ଓପନ୍‌ ମ୍ୟୁଜିୟମରେ ୨୦ ସ୍କ୍ରାପ୍‌ କଳାକୃତି

ବ୍ରହ୍ମପୁର ଅଫିସ,୮ା୨-ଦକ୍ଷତା ବିକାଶରେ ବ୍ରହ୍ମପୁର ଆଇଟିଆଇ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାଜ୍ୟର ଅନ୍ୟ ଆଇଟିଆଇ ଓ ବୈଷୟିକ ଅନୁଷ୍ଠାନ ପାଇଁ ଦକ୍ଷତା ବିକାଶର ସ୍ବାଭିମାନ, ଆଦର୍ଶର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ବୋଲି ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ କୁମାର ବାଗ୍‌ଚି କହିଛନ୍ତି। ଶୁକ୍ରବାର ବ୍ରହ୍ମପୁର ଆଇଟିଆଇ ପରିସରରେ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ନାମରେ ନାମିତ ଓପୋନ୍‌ ସ୍କ୍ରାପ୍‌ ମ୍ୟୁଜିୟମ ଲୋକାର୍ପଣ ଉତ୍ସବରେ ବାଗ୍‌ଚି ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମେଟାଲ ସ୍କ୍ରାପ୍‌ର ବିଭିନ୍ନ ମଡେଲ ସମସ୍ତ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ଦକ୍ଷତାର ବିକାଶ ପାଇଁ ପ୍ରେରଣା ଯୋଗାଇବ। ଆଗାମୀ ଦିନରେ ଆଇଟିଆଇରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ପାଇଁ ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସି ସ୍ଥାପନ କରାଯିବା ଯୋଜନା ହୋଇଛି। ବିଭିନ୍ନ ଟ୍ରେଡର ଛାତ୍ରୀଛାତ୍ରଙ୍କ ସହ ମଡେଲ ସମ୍ପର୍କରେ ଆଲୋଚନା କରିବା ସହ ଅନୁଷ୍ଠାନରେ କ୍ୟାମ୍ପସ ଚୟନରେ ୩୩ ପ୍ରତିଶତ ଛାତ୍ରୀଙ୍କୁ ଚୟନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବାଗ୍‌ଚି ଘୋଷଣା କରିଥିଲେ। ଲୋକାର୍ପଣ ଉସତ୍ବରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଆଡଭାନ୍ସ ସିଷ୍ଟମସ୍‌ ଲିମିଟେଡର ସିଇଓ ତଥା ମୁଖ୍ୟ ମସୁଦ ହୁସେନି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର କମିଶନର ତଥା ସଚିବ ସଞ୍ଜୟ କୁମାର ସିଂ, ଟାଟାର ଟେକ୍ନିକାଲ ତାଲିମ ମୁଖ୍ୟ କେ.କେ ଗୁପ୍ତା, ଏମ୍ପ୍ଲଏମେଣ୍ଟର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଟେକ୍ନିକାଲ ଏଜୁକେଶନର ଡାଇରେକ୍ଟର ରଘୁ ଜୀ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଆଇଟିଆଇର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଓପନ ମୁଜିୟମରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କାର୍ପରେ ପ୍ରସ୍ତୁତ ୭ରୁ ୭୦ ଫୁଟରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ଉଚ୍ଚର ୨୦ଟି ବିଭିନ୍ନ ମଡେଲ ସ୍ଥାନିତ ହୋଇଛି। ସେଥିମଧ୍ୟରେ ୭୩ ଫୁଟ ଉଚ୍ଚର ଗିଟାର, ୨୨ ଫୁଟ ୮ ଇଞ୍ଚ ଉଚ୍ଚର ବଂଶୀକଣ୍ଟା ମାଛ, ୩୨ ଫୁଟ ଉଚ୍ଚର ଜିରାଫ କଳାକୃତି ଉଭୟ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏହାବ୍ୟତୀତ ମ୍ୟୁଜିୟମ ମଧ୍ୟରେ ସରକାରଙ୍କ ସୁଦକ୍ଷା ଯୋଜନାରେ ଛାତ୍ରୀମାନଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ବିିଭିନ୍ନ ଯୋଜନା ସମ୍ପର୍କରେ ଏକ ସୁଦକ୍ଷା ରଥ ମଧ୍ୟ ସ୍ଥାନିତ ହୋଇଛି। ସେହିପରି ୨୮ ଫୁଟ ଉଚ୍ଚର ପ୍ରେଡିଏଟର, ୨୨ ଫୁଟ ୩ ଇଞ୍ଚର ଆଇରନ ମ୍ୟାନ, ୬ ଫୁଟ ଉଚ୍ଚର ଟର୍ମିନେଟର, ୧୮ ଫୁଟ ଉଚ୍ଚର ଡଲଫିନ୍‌, ଅଲିଭରିଡଲେ କଳାକୃତି, ୮ ଫୁଟ ଉଚ୍ଚ ଓ ୧୭ ଫୁଟ ଲମ୍ବର ହେଲିକପ୍ଟର, ୯ ଫୁଟର ଚେତକ, ୧୩ ଫୁଟ ଉଚ୍ଚର ପ୍ରେଡିଏଟର, ୧୬ ଫୁଟ ଉଚ୍ଚର ହରିଣ ସହ ୬ ଫୁଟର ରୋବର୍ଟ, ୧୭ ଫୁଟର ରେଇଣ୍ଡର, ୨୨ ଫୁଟ ଲମ୍ବର ଝିଟିପିଟି, ୧୩ ଫୁଟ ଉଚ୍ଚତାର ମୟୂର, ୩ଡି ଆର୍ଟର ଗାଈ, ୧୫ ଫୁଟ ଉଚ୍ଚର କିଙ୍ଗକଙ୍ଗ୍‌, ଯୁଦ୍ଧ ଟ୍ୟାଙ୍କ୍‌ ପ୍ରମୁଖ କଳାକୃତି ପ୍ରଦର୍ଶିତ ହୋଇଛି। ଏହି ମ୍ୟୁଜିୟମ ସାରା ରାଜ୍ୟର ବୈଷୟିକ ତାଲିମ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ନେଇ ଅଧ୍ୟକ୍ଷ ଡ. ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri