ଓଡ଼ିଶାକୁ ‘ନ୍ୟୁଟ୍ରିଶନ ଚାମ୍ପିୟନ’ ଟ୍ୟାଗ୍‌ ଦେଲା ଆଇଏଫ୍‌ପିଆର୍‌ଆଇ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇ ଦେଶର ‘ନ୍ୟୁଟ୍ରିଶନ ଚାମ୍ପିୟନ’ ହେବାର ଗୌରବ ଅର୍ଜନ କରିଛି ଓଡ଼ିଶା। ଶିଶୁଙ୍କଠାରେ କୁପୋଷଣ ଦୂର କରିବା କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟ କରିବା ଲାଗି ଇଣ୍ଟରନ୍ୟାଶନାଲ ଫୁଡ୍‌ ପଲିସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ଆଇଏଫ୍‌ପିଆର୍‌ଆଇ) ଓଡ଼ିଶାକୁ ଏହି ଟ୍ୟାଗ୍‌ ପ୍ରଦାନ କରିଛି। ଓ୍ବାଶିଂଟନ୍‌ ଡିସିର ଏହି ସଂସ୍ଥା ଦ୍ୱାରା ବିଶ୍ୱର କେତେକ ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଥିବାବେଳେ ଏଥିରେ ବାଲାଂଦେଶ, ବ୍ରାଜିଲ, ନେପାଳ, ପେରୁ, ଥାଇଲାଣ୍ଡ, ଭିଏତ୍‌ନାମ, ଇଥିଓପିଆ ଏବଂ ଭାରତ ରହିଥିଲେ। କୁପୋଷଣ ଏବଂ ଏହାର ନିରାକରଣ କ୍ଷେତ୍ରରେ କେଉଁ ରାଷ୍ଟ୍ର ଏବଂ କେଉଁ ରାଜ୍ୟ କିଭଳି କାର୍ଯ୍ୟ କରିଛନ୍ତି ତାହାକୁ ଅନୁଶୀଳନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।
ଭାରତରେ ହୋଇଥିବା ସର୍ବେକ୍ଷଣରେ ଓଡ଼ିଶା ସହ ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ଆଗଧାଡ଼ିର ରାଜ୍ୟଗୁଡ଼ିକୁ ନେଇ ଏକ ତୁଳନାତ୍ମକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାରମାନଙ୍କ ଆଖିଦୃଶିଆ ପଦକ୍ଷେପ କୁପୋଷଣ ଦୂର କରିବାରେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛି ତାହାକୁ ଏଥିରେ ଦର୍ଶାଯାଇଥିଲା। ରିପୋର୍ଟ ମୁତାବକ, ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ସଫଳତା ହାସଲ କରିଛି। କେବଳ ଏତିକି ନୁହେଁ, ୧୨ରୁ ୨୩ ମାସ ମଧ୍ୟରେ ସମସ୍ତ ଶିଶୁଙ୍କୁ ଟିକାକରଣ କରି ରାଜ୍ୟ ରେକର୍ଡ ସୃଷ୍ଟି କରିଛି। ଏଥିସହ ଉଭୟ ମା’ ଓ ୩ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ନିୟମିତ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି। ୨୦୦୫-୦୬ରେ ଓଡ଼ିଶାରେ କୁପୋଷଣ ଯୋଗୁ ୪୬.୫ ପ୍ରତିଶତ ଶିଶୁଙ୍କର ଶାରୀରିକ ବିକାଶ ଠିକ୍‌ ଭାବେ ହେଉ ନ ଥିବାବେଳେ ୨୦୧୫-୧୬ରେ ଏହା ହ୍ରାସ ପଇଁ ୩୫.୩ ପ୍ରତିଶତରେ ପହଞ୍ଚତ୍ଛି। ସେହିଭଳି ପୋଷଣ ଅଭାବରୁ ୪୨.୩ ପ୍ରତିଶତ ଶିଶୁଙ୍କର ଓଜନ ସ୍ବାଭାବିକଠାରୁ କମ୍‌ ଥିବାବେଳେ ଏବେ ତାହା କମି ୩୫.୮ ପ୍ରତିଶତରେ ପହଞ୍ଚତ୍ଛି। ଏହାବ୍ୟତୀତ ୨୦୧୪ ତୁଳନାରେ ୨୦୧୭ରେ ଇଣ୍ଟିଗ୍ରେଟେଡ୍‌ ଚାଇଲ୍ଡ ଡେଭଲପ୍‌ମେଣ୍ଟ ସର୍ଭିସ (ଆଇସିଡିଏସ୍‌) ଅଧିକ ୩୪ ପ୍ରତିଶତ ଲୋକଙ୍କ ନିକଟରେ ପହଞ୍ଚତ୍ପାରିଛି। ଆଇସିଡିଏସ୍‌ ସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ଗୁଜରାଟ, ମଧ୍ୟପ୍ରଦେଶ ଭଳି ଧନୀ ରାଜ୍ୟଠାରୁ ବେଶ୍‌ ଆଗରେ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri