‘ଓଡ଼ିଶା ଟୁରିଜମ୍‌’କୁ ଆବଶ୍ୟକ ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ‘ଖୁସ୍‌ବୁ ଗୁଜରାଟ କି’ କ୍ୟାମ୍ପେନ୍‌ ହେଉ କି ‘ଅସମ୍‌ ଆସାମ୍‌’ କ୍ୟାମ୍ପେନ୍‌। ଅମିତାଭ ବଚ୍ଚନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ସେଲିବ୍ରିଟି କ୍ୟାମ୍ପେନର୍‌ ଉଭୟ ଗୁଜରାଟ ଓ ଆସାମ ପର୍ଯ୍ୟଟନକୁ ବେଶ୍‌ କିଛିପାଦ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମାତ୍ର ବର୍ଷକ ମଧ୍ୟରେ ଗୁଜରାଟକୁ ପର୍ଯ୍ୟଟକଙ୍କ ଆଗମନ ୧୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଆସାମରେ ୧୧ ପ୍ରତିଶତରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ପାଦ ଦେଇଛନ୍ତି। ସେହିଭଳି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ପର୍ଯ୍ୟଟନ ସେଲିବ୍ରିଟି ଆମ୍ବାସାଡରଙ୍କ ପାଇଁ ବ୍ୟାପକ ହୋଇପାରିଛି। ମାତ୍ର ଓଡ଼ିଶା ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ନ ଥିବାରୁ ଓଡ଼ିଶା ପର୍ଯ୍ୟଟନରେ ସେଭଳି ଆଖିଦୃଶିଆ ଅଭିବୃଦ୍ଧି ହୋଇପାରୁ ନ ଥିବା ନେଇ ହୋଟେଲିୟର ଏବଂ ଟୁର୍‌ ଅପରେଟରମାନେ ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଆଣିଛନ୍ତି। ଏବେ ‘ଓଡ଼ିଶା ଟୁରିଜମ୍‌’ ପାଇଁ ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ଆବଶ୍ୟକତା ରହିଛି। ନିକଟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ମ ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ଦିଆଯାଇଥିବା ପ୍ରସ୍ତାବରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନାହିଁ। କମ୍‌ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବା ଏବେ ଚିନ୍ତାର ବିଷୟ ହୋଇଛି। ତେବେ ହୋଟେଲିୟର ଏବଂ ଟୁର୍‌ ଅପରେଟରଙ୍କ କହିବାନୁଯାୟୀ, ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ନାହାନ୍ତି। ବିଭାଗ ପକ୍ଷରୁ ଡିସ୍‌କଭରି, ସିଏନ୍‌ଏନ୍‌, ଟ୍ରାଭେଲ ଏକ୍ସପି, ଫକ୍ସ୍‌ ଓ ବିବିସି ଭଳି ଇଣ୍ଟରନ୍ୟାଶନାଲ ଏବଂ ଟାଇମ୍ସ, ଷ୍ଟାର୍‌, ଭାୟାକମ୍‌ ଓ ଏବିପି ଭଳି ବିଭିନ୍ନ ଜାତୀୟସ୍ତରୀୟ ପ୍ଲାଟ୍‌ଫର୍ମରେ ବିଜ୍ଞାପନ ଦିଆଯାଉଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ସେତେଟା ଆକୃଷ୍ଟ କରିପାରିନି। ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଜେ.କେ. ମହାନ୍ତି ନିକଟରେ କହିଥିଲେ, ବଲିଉଡ୍‌ କଳାକାର କିମ୍ବା କ୍ରୀଡା ତାରକାଙ୍କ ଫେସ୍‌ ଭ୍ୟାଲ୍ୟୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏବେ ଓଡ଼ିଶା ପର୍ଯ୍ୟଟନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିଛି। ଟିଭି ଚ୍ୟାନେଲ ବିଜ୍ଞାପନରେ ଓଡ଼ିଆ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳୁଛି। ହେଲେ ଦେଶ କିମ୍ବା ବିଦେଶରେ ଏମାନେ ସେତେଟା ପରିଚିତ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକର୍ଷିତ କରିବାରେ ବିଭାଗ ସଫଳ ହୋଇପାରୁନି।
ଅନ୍ୟପକ୍ଷରେ ଆସାମ ଟୁରିଜମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଥିବା ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କାଙ୍କ ‘ଅସମ୍‌ ଆସାମ୍‌’ କ୍ୟାମ୍ପେନ୍‌ ପାଇଁ ଆସାମକୁ ୨୦୧୭ ତୁଳନାରେ ୨୦୧୮ରେ ଅଧିକ ୧୧.୭% ପର୍ଯ୍ୟଟକ ଆସିଥିଲେ। ଗୁଜରାଟ ଟୁରିଜମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଅମିତାଭଙ୍କ ‘ଖୁସ୍‌ବୁ ଗୁଜରାଟ କି’ କ୍ୟାମ୍ପେନ୍‌ ଓ ପଶ୍ଚିମବଙ୍ଗ ପର୍ଯ୍ୟଟନ ବ୍ରାଣ୍ଡ୍‌ ଆମ୍ବାସାଡର ଶାହାରୁଖ୍‌ ଖାନ୍‌ଙ୍କ ‘ବ୍ରାଣ୍ଡ୍‌ ଏସ୍‌ଆର୍‌କେ’ ସେହି ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ କରିପାରିଛି। ସେହିଭଳି ଝାଡ଼ଖଣ୍ଡ ଟୁରିଜମ୍‌ର ବ୍ରାଣ୍ଡ ଆମ୍ବାସାଡର ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀ ଥିବାବେଳେ ଗୋଆ ଟୁରିଜମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଅଛନ୍ତି ପ୍ରାଚୀ ଦେଶାଇ। ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହାର ପର୍ଯ୍ୟଟନର ପ୍ରଚାର ପ୍ରଚାର ପାଇଁ ଜଣେ ଖ୍ୟାତନାମା ସେଲିବ୍ରିଟିଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିବାକୁ ଯୋଜନା କରିଥିବା ମଧ୍ୟ ସୂଚନା ମିଳିଛି। ଏଭଳିସ୍ଥଳେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ମୁତାବକ ଓଡ଼ିଶା ପର୍ଯ୍ୟଟନ ଯଦି ବ୍ରାଣ୍ଡ୍‌ ଆମ୍ବାସାଡର କନ୍‌ସେପ୍ଟକୁ କେବଳ ଯୋଜନା ମଧ୍ୟରେ ସୀମିତ ରଖେ ତା’ହେଲେ ରାଜ୍ୟ ପର୍ଯ୍ୟଟନର ବିକାଶ ଅସମ୍ଭବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri