ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ:‘ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ରହିବ ବାଲିଯାତ୍ରା’

କଟକ ଅଫିସ, ୧୩-୧୧:ଓଡ଼ିଶା ହେଉଛି ଇଣ୍ଡୋନେସିଆବାସୀଙ୍କ ଦ୍ୱିତୀୟ ଘର। ଓଡ଼ିଶା ସହିତ ଆମର ସମ୍ପର୍କ ଅତି ନିବିଡ଼। ବାଣିଜି୍ୟକ, ଆଧ୍ୟାତ୍ମିକ କ୍ଷେତ୍ରରେ ଓଡ଼ିଶା ସହିତ ଇଣ୍ଡୋନେସିଆର ଅନେକ ସାମଞ୍ଜସ୍ୟ ରହିଛି। ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ସ୍ଥାନ ପାଇବ କଟକ ବାଲିଯାତ୍ରା। ଇଣ୍ଡୋନେସିଆର ବିଭିନ୍ନ ପର୍ବପର୍ବାଣି ସହିତ ବାଲିଯାତ୍ରାକୁ ଯୋଗ କରାଯିବ। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନକୁ ବାଲିଯାତ୍ରା ଭାବେ ଉଲ୍ଲେଖ କରାଯିବ ବୋଲି ଘୋଷଣା କରିଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁରୋ। ମଙ୍ଗଳବାର ସନ୍ଧ୍ୟାରେ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସିଦ୍ଧାର୍ଥୋ ଯୋଗଦେଇ ଓଡ଼ିଶା-ଇଣ୍ଡୋନେସିଆ ସମ୍ପର୍କକୁ ବର୍ଣ୍ଣନା କରିବା ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ। ବିଜୁ ପଟ୍ଟନାୟକଙ୍କୁ ସେ ହିରୋ ଅଫ ଇଣ୍ଡୋନେସିଆ କହିବା ସହିତ ୧୯୯୫ରେ ଇଣ୍ଡୋନେସିଆ ପକ୍ଷରୁ ବିଜୁଙ୍କୁ ମିଳିଥିବା ଭୂମିପୁତ୍ର ଉପାଧି କଥାକୁ ସେ ମନେପକାଇଥିଲେ। ତେଣୁ ଭବିଷ୍ୟତକୁ ଆଖିଆଗରେ ରଖି ଭାରତ, ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ନୌବାଣିଜ୍ୟ ସମ୍ପର୍କକୁ ମଜଭୁତ କରିବା ପାଇଁ ସେ ବିଭିନ୍ନ ପ୍ରସ୍ତାବ ରଖିଥିଲେ।
ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଜଗତୀକରଣର ପ୍ରଭାବ ଯୋଗୁ ବ୍ୟବସାୟିକ କ୍ଷେତ୍ରରେ ଦେଖାଦେଇଥିବା ପରିବର୍ତ୍ତନ ସମ୍ପର୍କରେ ସେ ଭାଷଣ ଦେଇଥିଲେ। ଆମେ ସାଧବ ପୁଅଙ୍କୁ ମନେପକାଉଛେ, କିନ୍ତୁ ବର୍ତ୍ତମାନର ଯୁବକ ବ୍ୟବସାୟ ପାଇଁ ମନବଳାଉ ନ ଥିବା ବାଚସ୍ପତି କହିଥିଲେ। ସେହିପରି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଚଳିତବର୍ଷ ରାଜ୍ୟ ସରକାର ବାଲିଯାତ୍ରାକୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ଯାହା ପ୍ରଥମ ଥର। ବାଲିଯାତ୍ରା ଏବେ ରାଜ୍ୟସ୍ତରୀୟ ମାନ୍ୟତା ପାଇଛି। ଏହାକୁ ରାଷ୍ଟ୍ରୀୟ ସ୍ତରରେ ଏକ ଜାତୀୟ ମେଳାର ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାଲିଯାତ୍ରାକୁ ନୂଆ ରୂପରେଖ ଦେବା ପାଇଁ ମଧ୍ୟ ସରକାରୀ ସ୍ତରରେ ଯୋଜନା କରାଯାଉଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଦେଶର ଅର୍ଥନୀତିରେ ଏବେ ଲଘୁଚାପ ସୃଷ୍ଟି ହୋଇଛି। ରୋଜଗାର ପନ୍ଥା ମରିଯାଉଛି। ଏଭଳି ଲଘୁଚାପରୁ ବର୍ତ୍ତିବା ପାଇଁ ମେଳା ମହୋତ୍ସବ ଏକ ପ୍ରମୁଖ ମାଧ୍ୟମ। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପାରାଦୀପ ବନ୍ଦର ପ୍ରସଙ୍ଗକୁ ଉଦ୍ଧାର କରି ନୌବାଣିଜ୍ୟ ପରମ୍ପରା ଉପରେ କହିଥିଲେ। ଅତୀତରେ ପାରାଦୀପ ବନ୍ଦରକୁ ନେଇ ଅନେକ ଷଡଯନ୍ତ୍ର ହୋଇଥିବା ମହତାବ କହିଥିଲେ। ମାତ୍ର ପାରାଦୀପ ଆଜି ଦେଶର ଦ୍ୱିତୀୟ ବନ୍ଦରର ମାନ୍ୟତା ପାଇଛି। ଭାଇଜାଗ୍‌ ପରେ ପାରାଦୀପର ନଁା ଉଠୁଛି। ମହତାବ କହିଥିଲେ, କଳିଙ୍ଗର ନୌବାଣିଜ୍ୟ ଯେବେଠାରୁ ଆରମ୍ଭ ହୋଇଛି ସେବେଠୁ ବାଲିଯାତ୍ରା ଚାଲିଛି। ମୁଖ୍ୟତଃ ଦେଶର ପୂର୍ବ ଉପକୂଳରେ ନୌବାଣିଜ୍ୟ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଓ ପରିବେଶ ଉପଲବ୍ଧ ଅଛି। ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ଓଡ଼ିଶା ବନ୍ଦର ଉପରେ ନିର୍ଭର କରି ବାଣିଜ୍ୟ କରିବେ। ଏଭଳି ସ୍ଥିତିରେ ବାଣିଜି୍ୟକ କାରବାର ପାଇଁ ଇଣ୍ଡୋନେସିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଲିଯାତ୍ରାକୁ ଆନ୍ତର୍ଜାତୀୟ ବିପଣୀ ମେଳା କରିବା ପାଇଁ ଏକ ଏମ୍‌ଓୟୁ ହେବା ଆବଶ୍ୟକ ବୋଲି ଏମ୍‌ପି କହିଥିଲେ।
ଉତ୍ସବରେ ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରସାରଥି ବେହେରା, ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ, ପ୍ରଶାନ୍ତ ବେହେରାଙ୍କ ସମେତ ଜିଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ ଓ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବାଲି ସରକାରଙ୍କ ସଂସ୍କୃତି ବିଭାଗ ମୁଖ୍ୟ ମୁଦାନା ବାଲି ସହିତ ଓଡ଼ିଶାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବାଲିଯାତ୍ରା ସ୍ମରଣିକା ଉନ୍ମୋଚିତ ହୋଇଥିଲା। କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଧନ୍ୟବାଦ ଦେଇଥିଲେ। ତେବେ ବିଧାୟକ ମୋକିମଙ୍କ ଅନୁରୋଧକ୍ରମେ ମୁଖ୍ୟ ଅତିଥି ପାତ୍ର ବାଲିଯାତ୍ରାକୁ ୮ ଦିନ ପରିବର୍ତ୍ତେ ୧୦ ଦିନ କରିବାକୁ ଘୋଷଣା କରିଥିଲେ। ମଞ୍ଚରେ ଉପସ୍ଥିତ ସମସ୍ତ ବକ୍ତା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ଉପରେ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri