Posted inଫୁରସତ

ଏହା ଭାରତର ୪ ଦୂରସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌, ଯେଉଁଥିରେ ବସି ଦେଖିପାରିବେ ପୂରା ଭାରତର ଦୃଶ୍ୟ

ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହେଉଥିବା ଆମ ଭାରତ ଏକ ବିରାଟ ଦେଶ। ଏହାର ସଭ୍ୟତା ଓ ସଂସ୍କୃତି ମଧ୍ୟ ଅଲଗା। ତେବେ ଯଦି ଆପଣଙ୍କୁ ଭାରତର ଏହି ଭିନ୍ନଭିନ୍ନ ସଭ୍ୟତା ଓ ସଂସ୍କୃତିକୁ ଦେଖିବା ଲାଗି ଇଚ୍ଛା ହେଉଛି, ଏଥିଲାଗି ଭାରତୀୟ ରେଳ ସବୁଠୁ ଏକ ବଢ଼ିଆ ମାଧ୍ୟମ। ଟ୍ରେନ୍‌ରେ ବସି ରାସ୍ତାର ପାହାଡ଼, ପର୍ବତ, କ୍ଷେତକୁ ଦେଖିପାରିବେ। ମାତ୍ର ଆପଣ କ’ଣ ଏହା ଜାଣନ୍ତି, ଭାରତରେ ଏପରି କିଛି ଟ୍ରେନ ଅଛି, ଯାହା ପୂରା ଭାରତ ଦେଇ ଯାଇଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ଏହି ଟ୍ରେନ୍‌ରେ ବସି ଭାରତ ଭ୍ରମଣ ଇଚ୍ଛାକୁ ସାକାର କରନ୍ତୁ।

ବିବେକ ଏକ୍ସପ୍ରେସ: ଏହି ଟ୍ରେନ୍‌ ଭାରତର ଅଧିକ ସ୍ଥାନ ଯାତ୍ରା କରିଥାଏ। ଏହା କନ୍ୟାକୁମାରୀ, ତାମିଲନାଡୁ , ଦିବ୍ରୁଗଡ଼, ଆସାମ ପର୍ଯ୍ୟନ୍ତ ୪,୨୭୩ କିମି ଚାଲିଥାଏ। ଆପଣଙ୍କ ଏହି ଯାତ୍ରା ୮୫ ଘଣ୍ଟାରେ ପୂରା ହୋଇଥାଏ। ଏଣୁ ଆପଣଙ୍କ ପଶ୍ଚିମବଙ୍ଗରୁ କେରଳ ପର୍ଯ୍ୟନ୍ତ ସୁନ୍ଦର ସଂସ୍କୃତିକୁ ଉପଭୋଗ କରିପାରିବେ।

ହିମସାଗର ଏକ୍ସପ୍ରେସ: ଏହା ଭାରତର ଦ୍ୱିତୀୟ ଅଧିକ ସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌ । ଏହା ୩,୭୧୪ କି.ମି. ଯାତ୍ରା କରିଥାଏ। ଉକ୍ତ ଟ୍ରେନ୍‌ ଉତ୍ତରରେ ଜମ୍ମୁ ଓ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ।

ନବଯୁଗ ଏକ୍ସପ୍ରେସ୍‌: ଏହା ସପ୍ତାହରେ ଥରେ ମାତ୍ର ଚାଲିଥାଏ। ଜମ୍ମୁଟାଭିରୁ ମାଙ୍ଗାଲୋର ଯାଉଥିବା ଏହି ଟ୍ରେନ ୧୨ଟି ରାଜ୍ୟ ଦେଇ ଯାଇଥାଏ।

ଗୁଆହାଟୀ ଏକ୍ସପ୍ରେସ୍‌: ଏହା ଚତୁର୍ଥ ଦୂର ସ୍ଥାନକୁ ଯାତ୍ରା କରୁଥିବା ଟ୍ରେନ୍‌ । ଯଶୋବନ୍ତପୁର ବେଙ୍ଗାଲୁରୁରୁ ଦିବ୍ରୁଗଡ଼ ଆସାମ ପର୍ଯ୍ୟନ୍ତ ଯାଇଥାଏ। ସପ୍ତାହରେ ଥରେ ଚାଲୁଥିବା ଏହି ଟ୍ରେନ୍‌ ୩ ଦିନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri