ପାତ୍ରପୁର, ୧୯ା୩ (ଡି.ଏନ୍.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବୁଧବାର ପାତ୍ରପୁର ଓ ଏହା ନିକଟରେ ଥିବା ଗ୍ରାମରେ ତହସିଲ ଓ ବ୍ଲକ ପ୍ରଶାସନ ସ୍ଥାନିୟ ପୋଲିସ ସହାୟତାରେ ଦୋକାନବଜାର ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରିଥିଲା। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗ୍ରାମକୁ ଫେରୁଥିବା ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ଏହି ବ୍ଲକ ସୀମାନ୍ତକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରେ କରୋନା ସଂକ୍ରମଣ ସଚେତନତା ହେଉ ନଥିବା ଜଣାପଡିଛି।
ଓଡ଼ିଶାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ଆନ୍ଧ୍ରରେ ଖୋଲା ରହିଛି। ଓଡ଼ିଶାରେ ମନ୍ଦିର ଦର୍ଶନ, ସମୂହ ପୂଜାପାଠ, ଯାତ୍ରା, ଭୋଜି ଆଦି ବାରଣ କରାଯାଇଥିବାବେଳେ ଆନ୍ଧ୍ରରେ ଏଥିପ୍ରତି କଟକଣା ନାହିଁ। ଏପରିକି ସେଠାରେ ବଡ ସହରରେ ମଧ୍ୟ ସାମାନ୍ୟ ସଚେତନ କରାଯାଉ ନ ଥିବା ଜଣାପଡିଛି। ମାତ୍ର ଓଡ଼ିଶାର ଏପରି କଟକଣା କଥା ଶୁଣି ଆନ୍ଧ୍ର ସୀମାନ୍ତ ଲୋକେ ଭୟଭୀତ ହୋଇ ପଡିଥିବା ପାତ୍ରପୁର ବ୍ଲକକୁ ଲାଗିଥିବା ଆନ୍ଧ୍ର ଇଚ୍ଛାପୁର, ସୋମପେଟା ଓ ପଲାସା ଅଞ୍ଚଳବାସୀ କହିଛନ୍ତି। ଓଡ଼ିଶାରେ ମାସ୍କ ମିଳୁ ନ ଥିବାବେଳେ ସେଠାରେ ଏବେବି କେହି ସାଧାରଣଲୋକେ ମାସ୍କ କିଣୁ ନ ଥିବା ଜଣେ ଔଷଧ ଦୋକାନୀ କହିଛନ୍ତି। ଏପରିକି ପ୍ରସିଦ୍ଧ ସୀମାଞ୍ଚଳ ମନ୍ଦିରରେ ମଧ୍ୟ କଟକଣା ନ ଥିବା ଜଣାପଡିଛି। ଅନ୍ୟପଟେ ପାତ୍ରପୁରରେ ଦୋକାନ ବଜାର ବନ୍ଦ ହେବା ପରେ ଜନସାଧାରଣ ସୀମାନ୍ତ ଆନ୍ଧ୍ରର ଇଚ୍ଛାପୁର ଓ ସୋମପେଟା ଯାଇ କିଣାକିଣି କରୁଥିବା ଦେଖିବାକୁ ମିଳୁଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ
ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...
ଜଙ୍ଗଲରେ ହଜିବାରେ ଲାଗିଛି ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …
ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...
୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…
ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
Archives


