Posted inଖେଳ

ଓଡ଼ିଶାର ୨୧ ଜଣଙ୍କୁ ଜାତୀୟ ଯୋଗ୍ୟତା

ଭୁବନେଶ୍ବର, ୨୩ା୯,(ସ୍ପୋଟର୍‌ସ ବ୍ୟୁରୋ):ପଶ୍ଚିମବଙ୍ଗର ଆସାନସୋଲରେ ଚାଲିଥିବା ଷଷ୍ଠ ପୂର୍ବାଞ୍ଚଳ ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡିଶାର ପ୍ରତିଯୋଗୀ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୩ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇଥିଲେ। ଏହା ମଧ୍ୟରୁ ୧୨ ଜଣ ପୁରୁଷ ଓ ୯ ଜଣ ମହିଳା ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ତ୍ରିଶ ପାଣିଗ୍ରାହୀ ଏୟାର ରାଇଫଲ ଜୁନିୟର ଓ ସବ୍‌ ଜୁନିୟର ବର୍ଗରେ ଦୁଇଟି ସ୍ବର୍ଣ୍ଣ ହାସଲ କରିଥିଲେ। ଏୟାର ପିସ୍ତଲ ବର୍ଗରେ ଦିଲୀପ କୁମାର ପାଢୀ,ରଶ୍ମୀ ଭଟ୍ଟ, ୫୦ ମିଟର ରାଇଫଲ ପ୍ରୋନ ବର୍ଗରେ ଭଗବାନ ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଡାଃ ସତ୍ୟଜିତ ସାହୁ ରୌପ୍ୟ ପଦକ ବିଜୟୀ ହୋଇଥିବା ବେଳେ ତନିଷ୍କା ସାମନ୍ତ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଓଡ଼ିଶା ସମୁଦାୟ ୫ ସ୍ବର୍ଣ୍ଣ, ୨ ରୌପ୍ୟ, ଓ ୧ ବ୍ରୋଞ୍ଜ ବିଜୟୀ ହୋଇଛି। ଏହି ସଫଳତା ନିମନ୍ତେ ଓଡିଶା ରାଇଫଲ ସଂଘର ସଭାପତି ଅନଙ୍ଗ ଉଦୟ ସିଂହଦେଓ, ପୃଷ୍ଠପୋଷକ କଳିକେଶ ନାରାୟଣ ସିଂହଦେଓ, ସମ୍ପାଦକ ଡାଃ ହରି ପ୍ରସାଦ ପଟ୍ଟନାୟକ, କୋଷଧକ୍ଷ ଗୌରୀ ମହାନ୍ତି, ଯୁଗ୍ମ ସମ୍ପାଦକ ବଳଭଦ୍ର ଦାସ, କୋଚ ଆଶିଷ ନାୟକ ପ୍ରମୁଖ ଶୁଭଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଷ୍ଟାଡିୟମ ଦେଖି ଛି ଛି…; କଡ଼ା ଭାଷାରେ ସମାଲୋଚନା କଲେ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଷ୍ଟାଡିୟମର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଡେନମାର୍କର ଷ୍ଟାର ଖେଳାଳି...

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ...

ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ...

ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ ଇଣ୍ଡିଆର ଚିତ୍ର! ନୂଆ ଚେହେରାଙ୍କୁ ମିଳିବ ସୁଯୋଗ, ଏମିତି ରହିବ ସାମ୍ଭାବ୍ୟ ଭାରତୀୟ ଦଳ

ନୂଆଦିଲ୍ଲୀ,୧୩।୧: ବୁଧବାର ରାଜକୋଟରେ ଖେଳାଯିବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଥମ ମ୍ୟାଚ ଜିତିବା ପରେ...

କୋହଲି ଜଣେ ଅହଂକାରୀ କି….ରାହାଣେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୩।୧: ଭାରତୀୟ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଅଧିନାୟିତକତ୍ୱ ସମୟ ଉପ-ଅଧିନାୟକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ଅଜିଙ୍କ୍ୟ ରାହାଣେ ଏକ...

T20 World Cup 2026: ବଦଳିବ ନାହିଁ ବାଂଲାଦେଶର ମ୍ୟାଚ ଭେନ୍ୟୁ, ଭାରତକୁ କ୍ଲିନ ଚିଟ ଦେଲା ICC

ନୂଆଦିଲ୍ଲୀ,୧୩।୧: ସୁରକ୍ଷା କାରଣରୁ ବାଂଲାଦେଶ ପୁରୁଷ ଦଳର ଟି-୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଦାବିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)...

T 20 ଓ୍ବାର୍ଲଡ କପ ପୂର୍ବରୁ ସନ୍ୟାସ ଘୋଷଣା କଲେ ଏହି କ୍ୟାପଟେନ, ଭାରତ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ,୧୩।୧: ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲି ମଙ୍ଗଳବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଆଗାମୀ ବହୁ-ଫର୍ମାଟ ସିରିଜ ପରେ ହିଲି ଅନ୍ତର୍ଜାତୀୟ କ୍ରିକେଟରୁ...

ଟି-୨୦ ବିଶ୍ୱକପ ବିଷୟରେ ବାଂଲାଦେଶ ମିଛର ପର୍ଦ୍ଦାଫାଶ କଲା ICC! ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୧୩।୧: ୨୦୨୬ ଟି୨୦ ବିଶ୍ୱକପ ସମ୍ବନ୍ଧୀୟ ବିବାଦ ସମ୍ପର୍କରେ ବାଂଲାଦେଶର ମିଛର ପର୍ଦ୍ଦାଫାଶ ହୋଇଥିବା ପରି ମନେ ହେଉଛି। ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri