ଐତିହ୍ୟ ପୃଷ୍ଠାରୁ…: ସରସ୍ବତୀଙ୍କ ପ୍ରତୀକ ରୂପେ ପୂଜା ପାଏ ମାଦଳାପାଞ୍ଜି

ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଅଛି-ତଢାଉକରଣ ରୂପେ ମାଦଳାପାଞ୍ଜି ଦିନକୁ ଦିନ ଗଡ଼ାଇ ଲେଖିବେ। ପୁରୁଣା ପାଞ୍ଜିଗୁଡ଼ିକୁ ହଳଦୀ କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଯେଉଁଦିନ ଯେଉଁ ଯାତ୍ରା ହୋଇବ ସେହିଦିନ ପୁରୁଣା ମାଦଳାପାଞ୍ଜି ପଢି ପାଇକ, ଲେଙ୍କା, ମହାଜନ ଓଗେରଙ୍କୁ ଦେଉଳକରଣଙ୍କ ଉପସ୍ଥିତିରେ କହିବେ। ବାସ୍ତବରେ କେବଳ ତଢାଉକରଣ ମାଦଳାପାଞ୍ଜି ଲେଖୁ ନ ଥିଲେ। ଦେଉଳକରଣ ମଧ୍ୟ ଲେଖୁଥିଲେ। ଦେଉଳକରଣ ହେଉଛନ୍ତି ମହାନାୟକ ଶାଢିବନ୍ଧା କରଣ ସେବକ। ସାବାଳକ ହେବା ପରେ ପ୍ରଥମେ ଶ୍ରୀମନ୍ଦିର ନୀତିରେ ସେ ଜ୍ଞାନ ହାସଲ କରନ୍ତି। ମାଦଳାପାଞ୍ଜି କାମରେ ଜ୍ଞାନ ହାସଲ କରିବା ଅର୍ଥାତ୍‌ ପାଞ୍ଜି ପଢିବା ଓ ଲେଖିବାର ତରିକା ଜାଣିବା ପରେ ଶାଢି ବନ୍ଧାଇ ସେବା କରନ୍ତି। ତେଣୁ ଯାତ୍ରା ତିଥିରେ ତଢାଉକରଣ ତାଙ୍କ ଉପସ୍ଥିତିରେ ପୁରୁଣା ପାଞ୍ଜି ପଢି ପୂର୍ବରୁ କିପରି ନୀତି ହୋଇଥିଲା ତାହା ଜଣାଇଥାନ୍ତି।
ଶ୍ରୀମନ୍ଦିର ଉପାସନାର ସମସ୍ତ ଦିଗ କିପରି ଶୃଙ୍ଖଳିତ ହେବ ତା’ର ମାର୍ଗଦର୍ଶିକା ହେଉଛି ମାଦଳାପାଞ୍ଜି। ଏହା ପ୍ରାମାଣିକ ହେବା ସ୍ବାଭାବିକ। ମାଦଳାପାଞ୍ଜିକୁ ଏପରି ଗୁରୁତ୍ୱ ଦିଆଯାଏ ଯେ, ଗଜପତିଙ୍କ ଆଦେଶକ୍ରମେ ବର୍ଷକୁ ଦୁଇଥର ଗଣେଶ ପୂଜା ଓ ସରସ୍ବତୀ ପୂଜା ଦିନ ପୂଜା କରାଯାଏ। ଉଭୟ କରଣଙ୍କ ସହଯୋଗରେ ଏହି ପୂଜା ସମାପନ ହୁଏ। ମାଦଳା ପାଞ୍ଜିରେ ସତ୍ୟତା ନାହିଁ ବୋଲି ଅନେକ ଇତିହାସକାର ମତ ଦେଇଛନ୍ତି। ସେମାନେ ରାଏସାହେବ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଙ୍କଳିତ ମାଦଳାକୁ ଆଙ୍ଗୁଠି ଦେଖାଇଛନ୍ତି। ମନେହୁଏ ପୂଜାରେ ବସୁଥିବା ଲେଖା ପୋଥିକୁ ସେମାନେ ଦେଖିନାହାନ୍ତି।
ପୂର୍ବ ବର୍ଷମାନଙ୍କରେ ହୋଇଥିବା ନୀତିକୁ ଆଧାର କରି ଯଦି ଶ୍ରୀମନ୍ଦିରରେ ନୀତି ସମ୍ପାଦନ ହୋଇପାରୁଛି, ତାହା କଣ ମିଛ ଲେଖାକୁ ଆଧାର କରି ହେଉଛି! ପ୍ରକୃତରେ ଶହ ଶହ ବର୍ଷ ଧରି ମାଦଳା ଲେଖା ଚାଲିଛି। ତାକୁ ଠିକଣା ଢଙ୍ଗରେ ସଜାଇବାକୁ ଆମେ ବୋଧହୁଏ ଆଗୁଆ ହୋଇନେ। ମାଦଳା ଲେଖକଙ୍କ ବିନା ତଥା ଶ୍ରୀମନ୍ଦିର ପ୍ରଶାସନ ବିନା ଇଏ କାମ ସହଜ ନୁହେଁ।
ଲେଖା ଚାଲୁଥିବା ମାଦଳା କାଳପ୍ରବାହରେ ନଷ୍ଟହେବା ସ୍ବାଭାବିକ। ଯେତିକି ନଷ୍ଟ ହୋଇଥିବ ତା’ର ପୂର୍ବ ଓ ପର ପ୍ରସଙ୍ଗ ଅସଙ୍ଗତ ଲାଗିବ। ଜଣେ ବ୍ୟକ୍ତି ସଙ୍କଳନ କରିବା ସହଜ ନୁହେଁ, ତଥାପି ପୂଜ୍ୟ ଆର୍ତ୍ତବଲ୍ଲଭ ମହାନ୍ତି ଯେତିକି ସମ୍ଭବ ହୋଇଛି ତାକୁ ଏକାଠି କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଭାଗ ଅଧାବିଧା ରୂପରେ ଆମେ ଦେଖୁଛେ। ତଥ୍ୟ ଅନୁଯାୟୀ, ଏହାର ଅନେକ ଭାଗ ରହିଛି। ଗୋଷ୍ଠୀଗତ ଭାବରେ, ଶିକ୍ଷାନୁଷ୍ଠାନ କିମ୍ବା ପ୍ରଶାସନ ଏ ଦିଗକୁ ନଜର ପକାଇଲା ଭଳିଆ ଲାଗୁନାହିଁ। ଏହା ହିଁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ନ ଆସିବାର ପ୍ରଧାନ ରହସ୍ୟ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri