ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ ଶିଳ୍ପ ଜଡିତ ରହିଛି। ୨୦୧୮-୧୯ରେ ଦେଶର ମୋଟ୍‌ ମର୍ଚ୍ଚାଣ୍ଡାଇଜ୍‌ ରପ୍ତାନି ୩୩୧ ବିଲିୟନ ଡଲାର ରହିଛି। ଏଥିରେ ପ୍ଲାଷ୍ଟିକ ରପ୍ତାନିର ଅଂଶ ୧୦.୮୯ ବିଲିୟନ ଡଲାର। ୨୦୧୭-୧୮ରେ ଏହା ୮.୮୫ ବିଲିୟନ ଡଲାର ଥିବା ବେଳେ ଏଥିରେ ୨୪% ବୃଦ୍ଧି ଘଟିଛି। ଏଭଳିସ୍ଥିତିରେ ସାରା ଦେଶ କଥା ବିଚାର କଲେ ଓଡ଼ିଶା ପ୍ଲାଷ୍ଟିକ କ୍ଲଷ୍ଟର କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହୋଇ ପାରିବ। ପ୍ଲାଷ୍ଟିକ ରପ୍ତାନି ପ୍ରୋତ୍ସାହନ ପରିଷଦ ଏବଂ ରାଜ୍ୟ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁଷ୍ଠିତ ପ୍ଲାଷ୍ଟିକ ରପ୍ତାନି ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏଭଳି ମତ ରଖିଛନ୍ତି। ରାଜ୍ୟରୁ ପ୍ଲାଷ୍ଟିକ ରପ୍ତାନି ପ୍ରୋତ୍ସାହନକୁ ଧ୍ୟାନରେ ରଖି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ରପ୍ତାନି ପ୍ରୋତ୍ସାହନ ପରିଷଦର ଇଡି ଶ୍ରୀବାସ ଦାସ ମହାପାତ୍ର କହିଛନ୍ତି, ପାରାଦୀପରେ ଇଣ୍ଡିଆନ ଅଏଲର ପଲିପ୍ରପିଲିନ ଫାସିଲିଟି ଏବଂ ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ କାର୍ଯ୍ୟକ୍ଷମ ହେଲେ ରାଜ୍ୟ ପ୍ଲାଷ୍ଟିକ ରପ୍ତାନିର ପ୍ରମୁଖ ସ୍ଥାନ ଗ୍ରହଣ କରିବ। କେଉଁ ଦେଶଗୁଡିକୁ ପ୍ଲାଷ୍ଟିକ ରପ୍ତାନିର ସୁଯୋଗ ରହିଛି ତାହା ସେମିନାର ମାଧ୍ୟମରେ ସଚେତନ କରାଯାଉଛି। ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ବିଭିନ୍ନ ପ୍ରୋତ୍ସାହନ ପଦକ୍ଷେପ ରପ୍ତାନିକାରୀଙ୍କ ଲାଗି ନିଆଯାଉଥିବା ଇଡି ମହାପାତ୍ର କହିଛନ୍ତି। ଜଗତୀକରଣ ଯୋଗୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ବଢିଥିବାରୁ କମ୍ପାନୀ ଗୁଡିକ ବିଦେଶରେ ମଧ୍ୟ ରପ୍ତାନି ସୁଯୋଗ ସ୍ଥିତିକୁ ବିଚାର କରିବାର ସମୟ ଆସିଥିବା ପରିଷଦର ଆଞ୍ଚଳିକ ଅଧ୍ୟକ୍ଷ ପ୍ରସନ୍ନ ଲୋହିଆ ସୂଚନା ଦେଇଥିଲେ। ସେହିଭଳି ରପ୍ତାନିର ସୁଯୋଗ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକ ନେବା ଆବଶ୍ୟକ ବୋଲି ପ୍ରଶାସନିକ କମିଟିର ସଦସ୍ୟ ଅମିତ ପାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri