ଐତିହ୍ୟ ପୃଷ୍ଠାରୁ…: ସରସ୍ବତୀଙ୍କ ପ୍ରତୀକ ରୂପେ ପୂଜା ପାଏ ମାଦଳାପାଞ୍ଜି

ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଅଛି-ତଢାଉକରଣ ରୂପେ ମାଦଳାପାଞ୍ଜି ଦିନକୁ ଦିନ ଗଡ଼ାଇ ଲେଖିବେ। ପୁରୁଣା ପାଞ୍ଜିଗୁଡ଼ିକୁ ହଳଦୀ କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଯେଉଁଦିନ ଯେଉଁ ଯାତ୍ରା ହୋଇବ ସେହିଦିନ ପୁରୁଣା ମାଦଳାପାଞ୍ଜି ପଢି ପାଇକ, ଲେଙ୍କା, ମହାଜନ ଓଗେରଙ୍କୁ ଦେଉଳକରଣଙ୍କ ଉପସ୍ଥିତିରେ କହିବେ। ବାସ୍ତବରେ କେବଳ ତଢାଉକରଣ ମାଦଳାପାଞ୍ଜି ଲେଖୁ ନ ଥିଲେ। ଦେଉଳକରଣ ମଧ୍ୟ ଲେଖୁଥିଲେ। ଦେଉଳକରଣ ହେଉଛନ୍ତି ମହାନାୟକ ଶାଢିବନ୍ଧା କରଣ ସେବକ। ସାବାଳକ ହେବା ପରେ ପ୍ରଥମେ ଶ୍ରୀମନ୍ଦିର ନୀତିରେ ସେ ଜ୍ଞାନ ହାସଲ କରନ୍ତି। ମାଦଳାପାଞ୍ଜି କାମରେ ଜ୍ଞାନ ହାସଲ କରିବା ଅର୍ଥାତ୍‌ ପାଞ୍ଜି ପଢିବା ଓ ଲେଖିବାର ତରିକା ଜାଣିବା ପରେ ଶାଢି ବନ୍ଧାଇ ସେବା କରନ୍ତି। ତେଣୁ ଯାତ୍ରା ତିଥିରେ ତଢାଉକରଣ ତାଙ୍କ ଉପସ୍ଥିତିରେ ପୁରୁଣା ପାଞ୍ଜି ପଢି ପୂର୍ବରୁ କିପରି ନୀତି ହୋଇଥିଲା ତାହା ଜଣାଇଥାନ୍ତି।
ଶ୍ରୀମନ୍ଦିର ଉପାସନାର ସମସ୍ତ ଦିଗ କିପରି ଶୃଙ୍ଖଳିତ ହେବ ତା’ର ମାର୍ଗଦର୍ଶିକା ହେଉଛି ମାଦଳାପାଞ୍ଜି। ଏହା ପ୍ରାମାଣିକ ହେବା ସ୍ବାଭାବିକ। ମାଦଳାପାଞ୍ଜିକୁ ଏପରି ଗୁରୁତ୍ୱ ଦିଆଯାଏ ଯେ, ଗଜପତିଙ୍କ ଆଦେଶକ୍ରମେ ବର୍ଷକୁ ଦୁଇଥର ଗଣେଶ ପୂଜା ଓ ସରସ୍ବତୀ ପୂଜା ଦିନ ପୂଜା କରାଯାଏ। ଉଭୟ କରଣଙ୍କ ସହଯୋଗରେ ଏହି ପୂଜା ସମାପନ ହୁଏ। ମାଦଳା ପାଞ୍ଜିରେ ସତ୍ୟତା ନାହିଁ ବୋଲି ଅନେକ ଇତିହାସକାର ମତ ଦେଇଛନ୍ତି। ସେମାନେ ରାଏସାହେବ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଙ୍କଳିତ ମାଦଳାକୁ ଆଙ୍ଗୁଠି ଦେଖାଇଛନ୍ତି। ମନେହୁଏ ପୂଜାରେ ବସୁଥିବା ଲେଖା ପୋଥିକୁ ସେମାନେ ଦେଖିନାହାନ୍ତି।
ପୂର୍ବ ବର୍ଷମାନଙ୍କରେ ହୋଇଥିବା ନୀତିକୁ ଆଧାର କରି ଯଦି ଶ୍ରୀମନ୍ଦିରରେ ନୀତି ସମ୍ପାଦନ ହୋଇପାରୁଛି, ତାହା କଣ ମିଛ ଲେଖାକୁ ଆଧାର କରି ହେଉଛି! ପ୍ରକୃତରେ ଶହ ଶହ ବର୍ଷ ଧରି ମାଦଳା ଲେଖା ଚାଲିଛି। ତାକୁ ଠିକଣା ଢଙ୍ଗରେ ସଜାଇବାକୁ ଆମେ ବୋଧହୁଏ ଆଗୁଆ ହୋଇନେ। ମାଦଳା ଲେଖକଙ୍କ ବିନା ତଥା ଶ୍ରୀମନ୍ଦିର ପ୍ରଶାସନ ବିନା ଇଏ କାମ ସହଜ ନୁହେଁ।
ଲେଖା ଚାଲୁଥିବା ମାଦଳା କାଳପ୍ରବାହରେ ନଷ୍ଟହେବା ସ୍ବାଭାବିକ। ଯେତିକି ନଷ୍ଟ ହୋଇଥିବ ତା’ର ପୂର୍ବ ଓ ପର ପ୍ରସଙ୍ଗ ଅସଙ୍ଗତ ଲାଗିବ। ଜଣେ ବ୍ୟକ୍ତି ସଙ୍କଳନ କରିବା ସହଜ ନୁହେଁ, ତଥାପି ପୂଜ୍ୟ ଆର୍ତ୍ତବଲ୍ଲଭ ମହାନ୍ତି ଯେତିକି ସମ୍ଭବ ହୋଇଛି ତାକୁ ଏକାଠି କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଭାଗ ଅଧାବିଧା ରୂପରେ ଆମେ ଦେଖୁଛେ। ତଥ୍ୟ ଅନୁଯାୟୀ, ଏହାର ଅନେକ ଭାଗ ରହିଛି। ଗୋଷ୍ଠୀଗତ ଭାବରେ, ଶିକ୍ଷାନୁଷ୍ଠାନ କିମ୍ବା ପ୍ରଶାସନ ଏ ଦିଗକୁ ନଜର ପକାଇଲା ଭଳିଆ ଲାଗୁନାହିଁ। ଏହା ହିଁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ନ ଆସିବାର ପ୍ରଧାନ ରହସ୍ୟ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri