ଓଡିଆର୍‌ପି ଘରେ ନ ରହିଲେ ତାଲିକାରୁ ବାଦ୍‌

ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍‌ପି ଘର ପାଇଥିବା ବ୍ୟକ୍ତି ଓ ପ୍ରଶାସନ ପକ୍ଷରୁ ମିଳିତ ଆଲୋଚନା ସଭା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ବାତ୍ୟା ନିରୋଧକ ଗୃହରେ ଘର ପାଇଥିବା ସମୁଦ୍ର ତଟବର୍ତ୍ତୀ ଲୋକଙ୍କୁ ରହିବା ପାଇଁ ପରାମର୍ଶ ଦେଇଥିଲେ। ୨ଦିନ ମଧ୍ୟରେ ହିତାଧିକାରୀ ନିଜ ଗୃହକୁ ପ୍ରବେଶ ନକଲେ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯିବ ବୋଲି ସେ ତାଗିଦ କରିଥିଲେ। ସୂଚନାଯୋଗ୍ୟ, ଚିକିଟି ବ୍ଲକ୍‌ର ୬ଟି ପଞ୍ଚାୟତର ସମୁଦ୍ର ତଟବର୍ତ୍ତୀ ଗ୍ରାମ କତୁରୁ, ଅଲାଡିପୁର, ଏକ୍‌ସିଙ୍ଗି, ସୋରଳ, କଇଠା, ଗୋବିନ୍ଦପୁର, ଚନ୍ଦନବାଡ, ଦୟାନିଧିପେଣ୍ଠ, ସୁନୁପୁର, ଆରୁଆସୁନୁପୁର, ପାଟିସୁନୁପୁର ଆଦି ୧୦ ଗ୍ରାମର ୩୧୦୬ ପରିବାରକୁ ସ୍ଥାନାନ୍ତରିତ କରାଯାଇ ନିରାପଦ ସ୍ଥାନକୁ ଆଣିବା ପାଇଁ ସରକାର ୨୦୧୩ ଫାଇଲିନ୍‌ ବାତ୍ୟାପରେ ଏହି ଯୋଜନା କରିଛନ୍ତି। ଏହି ଯୋଜନାରେ ଚନ୍ଦନବାଡ ଗ୍ରାମରେ ୩୪୨ ଗୃହ ଓ ସୋରଳ ଗ୍ରାମରେ ୨୯୩ ବାତ୍ୟା ନିରୋଧକ ଗୃହ ନିର୍ମାଣ କରାଯାଇଛି। ସେହିଭଳି ୧୦ଗୋଟି ଗ୍ରାମରେ ୩୧୦୬ ଘର ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଦୀର୍ଘଦିନ ହେଲା ଏହି ଗୃହ ଗୁଡିକ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହିତାଧିକାରୀ ସ୍ଥାନାନ୍ତର ହେଉନାହାନ୍ତି। ସଭାରେ ଚିକିଟି ବିଡିଓ ଫାଲ୍‌ଗୁନୀ ମାଝି, ତହସିଲ୍‌ଦାର ହରପ୍ରସାଦ ଭୋଇ, ଓଡିଆରପି କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ବେହେରା, ଗୋଷ୍ଠୀ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ଜି. ସଂଗ୍ରାମ ଚୌଧୁରୀ, କନିଷ୍ଠଯନ୍ତ୍ରୀ ସୁଦାମ ମିଶ୍ର, ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri