ଓଡ଼ିଶାରେ ଏବେ ବି ୩୨% ଗରିବ ଅଛନ୍ତି; ୨୦୧୧ ପରଠାରୁ ଗରିବ ଆକଳନ ହୋଇନାହିଁ: ପଦ୍ମନାଭ ବେହେରା

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଗରିବ ବଢ଼ିଛି ନା କମିଛି। ଗରିବ ମାପିବାର ମାନଦଣ୍ଡ କ’ଣ। ଏହାକୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ସ୍ଥିର କରନ୍ତି। ଏବେ ରାଜ୍ୟରେ କେତେ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଦାରିଦ୍ର୍ୟ ଦୂର କରିବାକୁ ରାଜ୍ୟରେ କେଉଁ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ଏଭଳି ଅନେକ ପ୍ରଶ୍ନରେ ଯୋଜନା ଓ ସଂଯୋଞ୍ଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଉଭୟ ଶାସକ ଓ ବିରୋଧୀ ଦଳ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଥିଲେ। ଭାଜପା ସଦସ୍ୟ ମୋହନ ଚରଣ ମାଝି ପଚାରିଥିଲେ ଯେ, ରାଜ୍ୟରେ ଗରିବ କିଏ? ତା’ର ମାପକାଠି କ’ଣ? କେଉଁ ମାପଦଣ୍ଡ ଆଧାରରେ ଗରିବଙ୍କୁ ଚିହ୍ନଟ କରାଯାଇଛି। ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କର କେଉଁ ଯୋଜନା କେବେଠାରୁ ଚାଲିଛି। କେଉଁ ତଥ୍ୟ ଆଧାରରେ ଏହା କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ପ୍ରଚଳିତ ସର୍ବନିମ୍ନ ଆୟ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଗତ ୧୦ ବର୍ଷ ମଧ୍ୟରେ କେତେ ବଢ଼ିଛି ଓ କମିଛି ବୋଲି ପଚାରିଥିଲେ। ମନ୍ତ୍ରୀ ଉତ୍ତରରେ କହିଥିଲେ ଯେ, ନୀତି ଆୟୋଗଙ୍କର ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ, ମାସିକ ମୁଣ୍ଡପିଛା ଖର୍ଚ୍ଚକୁ ଦାରିଦ୍ର୍ୟ ସୀମାରେଖା ମାପଦଣ୍ଡ ହିସାବରେ ନିଆଯାଇଥାଏ। ଏହି ଆଧାରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ଗରିବ ଭାବେ ଚିହ୍ନଟ କରାଯାଇଥାଏ। ରାଜ୍ୟ ସରକାର ଗରିବଙ୍କ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡିକର ମାର୍ଗଦର୍ଶିକା ଅନୁଯାୟୀ ସମ୍ପୃକ୍ତ ବିଭାଗ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରିଥାନ୍ତି। ୨୦୦୪-୦୫ରେ ହୋଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ୫୭.୨୦ ପ୍ରତିଶତ ଅର୍ଥାତ୍‌ ୨୨୧.୬୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ୨୦୧୧-୧୨ରେ ହୋଇଥିବା ସର୍ଭେ ଅନୁଯାୟୀ, ଦାରିଦ୍ର୍ୟ ସୀମାରେଖା ତଳେ ୧୩୮.୫୩ ଲକ୍ଷ ତଥା ୩୨. ୬୮% ଲୋକ ଥିବା ଆକଳନ କରାଯାଇଥିଲା। ଉକ୍ତ ସର୍ଭେ ଅନୁଯାୟୀ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୨୬.୬୧ ପ୍ରତିଶତକୁ ହ୍ରାସ ପାଇଛି। ବିଜେଡି ସଭ୍ୟ ପ୍ରଶାନ୍ତ ମୁଦୁଲି, ପ୍ରତାପ ଦେବ, ଭାଜପା ସଭ୍ୟ ମୁକେଶ ମହାଲିଙ୍ଗମ ଅତିରିକ୍ତ ପ୍ରଶ୍ନରେ ଗରିବ ରାଜ୍ୟ ନା କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। ଗରିବୀ ହଟାଇବା ପାଇଁ ଗତ ୫ ବର୍ଷରେ କେନ୍ଦ୍ର ସରକାର କି କି ଯୋଜନା କରିଛନ୍ତି। ରାଜ୍ୟରେ ସର୍ବନିମ୍ନ ଆୟ କେଉଁ ବର୍ଷ କମିଛି କିମ୍ବା ବଢ଼ିଛି। ବଲାଙ୍ଗୀର ଜିଲାରେ ଏହା କମିଛି ନା ବଢ଼ିଛି ବୋଲି ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ତତ୍‌କାଳୀନ ଯୋଜନା କମିଶନ ଏବଂ ଏବେର ନୀତି ଆୟୋଗ ଦାରିଦ୍ର୍ୟ ନିର୍ଦ୍ଧାରଣ କରିଥାନ୍ତି। ୨୦୧୯-୨୦ରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯିବ। ଦାରିଦ୍ର୍ୟ ହ୍ରାସ କରିବାକୁ ୧୧ଟା ଯୋଜନା କାର୍ଯ୍ୟକାରୀ ହେଉଛି। ଗରିବଙ୍କ ମୁଣ୍ଡପିଛା ଖର୍ଚ୍ଚକୁ ଧରି ଦାରିଦ୍ର୍ୟ ନିର୍ଦ୍ଧାରଣ କରାଯାଉଛି। ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ ୪୦୭.୭୮ ଟଙ୍କା ଥିବା ବେଳେ ୨୦୧୧-୧୨ରେ ୬୯୫ ଟଙ୍କା ଥିଲା। ସେହିପରି ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଖଚ୍ଚର୍ର୍ ୪୯୭.୩୧ ଥିବାବେଳେ ୨୦୧୧-୧୨ରେ ୮୬୧ ଟଙ୍କା ହୋଇଛି। ୨୦୧୧-୧୨ ପରେ ଆଉ ଗରିବ ଚିହ୍ନଟ ହୋଇ ନାହିଁ। ୨୦୧୧ ସୁଦ୍ଧା ରାଜ୍ୟରେ ୨୬.୬୧ ପ୍ରତିଶତ ଗରିବୀ କମିଛି। ଏହାପରେ କୌଣସି ଆକଳନ ହୋଇନାହିଁ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri