ଓଡ଼ିଶାର ଗଣପର୍ବ

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜଲୋ
ଘେନି ନୂଆ ସଜବାଜ….।“ଭାରତ ପଲ୍ଲୀପ୍ରଧାନ ରାଷ୍ଟ୍ର। ପଲ୍ଲୀ ହେଉଛି ତା’ର ଜୀବନ। ଏକଦା ପଲ୍ଲୀସଂସ୍କୃତି ଥିଲା ଆମ ମହାନ୍‌ ଭାରତୀୟ ସଂସ୍କୃତି ଓ ପରମ୍ପରାର ପୃଷ୍ଠଭୂମି। ପଲ୍ଲୀ ଜୀବନ ସରଳ ତଥା ସୁଲଳିତ । ପଲ୍ଲୀ ଜୀବନରେ କୃଷି ହେଉଛି ଜୀବନ ଓ ଜୀବିକା। ଏହି କୃଷି ସଭ୍ୟତା ଆରମ୍ଭ ହୋଇଛି ବହୁ ପୁରାକାଳରୁ ଓ ଏହି ପଲ୍ଲୀର ପୃଷ୍ଠଭୂମିରୁ। ପଲ୍ଲୀକୁ ଛାଡିଦେଇ ଭାରତୀୟ ସଂସ୍କୃତିର କଳ୍ପନା କଦାପି କରାଯାଇପାରିବ ନାହିଁ। ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଋକ୍‌ ବେଦରେ ମନୁଙ୍କର ରାଜା ବେନ୍‌ଙ୍କ ପୁତ୍ର ପୃଥ୍ବି ମଧ୍ୟ କୃଷକ ପରିବାରର ଥିଲେ, ଯାହାଙ୍କ ନାମାନୁସାରେ ଧରିତ୍ରୀର ଅନ୍ୟ ନାମ ପୃଥିବୀ ରଖାଯାଇଛି। ଋକ୍‌ ବେଦରେ ବର୍ଣ୍ଣିତ ହୋଇଛି-
”ବଶ୍ୱି ପୁଷ୍ଟେ ଗ୍ରାମେ/ ଅସ୍ମିନ୍‌ ଅନାତୁରମ।“
କୁହାଯାଇଛି ଗ୍ରାମ ଶାନ୍ତି ଓ ସ୍ବାବଲମ୍ବୀ ନର ପ୍ରତୀକ ବିକଶିତ ହେଉ। ଲୋକଙ୍କୁ କୃଷି କର୍ମରେ ଲିପ୍ତହେବା ପାଇଁ ପରୋକ୍ଷରେ ଉପଦେଶ ଦିଆଯାଇଛି।
‘ଅକ୍ଷୌ ମାଂ ଦିବ୍ୟା କୃଷିମିକ୍ତୃ ଷସ୍ବମାଟି’ ମଣିଷ ସହ ସହବନ୍ଧିତ। ମାଟିକୁ ଛାଡି ସେ ତିଳେହେଲେ ରହିପାରିବ ନାହିଁ। ଅଥର୍ବ ବେଦରେ ମାଟିକୁ ସର୍ବଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଇଛି। ‘ମାତା ଭୂମିଃ ପୁତ୍ରୋଅୟଂ ପୃଥିବ୍ୟା’। ଅର୍ଥାତ୍‌ ପୃଥିବୀ ମାତା ଓ ମୁଁ ତା’ର ପୁତ୍ର। ତେଣୁ ମାଟି ମା’ର ପୂଜା କରେ, ମାଟିର ଧୂଳିକୁ ନେଇ ସେ ମଥାରେ ମାରେ। ଆଶୀର୍ବାଦ ଭିକ୍ଷା କରେ ତା’ଠାରୁ।
ଆମର ଆଲୋଚିତ ରଜପର୍ବ ପଲ୍ଲୀକୈନ୍ଦ୍ରିକ ଓଡ଼ିଆଙ୍କର ଏକ ଲୋକପ୍ରିୟ କୃଷିଭିତ୍ତିକ ପର୍ବ, ଯହିଁରେ ମାଟି ମା’ର ବନ୍ଦନା ତଥା ଆରାଧନା କରାଯାଇଥାଏ।
ମାଟି ମା’-ନାରୀ ଜାତି ବି ଆମର ମା’। ଏଣୁ ଏହି ପର୍ବଟି କନ୍ୟାରତ୍ନମାନେ ବହୁ ଆଡମ୍ବର ସହକାରେ ଓଡ଼ିଶାରେ ପାଳନ କରିଥାନ୍ତି। ବିଶେଷତଃ ଉପକୂଳବାସୀ ଏହାକୁ ଗଣପର୍ବ ଭାବରେ ପାଳନ କରିଥାନ୍ତି। ଶାସ୍ତ୍ରମତେ ମା’ ଧରିତ୍ରୀ ଏହି ତିନି ଦିନ ଧରି ଋତୁମତୀ ବା ରଜସ୍ବଳା ହୋଇଥାନ୍ତି। ମା’ଙ୍କୁ କର୍ଷଣ କରିବା ଶାସ୍ତ୍ରସମ୍ମତ ନୁହେଁ। ତାଙ୍କୁ ସେଇ ତିନିଦିନ ପୂର୍ଣ୍ଣ ବିଶ୍ରାମ ଦିଆଯାଏ-ପୂଜା ମଧ୍ୟ କରାଯାଏ। ଏହି ସମୟରେ ହଳ ବା ଚାଷବାସ କାର୍ଯ୍ୟ ନିଷିଦ୍ଧ ଥାଏ। ରଜପର୍ବ ସୂର୍ଯ୍ୟ ସିଦ୍ଧାନ୍ତ ଅନୁଯାୟୀ ପାଳନ ହୋଇଥିବାରୁ ଶ୍ରୀମନ୍ଦିରରେ ଦ୍ୱି-ଅୟନ ପର୍ବ ପାଳନ ହୁଏ। ଯଥା ମକର ସଂକ୍ରାନ୍ତିକୁ ଉତ୍ତରାୟଣ ଏବଂ କର୍କଟ ସଂକ୍ରାନ୍ତିକୁ ଦକ୍ଷିଣାୟନ ପର୍ବ କୁହାଯାଏ।
ବୃଷର ଶେଷ ଦିନକୁ ପହିଲି ରଜ କୁହାଯାଏ। ଏହି ରଜରେ ହଳ ପ୍ରବାହ, ଭୂମି ଖନନ, ସମସ୍ତ କୃଷି କର୍ମ ଏବଂ ଶୁଭ ହୋମାଦି ତିନିଦିନ ପାଇଁ ନିଷିଦ୍ଧ ଥାଏ। ବିଭିନ୍ନ ଦେବୀ ପୀଠରେ ଏହି ପର୍ବ ବିଧିମତେ ପାଳିତ ହୋଇଥାଏ।
ରଜର ପ୍ରଥମ ଦିନଟି ସଜବାଜ-ବେଶ୍‌ ଆକର୍ଷଣୀୟ। ଝିଅମାନେ କଣ୍ଢେଇଗୁଡ଼ିକୁୁ ଏକାଠି କରି ସଜାଇ ରଖିଥାନ୍ତି। ନିଜେ ମଧ୍ୟ ସଜବାଜ ହୁଅନ୍ତି। ଘରର ସ୍ତ୍ରୀଲୋକମାନେ ରଜରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଆଗରୁ ରନ୍ଧନ ସାମଗ୍ରୀ ପ୍ରସ୍ତୁତ କରି ରଖିଥାନ୍ତି। କଟା, ବଟା, ଛେଚା ଏପରିକି ଗଛରୁ କିଛି ତୋଳା ହୁଏନାହିଁ। ରଜର ପୋଡ଼ପିଠା ଏକ ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ, ଏହାର ପ୍ରସ୍ତୁତି ପ୍ରଣାଳୀ ବଡ଼ ବିଚିତ୍ର। ଘରେଘରେ ରଜଭାର, ରଜପଣା, ରଜ ଘାଣ୍ଟ ପୁଣି ରଜ ମଣ୍ଡା, ଲାଉପୋଡ଼, ଆରିସା, କାକରା ପ୍ରସ୍ତୁତ କରାଯାଇ ବିତରଣ କରାଯାଇଥାଏ। ଝିଅମାନେ ଆମ୍ବ କି ବରଗଛ ଡାଳରେ ରଜଦୋଳି ଲଗାଇ ଗୀତ ଗାଇ ଦୋଳି ଖେଳନ୍ତି ଓ ମଜା ନିଅନ୍ତି। ସେମାନେ ଗାଆନ୍ତି-
”ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଇ ଝଟ ଝଟ…. ଇତ୍ୟାଦି।“
ରଜରେ ବନ୍ଧୁ ମିଳନ ହୁଏ-ବିଦେଶରୁ ଅର୍ଥାତ୍‌ ସହରରୁ ରଜ ପାଳିବା ପାଇଁ କିଛି କିଛି ପରିବାର ଚାକିରି କ୍ଷେତ୍ରରୁ ଛୁଟିକାଟିବା ପାଇଁ ଗ୍ରାମାଭିମୁଖୀ ହୁଅନ୍ତି। ଗାଁରେ ତାସ ଓ ପଶା ଖେଳ ହୁଏ। ଡୁଡୁ, ବୋହୂଚୋରି, ବାଗୁଡି ଇତ୍ୟାଦି ଖେଳ ଚାଲେ। ଜାଗାଏ ଜାଗାଏ ମେଳା ବସେ ଓ ମନୋରଞ୍ଜନ ପାଇଁ ଯାତ୍ରା ଅବା ଅପେରା ତଥା ଗୋଟିପୁଅ ନାଚର ଆୟୋଜନ ହୋଇଥାଏ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକମନ, ଏକ ଚିତ୍ତ, ଏକ ପ୍ରାଣରେ ଏହାକୁ ବେଶ୍‌ ଆଡମ୍ବର ସହକାରେ ମନେଇଥାନ୍ତି ଓ ଉପଭୋଗ କରିଥାନ୍ତି।
ଶେଷଦିନ ଭୂମିନଅଁଣ କୁହାଯାଏ ବା ବସୁମତୀ ଗାଧୁଆ ହୋଇଥାଏ। ଏହି ଦିନ ମାଟି ମା’କୁ ଗାଧୋଇଦେଇ ବିଭିନ୍ନ ଫଳଭୋଗ ଦିଆଯାଇଥାଏ। ଏହି ରଜର ବିଶେଷତା ହେଉଛି ରଜଦୋଳି ଗୀତ। ଏହି ଗୀତ ଆମ ଲୋକ ଗୀତକୁ ପରିପୁଷ୍ଟ କରିଛି। ଏହି ଗୀତର ମାଧୁର୍ଯ୍ୟ ଓ ଶବ୍ଦଲିପି ଭିନ୍ନ ଧରଣର। ଗୀତର ପ୍ରତିଟି ସ୍ତବକରେ ପଲ୍ଲୀକଥା, ନିଜ କଥା ତଥା ମାଟି ଓ ମଣିଷର କଥା କୁହାଯାଇଛି। ଯେପରି-
”ପାଚିଲା ଆମ୍ବ ପଣସ
ଆସ ନାନୀମାନେ ଦୋଳିରେ ବସ
ଦୋଳିରେ ବସ, ନ କରି ମନ ବିରସ।“
ଏହି ପର୍ବ ଆମ ଓଡ଼ିଶୀ ପ୍ରାଚୀନ ପରମ୍ପରାକୁ ବହନ କରେ। ଏବେ ଆମେ ମିଶ୍ର ସଂସ୍କୃତିକୁ ଆପଣେଇ ନେଇଥିବା ବେଳେ ଆମର ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ପାସୋରି ବସିଲୁଣି। ରଜପର୍ବ ବାସ୍ତବିକ ବର୍ଷାବରଣ କରେ, ବର୍ଷାର ଆଗମନୀ ହୁଏ-ପୁନରାୟ ଧରଣୀରାଣୀ ଶସ୍ୟଶାମଳା ହୁଏ। ଜନଜୀବନକୁ ଏହା ନିଗୁଢ଼ ପ୍ରେମ ଓ ସ୍ନେହ, ଶ୍ରଦ୍ଧାରେ ବାନ୍ଧିଦେଇଥାଏ।
ଡ.କିଶୋର ମହାନ୍ତି
ସିଡିଏ, କଟକ, ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri