Posted inଫୁରସତ

ଓଡ଼ିଶାର ସର୍ବବୃହତ୍‌ ପରିବାର: ଗୟାବନ୍ଧ ଗ୍ରାମର ଶ୍ରୀଚନ୍ଦନ ପରିବାର, ସଦସ୍ୟ ୧୨୩; ପାଲଟିଛି ଦୃଷ୍ଟାନ୍ତ

ଆଜିର ସମୟରେ ପରିବାର ଛୋଟରୁ ଛୋଟ ହୋଇ ଚାଲିଥିବାବେଳେ ଶ୍ରୀଚନ୍ଦନ ପରିବାର କିନ୍ତୁ ବ୍ୟତିକ୍ରମ। ୧୨୩ ସଦସ୍ୟ ବିଶିଷ୍ଟ ଏହି ପରିବାର ସମସ୍ତଙ୍କ ପାଇଁ ପାଲଟିଛି ଦୃଷ୍ଟାନ୍ତ…

ଖୋର୍ଦ୍ଧା ସହରଠାରୁ ୧୬ ନଂ. ଜାତୀୟ ରାଜପଥରେ ବ୍ରହ୍ମପୁର ଆଡ଼କୁ ଗଲେ ୧୫ କି.ମି. ପରେ ପଡ଼ିବ ଗୟାବନ୍ଧ ଛକ। ସେଠାରୁ ଡାହାଣ ପଟକୁ ପଡ଼ିଥିବା ରାସ୍ତାରେ ୧ କି.ମି ଗଲେ ପଡ଼ିବ ଗୟାବନ୍ଧ ଗ୍ରାମ। ସେହି ଗାଁରେ ରହିଛି ଓଡ଼ିଶାର ସବୁଠୁ ବଡ଼ ପରିବାର ‘ଶ୍ରୀଚନ୍ଦନ ପରିବାର’। ଗୋଟିଏ ପଟେ ନଡ଼ିଆ ବାରି, ଅନ୍ୟ ପଟେ ପୋଖରୀ। ପୁଣି ଅପର ପାର୍ଶ୍ୱରେ ଆମ୍ବ ପଣସର ବଗିଚା ଭିତରେ ଶ୍ରୀଚନ୍ଦନ ପରିବାରର ଘର। ଯାହାକୁ ଦେଖିଲେ ସ୍ବତଃ ମନରେ ଆସିବ “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର…”। କାହିଁକି ନା ଏଇ କଥାକୁ ଏଇ ପରିବାରର ସଦସ୍ୟମାନେ ନିହାତି ଭାବରେ ଧେୟ କରିଛନ୍ତି, ନଚେତ୍‌ ସ୍ନେହ ବିନା ଏତେ ବଡ଼ ପରିବାରର କଳ୍ପନା କେବେବି କରିି ହୁଅନ୍ତାନି।

ଏହି ବଡ଼ ପରିବାରର ମୂଳଦୁଆ ପଡ଼େ ଭରତ ଶ୍ରୀଚନ୍ଦନଙ୍କଠାରୁ। ତାଙ୍କର ହେଉଛନ୍ତି ପାଞ୍ଚପୁଅ। ବିଦ୍ୟାଧର ଶ୍ରୀଚନ୍ଦନ, ବୈରାଗୀ ଶ୍ରୀଚନ୍ଦନ, ଗିରିଧାରୀ ଶ୍ରୀଚନ୍ଦନ, ଗଦାଧର ଶ୍ରୀଚନ୍ଦନ ଓ ସଦାନନ୍ଦ ଶ୍ରୀଚନ୍ଦନ। ସେମାନଙ୍କର ପିଲାମାନେ ଓ ତାଙ୍କ ପିଲାଙ୍କର ପିଲାମାନଙ୍କୁ ନେଇ ଏବେର ପରିବାର। ଏବେ ପରିବାରର ସବୁଠୁ ବୟୋଜ୍ୟେଷ୍ଠା ସଦସ୍ୟା ହେଲେ ବିଦ୍ୟାଧର ଶ୍ରୀଚନ୍ଦନଙ୍କ ପତ୍ନୀ ଶ୍ରୀମତୀ କନକ ମଞ୍ଜରୀ ଶ୍ରୀଚନ୍ଦନ। ତେବେ ପରିବାରର ମୁଖିଆ ହେଲେ ବିଦ୍ୟାଧରଙ୍କ ବଡ଼ପୁଅ ରାସ ବିହାରୀ ଶ୍ରୀଚନ୍ଦନ। ଯାହାଙ୍କ ନୀତି ନିର୍ଦ୍ଦେଶ, ମୁରବିପଣିଆ ଆଉ ସ୍ନେହମମତା ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ପରିବାରର ସମସ୍ତେ ତାଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହିତ ତାଙ୍କରି ନିର୍ଦ୍ଦେଶରେ ହିଁ ପରିବାରର ପରିଚାଳନା ହୁଏ।

କେମିତି ଚାଲେ ପରିବାର: ପରିବାରକୁ ସୁଖଶାନ୍ତିରେ ଚଳେଇବା ପାଇଁ ସ୍ନେହ ମମତାକୁ ବାଦ୍‌ ଦେଲେ ଆଉ ଯାହା ନିହାତି ଆବଶ୍ୟକ, ତାହାହେଲା ଅର୍ଥ ବା ରୋଜଗାର। ତେଣୁ ଏତେବଡ଼ ପରିବାରକୁ ସୁରୁଖୁରୁରେ ଚଳେଇବା କେବେବି ସାମାନ୍ୟ କଥା ନୁହେଁ। କିନ୍ତୁ ଶ୍ରୀଚନ୍ଦନ ପରିବାର ପାଇଁ ଏହା କେବେବି ସମସ୍ୟା ନୁହେଁ। କାରଣ ଏହି ପରିବାର ହେଉଛି କୃଷିଭିତ୍ତିକ ପରିବାର। କାଜୁରୁ ବର୍ଷକୁ ଦୁଇ ତିନି ଲକ୍ଷ ଟଙ୍କା ଆୟ ହେଉଥିବାବେଳେ ଆମ୍ବ ପଣସରୁ ଲକ୍ଷ ଲକ୍ଷ ଟଙ୍କା; ପୁଣି ଧାନ, ନଡ଼ିଆ, ପନିପରିବା ଆଦି ବି ରହିଛି, ଯେଉଁଥିରୁ ବେଶ୍‌ ଅର୍ଥ ଉପାର୍ଜନ ହୋଇଥାଏ। ଚାଷବାସରୁ ହେଉଥିବା ଆୟରୁ ଘର ଚଳେଇବା ପାଇଁ ଗୋଟିଏ ଅଲଗା ପାଣ୍ଠି ରହିଛି। ସେଥିରୁ ପ୍ରତିଦିନର ଘର ଖର୍ଚ୍ଚ ସହ ପର୍ବପର୍ବାଣି, ଦେବାନେବା, ଦେହମୁଣ୍ଡ, ବନ୍ଧୁବେଭାର ଆଦି ହୋଇଥାଏ। ପରିବାର ବାହାରେ ରହୁଥିବା ସଦସ୍ୟମାନେ ବି ଘରକୁ ଟଙ୍କା ପଠାନ୍ତି। ଆଉ ସେସବୁ ବି ଏହି ପାଣ୍ଠିରେ ରୁହେ, ଯାହାକୁ ରାସ ବିହାରୀ ଶ୍ରୀଚନ୍ଦନ ପରିଚାଳନା କରନ୍ତି। ଆଉ ଏ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଆସିଛି।

ଏକାଠି ଖାଉ, ଏକାଠି ରହୁ- ଉକ୍ତ ପରିବାରରେ ଚାଳିଶ ବଖରା ଘର। ୧୨୩ ସଦସ୍ୟରୁ କିଛି ସଦସ୍ୟ ବାହାରେ ରହୁଛନ୍ତି। ତେବେ ପ୍ରାୟ ୯୮ଜଣ ଗୟାବନ୍ଧ ଗାଁ ଘରେ ରହୁଛନ୍ତି। ସକାଳ ୬ଟାରେ ଚା ପର୍ବ ଆରମ୍ଭ ହୁଏ। ଘରର ବଡ଼ ଆଉ କାମ କରୁଥିବା ଲୋକ ମିଶି ପ୍ରାୟ ୫୦ଜଣ ଚା ପିଅନ୍ତି। ୮ଟା ବେଳକୁ ଜଳଖିଆ। ଜଳଖିଆରେ ଉପମା, ହାଲୁଆ, ନଚେତ୍‌ ମାଣ୍ଡିଆ। ପିଲାମାନେ ବି ସେଇ ଜଳଖିଆ ଖାଆନ୍ତି। କେହିକେହି ପଖାଳ ବି ଖାଆନ୍ତି। ଖରାବେଳ ପାଇଁ ଭାତ, ଡାଲମା, ଶାଗ, ଖଟା କିମ୍ବା ପରିବା ଭଜା ଥାଏ। ଆମିଷ ଦିନ ଅଧିକାଂଶ ସମୟରେ ଡାଲମା ସହ ଚିଙ୍ଗୁଡ଼ି ଘାଣ୍ଟ ହୁଏ। ମାଛ, ମାଂସ ବହୁତ କମ୍‌, ମାସରେ ଥରେ ଦୁଇଥର ହୁଏ। ସେମିତି ସନ୍ଧ୍ୟାରେ ମୁଢ଼ି ଚୁଡ଼ା ଭଜା, ରାତିରେ ରୁଟି କି ପଖାଳ। ତେବେ ସବୁଦିନ ରୋଷେଇ ହଣ୍ଡାରେ, ଆଉ ଖାଇବା ଖଲିପତ୍ରରେ ହୁଏ। ନନା ରୋଷେଇ କରୁଥିବାବେଳେ ଘରର ବୋହୂମାନେ ପରିବାପତ୍ର କଟାକଟିଠାରୁ ଆରମ୍ଭ କରି ବଢ଼ାବଢ଼ିଯାଏ ସବୁ କରନ୍ତି। ପ୍ରଥମ ଥରରେ ୪୦/୫୦ ଜଣ ସଦସ୍ୟ ଏକାବେଳେ ବସି ଖାଆନ୍ତି। ତା’ପରେ ଯିଏ ଆସିଲା ଖାଇଲା।

ତେବେ ପର୍ବପର୍ବାଣି କି ବାହାଘର ଆଦିରେ ବନ୍ଧୁବାନ୍ଧବ ଆସିଲେ ପ୍ରାୟ ୩୦୦ ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହୁଏ। ଏହି ପରିବାରର ଜଣେ ବରିଷ୍ଠ ସଦସ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କୁହନ୍ତି- “ପଞ୍ଚତାରକା ହୋଟେଲରେ ଚିକେନ ଚାଉମିନ୍‌ ଖାଇବାରେ ଯେଉଁ ମଜା ନ ଥାଏ, ସେତିକି ସ୍ବାଦିଷ୍ଠ ଲାଗେ ଆମ ଘରେ ସମସ୍ତଙ୍କ ସହିତ ବସି ଭାତ ଡାଲମା ଖାଇବାରେ।” ସେ ମନେପକାନ୍ତି ତାଙ୍କ ଜେଜେ ଥରେ କହିଥିଲେ- “ଘର ଭିତରେ କେବେ ବି ପାଚେରି ଉଠିବନି କି ବିଲ ଭିତରେ କେବେ ନୂଆ ହିଡ଼ ହେବନି।” ଯାହାକୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଏଯାଏ ମାନି ଆସିଛନ୍ତି।

ଏକାଠି ହେବାର ସମୟ ଭୁଲିହୁଏନା-
‘ପରିବାର ଦିବସ’ରେ ଆମ ପରିବାରର ସମସ୍ତେ ଏକାଠି ହୁଅନ୍ତି। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଘରକୁ ଆସନ୍ତି। ଶ୍ରୀଚନ୍ଦନ ପରିବାରର ଏକ ଗୀତ ଅଛି-

‘ଆମେ ଶ୍ରୀଚନ୍ଦନ ପରିବାର, ଗୋଟିଏ ଆମର ସ୍ବର,
ଏକାଠି ଖାଉ ଆମେ ଏକାଠି ରହୁ, ଭେଦଭାବ ନାହିଁ ଆମ ଭିତରେ, ଆମେ ଶ୍ରୀଚନ୍ଦନ ପରିବାର.. ଗୋଟିଏ ଆମର ସ୍ବର।’

ଏହି ଗୀତକୁ ପରିବାରର ସମସ୍ତେ ଗାଆନ୍ତି। ତେବେ ଏହି ଗୀତକୁ ନେଇ ପିଲାମାନଙ୍କ ଭିତରେ ପ୍ରତିଯୋଗିତା ହୁଏ। ଯିଏ ଭଲ ଗାଏ, ପୁରସ୍କାର ପାଏ। ଯେଉଁ ପିଲା ସେ ବର୍ଷ ସବୁଠୁ ଭଲ ନମ୍ବର ରଖିଥାଏ, ତାକୁ ସେ ବର୍ଷର ଶ୍ରେଷ୍ଠ ଛାତ୍ର ପୁରସ୍କାର ଦିଆଯାଏ। ପୁଣି ଯେଉଁ ବୋହୂ ବଡ଼ମାନଙ୍କ ଦାୟିତ୍ୱ ସହ ଘରର ଦାୟିତ୍ୱ ଭଲ ଭାବରେ ନେଇଥାଏ, ତାକୁ ଶ୍ରେଷ୍ଠ ବୋହୂର ମାନ୍ୟତା ବି ମିଳେ। ଅତିଥି ଆସି ପୁରସ୍କାର ଦିଅନ୍ତି। ପରିବାର ସଦସ୍ୟଙ୍କୁ ଉତ୍ସାହିତ କରିବା ପାଇଁ ଏ ସବୁ କରାଯାଏ। ପୁଣି ପ୍ରତିବର୍ଷ ଦୁଇଥର ପରିବାରର ସମସ୍ତେ ଏକାଠି ହୋଇ ପିକ୍‌ନିକ୍‌ କରିବାକୁ ଯାଆନ୍ତି। ଘରେ ରହିଛି ୧୫ଟିଭି ଓ ୧୩ଟି କାର୍‌। ହସଖୁସିରେ ଚାଲିଥିବା ଏହି ପରିବାରରେ ଯେବେବି କୌଣସି କାରଣରୁ ମନୋମାଳିନ୍ୟ ହୋଇଛି, ସେ କଥା ଘର ଭିତରେ ହିଁ ସମାଧାନ ହୋଇଛି।

ଭାଇମାନଙ୍କ କଥା ଭାଇମାନେ ସମାଧାନ କରୁଥିବାବେଳେ ଝିଅ ବୋହୂଙ୍କ କଥା ଶାଶୁ ବୋହୂମାନେ ମିଶି ସମାଧାନ କରିଦିଅନ୍ତି। ଘରେ ଝିଅ ବୋହୂଙ୍କୁ ସମାନ ଦୃଷ୍ଟିରେ ଦେଖାଯାଏ।
ତେବେ ଏତେବଡ଼ ପରିବାର ଏକାଠି ହସଖୁସିରେ ରହିବାର ଆଉ ଗୋଟିଏ ମୁଖ୍ୟ କାରଣ ହେଲା ପରସ୍ପରକୁ ସାହାଯ୍ୟ କରିବାର ମନୋଭାବ। କାହାର କିଛି ବି ସମସ୍ୟା ଆସିଲେ ଅନ୍ୟମାନେ ତା’ ସହିତ ଛିଡ଼ା ହୁଅନ୍ତି। ଯେଉଁଥିପାଇଁ ଶ୍ରୀଚନ୍ଦନ ପରିବାର ଆଜି ଓଡ଼ିଶାର ସର୍ବବୃହତ୍‌ ପରିବାର ହେବାର ଗୌରବ ଅର୍ଜନ କରିପାରିଛି।

– ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri