ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ ଶିଳ୍ପ ଜଡିତ ରହିଛି। ୨୦୧୮-୧୯ରେ ଦେଶର ମୋଟ୍‌ ମର୍ଚ୍ଚାଣ୍ଡାଇଜ୍‌ ରପ୍ତାନି ୩୩୧ ବିଲିୟନ ଡଲାର ରହିଛି। ଏଥିରେ ପ୍ଲାଷ୍ଟିକ ରପ୍ତାନିର ଅଂଶ ୧୦.୮୯ ବିଲିୟନ ଡଲାର। ୨୦୧୭-୧୮ରେ ଏହା ୮.୮୫ ବିଲିୟନ ଡଲାର ଥିବା ବେଳେ ଏଥିରେ ୨୪% ବୃଦ୍ଧି ଘଟିଛି। ଏଭଳିସ୍ଥିତିରେ ସାରା ଦେଶ କଥା ବିଚାର କଲେ ଓଡ଼ିଶା ପ୍ଲାଷ୍ଟିକ କ୍ଲଷ୍ଟର କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହୋଇ ପାରିବ। ପ୍ଲାଷ୍ଟିକ ରପ୍ତାନି ପ୍ରୋତ୍ସାହନ ପରିଷଦ ଏବଂ ରାଜ୍ୟ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁଷ୍ଠିତ ପ୍ଲାଷ୍ଟିକ ରପ୍ତାନି ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏଭଳି ମତ ରଖିଛନ୍ତି। ରାଜ୍ୟରୁ ପ୍ଲାଷ୍ଟିକ ରପ୍ତାନି ପ୍ରୋତ୍ସାହନକୁ ଧ୍ୟାନରେ ରଖି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ରପ୍ତାନି ପ୍ରୋତ୍ସାହନ ପରିଷଦର ଇଡି ଶ୍ରୀବାସ ଦାସ ମହାପାତ୍ର କହିଛନ୍ତି, ପାରାଦୀପରେ ଇଣ୍ଡିଆନ ଅଏଲର ପଲିପ୍ରପିଲିନ ଫାସିଲିଟି ଏବଂ ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ କାର୍ଯ୍ୟକ୍ଷମ ହେଲେ ରାଜ୍ୟ ପ୍ଲାଷ୍ଟିକ ରପ୍ତାନିର ପ୍ରମୁଖ ସ୍ଥାନ ଗ୍ରହଣ କରିବ। କେଉଁ ଦେଶଗୁଡିକୁ ପ୍ଲାଷ୍ଟିକ ରପ୍ତାନିର ସୁଯୋଗ ରହିଛି ତାହା ସେମିନାର ମାଧ୍ୟମରେ ସଚେତନ କରାଯାଉଛି। ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ବିଭିନ୍ନ ପ୍ରୋତ୍ସାହନ ପଦକ୍ଷେପ ରପ୍ତାନିକାରୀଙ୍କ ଲାଗି ନିଆଯାଉଥିବା ଇଡି ମହାପାତ୍ର କହିଛନ୍ତି। ଜଗତୀକରଣ ଯୋଗୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ବଢିଥିବାରୁ କମ୍ପାନୀ ଗୁଡିକ ବିଦେଶରେ ମଧ୍ୟ ରପ୍ତାନି ସୁଯୋଗ ସ୍ଥିତିକୁ ବିଚାର କରିବାର ସମୟ ଆସିଥିବା ପରିଷଦର ଆଞ୍ଚଳିକ ଅଧ୍ୟକ୍ଷ ପ୍ରସନ୍ନ ଲୋହିଆ ସୂଚନା ଦେଇଥିଲେ। ସେହିଭଳି ରପ୍ତାନିର ସୁଯୋଗ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକ ନେବା ଆବଶ୍ୟକ ବୋଲି ପ୍ରଶାସନିକ କମିଟିର ସଦସ୍ୟ ଅମିତ ପାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri