Posted inଖେଳ

ଏହି ବ୍ୟକ୍ତିଙ୍କ ପାଇଁ ସଚିନ କ୍ରିକେଟର ଭଗବାନ ପାଲଟିଥିଲେ

ରାଜ ସିଂ ଡୁଙ୍ଗୁରପୁର,କ୍ରିକେଟରେ ଏହି ନାଁଟିକୁ ହୁଏତ ବେଶି ଲୋକ ଜାଣି ନ ଥିବେ। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଇଁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱ କ୍ରିକେଟର ନାଁ କମାଇଥିଲେ। ଯଦି ସେଦିନ ଡୁଙ୍ଗରପୁର ୧୬ବର୍ଷୀୟ ସଚିନଙ୍କୁ ଦଳରେ ଚୟନ କରି ନ ଥାନ୍ତେ ହୁଏତ ଆଜି କ୍ରିକେଟରେ ଭଗବାନ ଭାବେ ଜଣାଶୁଣା ହୋଇ ନ ଥାନ୍ତେ। ୧୯୩୫ ଡିସେମ୍ବର ୧୯ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଡୁଙ୍ଗରପୁର। ୧୬ବର୍ଷ ପର୍ଯ୍ୟନ୍ତ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ପରେ ୨୦ ବର୍ଷ ଯାଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସହ ଜଡିତ ଥିଲେ। ଏହା ଭିତରେ ଭାରତୀୟ ଦଳର ଚୟନକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ସେ ଚୟନକର୍ତ୍ତା ଥିବାବେଳେ ସଚିନଙ୍କୁ ଭାରତୀୟ ଦଳରେ ନେଇଥିଲେ। ୨୦୦୯ ମସିହା ଆଜିର ଦିନରେ ଅର୍ଥାତ୍‌ ସେପ୍ଟେମ୍ବର ୧୨ରେ ତାଙ୍କ ପରଲୋକ ଘଟିଥିଲା। କ୍ରିକେଟର ଜଗତରେ ରାଜଭାଇ ନାମରେ ପରିଚିତ ଡୁଙ୍ଗରପୁର ସଚିନଙ୍କୁ କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ(ସିସିଆଇ)ରେ ଏଣ୍ଟ୍ରି ଦେବାରେ ସହାୟତା କରିଥିଲେ। ସଚିନଙ୍କ ପାଇଁ ସେ ସିସିଆଇର ନିୟମ ଭାଙ୍ଗିଦେଇ ନୂଆ ନିୟମ କରିଥିଲେ। ଇଂଲଣ୍ଡରେ ସଚିନ ଟ୍ରେନିଂ ନେବା ପାଇଁ ଟଙ୍କା ବି ଜୁଟାଇଥିଲେ ଡୁଙ୍ଗରପୁର। କ୍ରିକେଟରେ ସଫଳତାର ଶ୍ରେୟ ସଚିନ ଡୁଙ୍ଗରପୁରଙ୍କୁ ଦେଇଥିଲେ। ଯଦି ତାଙ୍କୁ ସେତେବେଳେ ସେ ସହାୟତା ନ ଦେଇଥାନ୍ତ, ତେବେ ସେ ଆଜି ଏତେ ସଫଳତା ପାଇପାରି ନ ଥାନ୍ତେ ବୋଲି ସଚିନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri