Posted inଫୁରସତ

ଏହି ମନ୍ଦିରରେ କେବେ ବାଜେ ନାହିଁ ଶଙ୍ଖ

ସାଧାରଣତଃ ଦେବଦେବୀଙ୍କ ମନ୍ଦିରରେ ପୂଜାପାଠ ସମୟରେ ଶଙ୍ଖ ବଜାଯାଇଥାଏ। ମାତ୍ର ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେବେ ଶଙ୍ଖ ବାଜେ ନାହିଁ। ବାସ୍ତବରେ ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଉତ୍ତରାଖଣ୍ଡର ଚମେଲି ଜିଲା ଅଳକାନନ୍ଦା ନଦୀ କୂଳରେ ବଦ୍ରିନାଥ ମନ୍ଦିର ରହିଛି। ଯାହା ହିନ୍ଦୁଧର୍ମର ପବିତ୍ର ୪ ଧାମ ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ। ଭଗବାନ ବିଷ୍ଣୁ ଏହି ମନ୍ଦିରରେ ପୂଜା ପାଇଥାନ୍ତି। ଏହି ମନ୍ଦିରରେ ଭିନ୍ନ ଏକ ପରମ୍ପରା ରହିଛି। ଏହି ମନ୍ଦିର ନିର୍ମାଣ ୭-୯ ଶତାବ୍ଦୀରେ ହୋଇଥିବା ପ୍ରମାଣ ମିଳିଥାଏ। ଏହା ଭାରତର ସବୁଠାରୁ ଜନବହୁଳ ତୀର୍ଥସ୍ଥାନ ମଧ୍ୟରୁ ଏକ ଭାବରେ ଗଣନା କରାଯାଇଥାଏ। କାରଣ ଏଠାରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଭଗବାନ ବଦ୍ରିନାରାୟଣଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଏହି ମନ୍ଦିରରେ ଭଗବାନ ବଦ୍ରିନାରାୟଣଙ୍କ ୧ ମିଟର ଲମ୍ବର ଶାଳଗ୍ରାମ ମୂର୍ତ୍ତି ରହିଛି। ନିକଟସ୍ଥ ନାରଦା କୁଣ୍ଡରୁ ପ୍ରଭୁ ଶିବଙ୍କର ଅବତାର ବୋଲି ବିବେଚନା କରାଯାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। କୁହାଯାଏ, ଏହି ମୂର୍ତ୍ତି ନିଜେ ପୃଥିବୀପୃଷ୍ଠରେ ପ୍ରକଟ ହୋଇଥିଲା।
ଏହି ମନ୍ଦିରରେ ଶଙ୍ଖ ନ ବାଜିବା ପଛରେ ଏକ ମାନ୍ୟତା ଅଛି କି, ଏହି ସମୟରେ ହିମାଳୟ କ୍ଷେତ୍ରରେ ରାକ୍ଷସମାନଙ୍କର ଆତଙ୍କ ଥିଲା। ସେ ଏତେ ଉତ୍ପାତ କରୁଥିଲେ କି, ମୁନିଋଷିମାନେ ମନ୍ଦିର କିମ୍ବା ଆଶ୍ରମରେ ଭଗବାନଙ୍କ ପୂଜାର୍ଚ୍ଚନା କରିପାରୁ ନ ଥିଲେ। ରାକ୍ଷସଙ୍କ ଏହି ଉତ୍ପାତ ଦେଖି ଋଷି ଅଗସ୍ତ୍ୟ ମା’ ଭଗବତୀଙ୍କ ସାହାଯ୍ୟ ନେଇଥିଲେ। ଯାହା ପରେ ମା’ କୁଷ୍ମାଣ୍ଡା ଦେବୀ ରୂପରେ ପ୍ରକଟ ହୋଇଥିଲେ ଏବଂ ନିଜର ତ୍ରିଶୂଳ, ଖଣ୍ଡା ସାହାଯ୍ୟରେ ରାକ୍ଷସକୁ ବିନାଶ କରିଥିଲେ। ଏହି ସମୟରେ ଆତାପି ଏବଂ ବାତାପି ନାମକଙ୍କ ଦୁଇ ରାକ୍ଷସ ମା’ କୁଷ୍ମାଣ୍ଡାଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଦୌଡ଼ି ପଳାଇଥିଲେ। ଆତାପି ମନ୍ଦାକିନୀ ନଦୀରେ ଲୁଚିଗଲା ଏବଂ ବାତାପି ବଦ୍ରିନାଥ ଧାମ ଦୌଡ଼ି ଯାଇ ଏଠାରେ ଥିବା ଶଙ୍ଖ ଭିତରେ ଲୁଚିଗଲା। ଏହା ପରେ ବଦ୍ରିନାଥ ଧାମରେ ଶଙ୍ଖ ନ ବାଜିବା ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri