ଓଠ ରହିବ ଗୋଲାପୀ

ବହୁ କମ୍‌ ମହିଳା ଅଛନ୍ତି ଯେଉଁମାନଙ୍କ ଓଠ ସାଧାରଣତଃ କଳା ହୋଇଥାଏ। କେତେକ କାରଣ ପାଇଁ ଅନେକ ମହିଳାଙ୍କ ଓଠ କଳା ପଡ଼ିଯାଇଥାଏ। ଏଠାରେ ଆପଣଙ୍କୁ କେତୋଟି ଟିପ୍ସ ଦେଉଛୁ ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଓଠ କଳାରଙ୍ଗରୁ ଧୀରେ ଧୀରେ ଗୋଲାପୀ ହେବାକୁ ଲାଗିବ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ହେବନାହିଁ। ଜାଣନ୍ତୁ, ଏ ସମ୍ପର୍କରେ କେତୋଟି ଘରୋଇ ଟିପ୍ସ……

ଲେମ୍ବୁ: ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଓଠରେ ଥିବା କଳାଦାଗ ଦୂରହୋଇଥାଏ। ଏଥିରେ ବ୍ଲିଚିଂ ଗୁଣ ରହିଛି ଯାହା ଦ୍ୱାରା ଓଠରେ ଥିବା କଳାଦାଗକୁ ଦୂରକରିବାରେ ସାହାଯ୍ୟ କରିଥାଏ। ଭଲ ହେବ ରାତିରେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଲେମ୍ବୁରସ ୨ମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ।
ଗୋଲାପଜଳ : ଗୋଲାପଜଳ ବ୍ୟବହାର କରିବା ଦ୍ୱାରା ଥଣ୍ଡା ଅନୁଭବ ହୁଏ, ଯାହା ମଶ୍ଚରାଇଜର ପରି କାମ କରିଥାଏ। ଗୋଲାପଜଳରେ କେଇବୁନ୍ଦା ମହୁ ମିଶାଇ ଲଗାଇବା ଦ୍ୱାରା ଓଠର କଳାଦାଗ ଦୂର ହୋଇଥାଏ।
ଚିନି: ଓଠରେ ଚିନି ବ୍ୟବହାର କରିବା ଦ୍ୱାରା ଏହା ସ୍କ୍ରବ୍‌ ପରି କାମ କରିଥାଏ। ଫଳରେ ଡେଡ୍‌ ସ୍କିନ୍‌ ଦୂର ହୋଇଥାଏ। ଅଳ୍ପ ଚିନିକୁ ନେଇ ମିକ୍ସଚରରେ ଗ୍ରାଇଣ୍ଡକରି ଦିଅନ୍ତୁ। ଏହି ମିକ୍ସ ହୋଇଥିବା ଚିନିରେ ଅଳ୍ପ ଲହୁଣି ମିଶାଇ ଓଠରେ ଲଗାଇଲେ ଓଠ ମୁଲାୟମ ହେବା ସହ ସଫା ମଧ୍ୟ ହୋଇଥାଏ।
ଡାଳିମ୍ବ : ଡାଳିମ୍ବରସ ଓଠରେ ଲଗାଇବା ଦ୍ୱାରା ଏହା ମଶ୍ଚରାଇଜର ପରି କାମ କରିଥାଏ। ଏହା ଓଠକୁ ସଫ୍ଟ କରିବା ସହ ଗୋଲାପୀ ରଙ୍ଗ କରିବାରେ ମଧ୍ୟ ସାହାଯ୍ୟ କରେ। ଡାଳିମ୍ବର କେତୋଟି ଦାନାକୁ ଗ୍ରାଇଣ୍ଡ କରି ସେଥିରୁ ରସ ବାହାର କରିଦିଅନ୍ତୁ। ଏବେ ସେହି ରସରେ କ୍ଷୀର ଓ ଗୋଲାପଜଳ ମିଶାଇ ହାତରେ ହାଲ୍‌କା ଭାବେ ଲଗାଇବା ଦ୍ୱାରା ଏହାର ଫାଇଦା ଆପଣଙ୍କ ଜଲ୍‌ଦି ମିଳିବ।
ବିଟ୍‌: ବିଟ୍‌ରେ ନାଚୁରାଲ ବ୍ଲିଚ୍‌ ଗୁଣ ରହିଛି। ଏହା ଓଠର କଳାପଣ ଦୂରକରିବାରେ ସାହାଯ୍ୟ କରିଥାଏ। ଏଥିସହ ବିଟ୍‌ ନାଚୁରାଲ୍‌ ରଙ୍ଗ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ। ବିଟ୍‌ର ରସ କିମ୍ବା ପେଷ୍ଟ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୋଇପଡ଼ନ୍ତୁ। ରାତି ସାରା ଏମିତି ରଖିବା ପରେ ତାକୁ ସକାଳେ ଓଠକୁ ଭଲଭାବେ ଧୋଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ସୁସ୍ଥ ହୃତ୍‌ପିଣ୍ଡ ଓ ରକ୍ତଚାପ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri