍ରତିଷ୍ଠିତ ଫୋରମ୍‌ । ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ ବହି(ବାଇ-ଲ) ମଧ୍ୟ ରହିଛି। ତେଣୁ ଏପରି ଏକ ପ୍ରତିଷ୍ଠିତ ସଂଘର ନିୟମିତ ସମୟରେ ନିର୍ବାଚନ ନ ହେବା ଦୁର୍ଭାଗ୍ୟଜନକ ବୋଲି ଅନେକେ ମତ ଦେଇଛନ୍ତି। ଓସା ନିର୍ବାଚନ ବିଳମ୍ବ ହେବା ସମ୍ପର୍କରେ ଧରିତ୍ରୀରେ ଗତ ୨୬ ଅଗଷ୍ଟରେ ଏକ ଖବର ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri