ଓଟିଇଟି ପରୀକ୍ଷାରେ ବିଭ୍ରାଟ ଘଟଣା: ବୋର୍ଡ କାର୍ଯ୍ୟାଳୟ ଘେରାଉ

କଟକ ଅଫିସ,୧୫ା୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷାରେ ଅନେକ ବିଭ୍ରାଟ ଘଟିଛି। ଗତ ୯ ତାରିଖରେ ବୋର୍ଡ ପକ୍ଷରୁ ପରୀକ୍ଷାର ଉତ୍ତର ଶିଟ୍‌ ଅନ୍‌ଲାଇନରେ ପ୍ରକାଶ ପାଇଥିଲା। ହେଲେ ପ୍ରତି ଶିଟ୍‌ରେ ଉତ୍ତର ଭୁଲ୍‌ ଥିବା ଜଣାପଡିଥିଲା। ଉଦାହରଣ ସ୍ବରୂପ, ପ୍ରଶ୍ନଥିଲା- ଓଡ଼ିଶାର ୨୬ତମ ରାଜ୍ୟପାଳ କିଏ? ଯେଉଁଥିରେ ୪ଟି ଅପ୍‌ଶନ ରହିଥିଲା, ଯଥା-ପ୍ରଫେସର ଗଣେଶୀ ଲାଲ, ସତ୍ୟପାଲ ମଲ୍ଲିକ, ନବୀନ ପଟନାୟକ ଓ ରାମ ନାଏକ। ତେବେ ଓଟିଇଟି ପକ୍ଷରୁ ଜାରି କରାଯାଇଥିବା ଉତ୍ତର ଥିଲା ନବୀନ ପଟ୍ଟନାୟକ। ହେଲେ ଠିକ୍‌ ଉତ୍ତର ହେଉଛି ଗଣେଶି ଲାଲ। କେବଳ ଏହି ଗୋଟିଏ ପ୍ରଶ୍ନ ନୁହେଁ, ଆହୁରି ଅନେକ ପ୍ରଶ୍ନର ଭୁଲ ଉତ୍ତର ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ଏଭଳି ଅଭିଯୋଗ ଉଠାଇ ରାଜ୍ୟ ସ୍ତରୀୟ-୫ (ଏକ୍ସ କ୍ୟାଡର) ଶିକ୍ଷକ ମହାସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ସୋମବାର ବୋର୍ଡ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏଥିସହ ବୋର୍ଡ ସମ୍ପାଦକ ରାମାଶିଷ ହାଜରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବୋର୍ଡ କର୍ତ୍ତୃପକ୍ଷ ଠିକ୍‌ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୁହାଯାଇଛି।
ଗତ ଅଗଷ୍ଟ ୫ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଓଟିଇଟି ପରୀକ୍ଷା ହୋଇଥିଲା। ୨୦୧୮ରେ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ସେହି ବର୍ଷ ବାତିଲ ହୋଇଥିବା ପରୀକ୍ଷାକୁ ଗତ ଅଗଷ୍ଟରେ କରାଯାଇଥିଲା। ୫୦ପ୍ରତିଶତ ପ୍ରଶ୍ନର ଉତ୍ତର ବୋର୍ଡ ପକ୍ଷରୁ ଭୁଲ୍‌ ଦର୍ଶାଯାଇଛି ବୋଲି ଆନ୍ଦୋଳନକାରୀଙ୍କ ମୁଖ୍ୟ ଅଭିଯୋଗ ରହିଥିଲା। ଏହାଛଡ଼ା କିଛି ପ୍ରଶ୍ନରେ ତାମିଲ, କେରଳୀ ଓ ବେଙ୍ଗଲୀ ଶବ୍ଦକୁ ବ୍ୟବହାର କରାଯାଇଥିବାରୁ ପରୀକ୍ଷାର୍ଥୀମାନେ ବୁଝି ପାରି ନ ଥିଲେ। ଅନ୍ୟପଷରେ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ମଧ୍ୟ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ସଭାପତି ଶିବଲାଲ ସାହୁ କହିଛନ୍ତି, ବୋର୍ଡ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁ ରାଜ୍ୟର ଲକ୍ଷାଧିକ ପରୀକ୍ଷାର୍ଥୀ ହଇରାଣ ହେବା ଭଳି ପରିସ୍ଥିତି ଉପୁଜିଛି। ପ୍ରତିଟି ପ୍ରଶ୍ନର ମୂଲ୍ୟାୟନ ପାଇଁ ୫୦୦ଟଙ୍କା ଧାର୍ଯ୍ୟ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସେମାନଙ୍କ ଭୁଲ ଯୋଗୁ ପରୀକ୍ଷାର୍ଥୀଙ୍କ ଅର୍ଥ ହାନି ହେଉଛି। ଗ୍ରେସ ମାର୍କ ଦିଆଯିବା ପାଇଁ ମୁଖ୍ୟ ଦାବି କରିଛୁ। ଏଥିସହ ପରୀକ୍ଷାର୍ଥୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଓ ପରୀକ୍ଷାରେ ଅନିୟମିତତା ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କୁ ନିଲମ୍ବନ କରାଯିବାକୁ ଦାବି କରୁଛୁ। ବୋର୍ଡ କର୍ତ୍ତୃପକ୍ଷ ଦାବି ନ ଶୁଣିଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ସଭାପତି ସାହୁ କହିଥିଲେ। ଏ ସମ୍ପର୍କରେ ବୋର୍ଡ ସମ୍ପାଦକ ହାଜରା କହିଛନ୍ତି, ଦାବିପତ୍ର ଗ୍ରହଣ କରାଯାଇଛି। ତ୍ରୁଟି କେଉଁଠାରେ ଅଛି ସେ ସମ୍ପର୍କରେ ପଚରାଉଚରା ଆରମ୍ଭ ହୋଇ ସାରିଲାଣି। ସମସ୍ତ ଘଟଣା ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri