Posted inଖେଳ

ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ନୂଆ ଦଳ ଓଡ଼ିଶା ଏଫସିର ଜର୍ସି ଉନ୍ମୋଚନ ଉତ୍ସବ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି। ଏଥିସହିତ ଆନୁଷ୍ଠାନିକଭାବେ ଓଡ଼ିଶାର ଏକ ଜାତୀୟ ଫୁଟବଲ କ୍ଲବର କାର୍ଯ୍ୟାରମ୍ଭ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଓଡ଼ିଶା ଏଫସି ନିର୍ଦ୍ଦେଶକ ରୋହନ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅନିଶ୍‌ ଶାହ, କୋଚ୍‌ ଜୋସେପ ଗାମ୍ବାଉ ଏବଂ ଖେଳାଳିମାନେ ଯୋଗଦେଇ ଜର୍ସି ଉନ୍ମୋଚନ କରିଥିଲେ। ଦଳର ଓଡ଼ିଆ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀ ଆକର୍ଷଣର କେନ୍ଦ୍ରବିନ୍ଦୁରେ ରହିଥିଲେ। ଏହି ଅବସରେ ନିର୍ଦ୍ଦେଶକ ରୋହନ କହିଲେ ଯେ, ଆମେ ନୂଆ କିଟ୍‌ ଉନ୍ମୋଚନକୁ ଅପେକ୍ଷା କରିଥିଲୁ, କାରଣ ଏହା ନୂଆ ଆରମ୍ଭର ସଙ୍କେତ ବହନ କରୁଛି। ଓଡ଼ିଶା ଫୁଟବଲ ପାଇଁ ଏହା ଆମର ନୂଆ ଆରମ୍ଭ। ଏହାର ଏକ ଅଂଶବିଶେଷ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ପ୍ରଶଂସକମାନେ ଯେଉଁଠାକୁ ଗଲେ ମଧ୍ୟ ଆମର କିଟ୍‌ ପରିଧାନ କରି ନିଜକୁ ଗର୍ବିତ ମନେ କରିବେ ବୋଲି ଆଶା। ଅନ୍ୟପକ୍ଷରେ ”କିଟ୍‌ ଉନ୍ମୋଚନ କ୍ଲବ ପାଇଁ ସ୍ବତନ୍ତ୍ର ମାନ୍ୟତା ରଖିଥାଏ। ନୂଆ ଲୋଗୋ ଦଳକୁ ନୂଆ ପରିଚୟ ଦେଇଛି। କୋଚ୍‌ ଏବଂ ଖେଳାଳିମାନେ ଭୁବନେଶ୍ୱର ପରିବେଶ ସହିତ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଏଠାରେ ଉପଲବ୍ଧ ଟ୍ରେନିଂ ସୁବିଧାରେ ସେମାନେ ବହୁତ ଖୁସି। ପଡ଼ିଆରେ ମଧ୍ୟ ଦଳ ପ୍ରଦର୍ଶନ କରି ଗୌରବ ଆଣିବ ବୋଲି ଆମର ଆଶା। ଓଡ଼ିଶାକୁ ଫୁଟବଲ ରାଜଧାନୀଭାବେ ଗଢ଼ିତୋଳିବାରେ ଏହି କ୍ଲବ ନିଶ୍ଚିତ ସହାୟକ ହେବ ବୋଲି ସିଇଓ ଆଶିଷ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ସହଯୋଗରେ ଅତ୍ୟନ୍ତ ଉତ୍ସାହିତ ହୋଇଛନ୍ତି କୋଚ୍‌ ଜୋସେପ୍‌ ଗାମ୍ବାଉ। ଏଠାରେ ପହଞ୍ଚତ୍ବା ପରଠାରୁ ଆମେ ପାଇଥିବା ଭିତ୍ତିଭୂମି, ସୁବିଧା ସୁଯୋଗ, ଆତିଥେୟତା ଏବଂ ପ୍ରଶଂସକଙ୍କ ସମର୍ଥନରେ ବହୁତ ଖୁସି। ଜର୍ସି ଉନ୍ମେଚନ ସହ ଏକ ନୂଆ ଆରମ୍ଭ ହେଲା। ଏବେ ଟିମ୍‌ ଆଗକୁ ବଢ଼ିବାକୁ ବ୍ୟଗ୍ର ବୋଲି ଗାମ୍ବାଉ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ପୂର୍ବରୁ ଦିଲ୍ଲୀ ଡାଇନାମସ ନାମରେ ଖେଳୁଥିବା ଫ୍ରାଞ୍ଚାଇଜ୍‌ ଗତ ଅଗଷ୍ଟ ୩୧ରେ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ରରେ ସ୍ବାକ୍ଷର କରିବାପରେ ଓଡ଼ିଶା ଏଫସିରେ ପରିଣତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri