ଓଭରବ୍ରିଜ ତଳେ ପରିବା ବିକ୍ରି; ରାସ୍ତା ଜାମ, ଲୋକେ ହଇରାଣ

ଢେଙ୍କିକୋଟ,୨୨।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଲାଇଫ ଲାଇନ୍‌ ଜାତୀୟ ରାଜପଥ ୨୦ ନଂ ପାଣି କୋଇଲିଠାରୁ ରାଜାମୁଣ୍ଡାକୁ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଛି। ଯାହାକି ଏହାର ନବୀକରଣ ୪ ଲେନ୍‌ ରାସ୍ତା ନିର୍ମାଣ ବେଳେ ଢେଙ୍କିକୋଟ ବଜାର ମଧ୍ୟରେ ଏକ ଓଭରବ୍ରିଜ୍‌ ନିର୍ମାଣ କରାଯାଇଛି। ଏହି ଓଭରବ୍ରିଜ ଦେଇ ଜାତୀୟ ରାଜପଥ ୨୦ ନଂ ରାଞ୍ଚି-ବିଜୟଓ୍ବାଡ଼ାକୁ ସଂଯୋଗ କରିଛି। ଓଭରବ୍ରିଜ ଉଭୟ ପାର୍ଶ୍ୱରେ ଚଲାପଥ ରହିଅଛି। ନବିକରଣବେଳେ ଠିକାସଂସ୍ଥା ଚଲାପଥଗୁଡ଼ିକୁ ନିର୍ମାଣ ନକରି ଅଧାପନ୍ତରିଆ କରି ଛାଡ଼ି ଛାଲିଯାଇଛି। ଯାହାଫଳରେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧା ଭୋଗଛନ୍ତି। ଅନ୍ୟପକ୍ଷେ ଓଭରବ୍ରିଜ ତଳ ଦୁଇ ପାର୍ଶ୍ୱରେ ସ୍ଥାନୀୟ ପରିବା ବ୍ୟବସାୟୀମାନେ ସେମାନଙ୍କ ପରିବା ଦୋକାନ ଏବଂ ଫଳ ଦୋକାନଗୁଡ଼ିକ ଦୋକାନ ମେଲି ବସିଥିବାରୁ ଗ୍ରାହକମାନେ ସାଇକେଲ, ବାଇକ ଏବଂ ଚାରିଚକିଆ ଯାନ ରଖି ପରିବା ଫଳ କିଣିଲାବେଳେ ଓଭରବ୍ରିଜ ତଳ ରାସ୍ତା ଜାମ ହେଉଛି। ଏହି ବ୍ରିଜ ତଳ ଦେଇ ବହୁ ଲୁହାପଥର ବୋଝେଇ ୧୦ ଚକିଆ, ୧୨ଚକିଆ, ଏବଂ ୧୮ ଚକିଆ ଯାନ ପ୍ରତିଦିନ ଯାତାୟାତ କରୁଛି। ଫଳରେ ଲୋକଙ୍କୁ ବହୁ ଅସୁବିଧା ଭୋଗିବାପାଇଁ ପଡ଼ୁଛି। ଏଥିଲାଗି ଢେଙ୍କିକୋଟ ପୋଲିସକୁ ନାକେଦମ ହେବାକୁ ପଡ଼ୁଛି। ଭବିଷ୍ୟତରେ ଏଠାରେ ବଡ଼ ଧରଣର ଦୁର୍ଘଟଣା ହେବାର ଆଶଙ୍କାକୁ ଏଡ଼ାଯାଇ ନ ପାରେ। ତେଣୁ ଏନ୍‌ଏଚ୍‌ଏଆଇ ତରଫରୁ ତୁର ଢେଙ୍କିକୋଟ ବଜାର ଚଲାପଥ ସାଙ୍ଗକୁ ଉଭୟ ପାର୍ଶ୍ୱରେ ଅଧା ପନ୍ତରିଆ କରିୁ ଛାଡ଼ିଥିବା ଡ୍ରେନ କାର୍ଯ୍ୟ ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଛି। ନଚେତ ଆଗାମୀ ଦିନରେ ଏହା ଏକ ଆନ୍ଦୋଳନର ରୂପ ନେବ ବୋଲି କୁହାଯାଇଛି। ତେବେ ଓଭରବ୍ରିଜ ତଳୁ ପରିବା ଏବଂ ଫଳ ଦୋକାନଗୁଡ଼ିକୁ ସ୍ଥାନାନ୍ତର କରି ଯାନବାହାନ ସାଙ୍ଗକୁ ସାଧାରଣ ଲୋକଙ୍କୁ ଚଳପ୍ରଚଳ କରିବା ପାଇଁ ଦିଆଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri