ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି

ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍‌ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ ପଡ଼େ। ସେଠାରେ ଏକ ମୋଟର ସାଇକେଲ ୩୫୦ ସିସି ରୟାଲ ଏନ୍‌ଫିଲ୍‌ଡ଼ ବୁଲେଟ ଅଛି। ଏହି ମନ୍ଦିରକୁ ତିଆରି କରିବାର ଯୋଜନା ହାୱାଡ଼ାର ବାସିନ୍ଦା ଅନୁତୋଷ ବାନାର୍ଜୀ କରିଥିଲେ। ହଜାର ହଜାର ଲୋକ ନିଜର ସୁରକ୍ଷିତ ଯାତ୍ରାର ପ୍ରାର୍ଥନା କରିବାକୁ ଏଠାକୁ ଆସନ୍ତି। ୨ ଡ଼ିସେମ୍ବର ୧୯୮୮ରେ ଓମ୍‌ ବନ୍ନା (ଯାହାଙ୍କୁ ଲୋକମାନେ ଓମ୍‌ ସିଂହ ରାଠୋର ନାମରେ ଜାଣନ୍ତି) ପାଲିର ପାର୍ଶ୍ୱବର୍ତ୍ତୀ ସହର ବାଙ୍ଗଡ଼ିରୁ ଚୋଟିଲା ଯାତ୍ରା କରୁଥିଲେ। ସେ ସମୟରେ ସେ ମୋଟର ସାଇକେଲରୁ ନିଜର ନିୟନ୍ତ୍ରଣ ହରାଇ ଦେଲେ ଓ ଗୋଟେ ଗଛରେ ବାଡ଼େଇଦେଲେ। ଏହି ଦୁର୍ଘଟଣାରେ ଓମ୍‌ ବନ୍ନାଙ୍କର ମୃତ୍ୟୁ ହୋଇଯାଇଥିଲା ଓ ମୋଟର ସାଇକେଲ ପାହାଡ଼ ତଳକୁ ପଡ଼ିଯାଇଥିଲା। ତା’ପର ଦିନ ପୋଲିସ୍‌ ସେ ମୋଟର ସାଇକେଲକୁ ଜବତ କରି ପୋଲିସ୍‌ ଷ୍ଟେସନ୍‌କୁ ନେଇଯାଇଥିଲା। କିନ୍ତୁ ତା ପର ଦିନ ଷ୍ଟେସନ୍‌ରୁ ଅନ୍ତର୍ଦ୍ଧାନ ହୋଇ ପୁଣି ପୂର୍ବସ୍ଥାନରେ ମିଳିଲା। ଏହି ପରି ଅନେକଥର ହେବା ପରେ ସ୍ଥାନୀୟ ଲୋକମାନେ ଏହାକୁ ଚମତ୍କାର ବୋଲି ମାନିନେଲେ। ସେମାନେ ସେ ବୁଲେଟ୍‌କୁ ପୂଜା କରିବା ଆରମ୍ଭ କରିଦେଲେ। ଏହି ଚମତ୍କାରିତା ସମ୍ପର୍କରେ ଆଖପାଖ ଲୋକମାନେ ଜାଣିବା ପରେ ସେଠାରେ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ମନ୍ଦିର ମଧ୍ୟ କରାଗଲା ଓ ଏହି ମନ୍ଦିରରେ ପ୍ରାର୍ଥନା କଲେ ଯାତ୍ରା ସୁରକ୍ଷିତ ହୁଏ ବୋଲି ସାଧାରଣ ଲୋକଙ୍କର ଧାରଣା।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?