ଏସ୍‌ସିବିରେ ରୋଗୀଙ୍କୁ ଦିଆଗଲାନି: ୪୨ ପ୍ରକାର ଔଷଧ ହେବ ଏକ୍ସପାଏରି

କଟକ ଅଫିସ, ୪ା୭: ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏକ୍ସପାଏରି ଔଷଧ ଦିଆଯିବାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ୩ ଦିନ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ୨ ଜଣ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଦିଆଯାଇଥିବା ଘଟଣା ନଜରକୁ ଆସିଥିଲା। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଘଟଣା ସମ୍ପର୍କରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ଭିଟାମିନ ଏ, ଡି ଓ ଭିଟାମିନ ବି କମ୍ପ୍ଲେକ୍ସ ସିରପ ଏବଂ ବଟିକାର ଅବଧି ଶେଷ ହୋଇଯାଇଥିବା ଯୋଗୁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ପରିସ୍ଥିତି ଉପୁଜିଛି। ତେଣୁ ଏସ୍‌ସିବି ମେଡିକାଲରେ ଏହି ମେଡିସିନର ଷ୍ଟକ ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ଅଧୀକ୍ଷକଙ୍କଠାରୁ ସବିଶେଷ ତଥ୍ୟ ଲୋଡିଛନ୍ତି।
ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏସ୍‌ସିବିରେ ମହଜୁଦ ଥିବା ଭିଟାମିନ ବି କମ୍ପ୍ଲେକ୍ସ ସିରପର ଅବଧି ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଛି। ତେଣୁ ଆହୁରି ହାତରେ ଗୋଟିଏ ମାସ ରହୁଥିବାରୁ ରୋଗୀଙ୍କୁ ଏହି ମେଡିସିନ ଦେବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ ଏକ୍ସପାଏରି ମେଡିସିନକୁ ନେଇ ଖୋଳତାଡ଼ ହେବା ପରେ ଆଉ ଏକ ବଡ଼ ଘଟଣା ନଜରକୁ ଆସିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍‌ ପକ୍ଷରୁ ଏସ୍‌ସିବି ମେଡିକାଲକୁ ଯୋଗାଇ ଦିଆଯାଇଥିବା ମେଡିସିନ ମଧ୍ୟରୁ ୪୨ ପ୍ରକାର ଔଷଧର ଅବଧି ଆସନ୍ତା ଫେବୃୟାରୀ ମଧ୍ୟରେ ଶେଷ ହେବାକୁ ଯାଉଛି। ସେଥିମଧ୍ୟରୁ କେତେକ ଔଷଧର ଅବଧି ଜୁଲାଇ ଓ ଅଗଷ୍ଟ ରହିଥିବା ଓ୍ବେର ହାଉସ ପକ୍ଷରୁ ବୁଧବାର ଏସ୍‌ସିବି ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଉଦାହରଣ ଭାବେ ପଲିପ୍ରୋପିଲେନ ମେଡିସିନର ଅବଧି ଜୁଲାଇ ୩୧ରେ ସରୁଥିବା ବେଳେ ୬୯୬ଟି ଏହି ଔଷଧ ମେଡିକାଲରେ ମହଜୁଦ ଥିବା ୱେର ହାଉସ ପକ୍ଷରୁ କୁହାଯାଇଛି। ସେହିପରି କୋଟ୍ରିମାଜୋଲ ମାଉଥ୍‌ ପେଣ୍ଟ, ବୁଡେ ସୋନାଇଡ ଇନହେଲର ଓ ଭିଟାମିନ-ଏ ୫୦ହଜାର କ୍ୟାପସୁଲ ଏସ୍‌ସିବି ମେଡିକାଲରେ କାର୍ଯ୍ୟରେ ନ ଲାଗିବାରୁ ତାହାକୁ ଗଞ୍ଜାମ ଜିଲାକୁ ପଠାଯାଇଥିବା ଓ୍ବେର ହାଉସ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଏହାବାଦ ଅବଧି ଶେଷ ହେବାକୁ ଯାଉଥିବା ମେଡିସିନଗୁଡ଼ିକ ଏସ୍‌ସିବି ମେଡିକାଲରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଉଦାହରଣ ଭାବେ ସେପ୍ଟ୍ରିଆଜୋନ ଇଞ୍ଜେକ୍‌ଶନ ଆସନ୍ତା ସେପ୍ଟେମ୍ବରରେ ଏକ୍ସପାଏରି ହେବାକୁ ଥିବାବେଳେ ୪୧୬୦ଟି ଇଞ୍ଜେକ୍‌ଶନ ଓୟାର ହାଉସରେ ମହଜୁଦ ରହିଛି। ସେହିପରି ସେଫେପାଇମ ଇଞ୍ଜେକ୍‌ଶନର ଅବଧି ଆସନ୍ତା ନଭେମ୍ବରରେ ଶେଷହେବାକୁ ଥିବାବେଳେ ସେଥିରୁ ୩୧୮୦ଟି ମେଡିକାଲରେ ମହଜୁଦ ଅଛି। ଟେନୋଫୋବିର ଡିସୋପ୍ରୋକ୍ସିଲ ବଟିକାର ଅବଧି ନଭେମ୍ବରରେ ପୂରିବାକୁ ଥିବାବେଳେ ଏଥିରୁ ୩୬,୪୮୦ଟି ଓ୍ବେର ହାଉସରେ ମହଜୁଦ ଥିବା ସୂଚନା ମିଳିଛି। ମୁଖ୍ୟତଃ ଏହି ମେଡିସିନଗୁଡ଼ିକର ଚିଠା ଡାକ୍ତରଙ୍କ ପାଖରୁ ଆସୁନାହିଁ। ଫଳରେ ଏଗୁଡ଼ିକ ନିରାମୟ କେନ୍ଦ୍ରକୁ ନ ଯାଇ ଓ୍ବେର ହାଉସରେ ପଡ଼ି ରହୁଥିବା ଓ୍ବେର ହାଉସର ଜଣେ କର୍ମଚାରୀ ପରିଚୟ ଗୋପନ ରଖି କହିଛନ୍ତି। ତେବେ ଏହି ମେଡିସିନଗୁଡ଼ିକ ରୋଗୀଙ୍କୁ ନ ଦିଆଯାଇ ଏତେ ସଂଖ୍ୟକ ଗଦା ହୋଇ ରହିବା କାରଣ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ରୋଗ ଅନୁଯାୟୀ ଔଷଧ ଦିଆଯିବ। ତେଣୁ ଯେଉଁ ଔଷଧଗୁଡ଼ିକର ଆବଶ୍ୟକତା ପଡୁନାହିଁ ସେଗୁଡ଼ିକ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏ କ୍ଷେତ୍ରରେ ସାମାଜିକ କର୍ମୀମାନଙ୍କ ମତ ଭିନ୍ନ ରହିଛି। ସାମାଜିକ କର୍ମୀ ମଳୟ ରଞ୍ଜନ ଷଡଙ୍ଗୀ କୁହନ୍ତି, ଡାକ୍ତରମାନେ ଘରୋଇ ମେଡିସିନ ଦୋକାନୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଚିଠା ଲେଖୁଛନ୍ତି। ତେଣୁ ସରକାର ଯେଉଁ ଔଷଧ ସବୁ ମାଗଣାରେ ଯୋଗାଇଛନ୍ତି, ସେଗୁଡ଼ିକ ରୋଗୀଙ୍କ କ୍ଷେତ୍ରରେ ନ ଲାଗି ଏହିଭଳି ଭାବେ ଏକ୍ସପାଏରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri