ଏସ୍‌ସିବି ବୁଲିଲେ ଡବ୍ଲ୍ୟୁଏଚ୍‌ଓ ଟିମ୍‌: ଫନୀ କ୍ଷୟକ୍ଷତିର ଅନୁଧ୍ୟାନ, ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ, ୨୯।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଦୁଇଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଏସ୍‌ସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସଂଗଠନର ନ୍ୟାଶନାଲ ପ୍ରଫେସନାଲ ଅଫିସର ଡକ୍ଟର ପଭନା ମୂର୍ତ୍ତି ଓ ସଂଗଠନର ରିଜିଓନାଲ ଟିମ୍‌ ଲିଡର ଡକ୍ଟର ନୀହାର ରଞ୍ଜନ ରାୟଙ୍କୁ ନେଇ ଗଠିତ ଏହି ଟିମ୍‌ ମେଡିକାଲରେ ଫନୀ ପ୍ରସ୍ତୁତି, ମୁକାବିଲା ଓ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଫନୀ ପୂର୍ବରୁ ରୋଗୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମେଡିକାଲ ପକ୍ଷରୁ କିଭଳି ବ୍ୟବସ୍ଥା କରାଯାଇଥିଲା ସେ ସବୁର ଟିକିନିଖି ତର୍ଜମା ଏହି ଦୁଇ ଜଣ ପ୍ରତିନିଧି କରିଥିଲେ। ଏହା ପରେ ମେଡିକାଲ କଲେଜ ପ୍ରିନ୍ସିପାଲ ପ୍ରଫେସର ଡା.ଜୟଶ୍ରୀ ମହାନ୍ତି ଓ ଅଧୀକ୍ଷକ ପ୍ରଫେସର ଡା. ସି.ବି.କେ. ମହାନ୍ତିଙ୍କ ସହିତ ଏହି ଦୁଇ ଜଣ ପ୍ରତିନିଧି ବିସ୍ତୃତ ଆଲୋଚନା କରିଥିଲେ।
ଗତ ୩ ତାରିଖରେ ହୋଇଥିବା ଫନୀ ବାତ୍ୟାରେ ମେଡିକାଲର ପଲ୍‌ମନାରି ମେଡିସିନ ବିଭାଗର ଭ୍ୟାକ୍ୟୁମ ରିସିଭର ଟ୍ୟାଙ୍କ ଓ ଅକ୍ସିଜେନ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଇଟିଜି ମେଶିନ, ଅଟୋକ୍ଲେଭ ଆଦି କ୍ଷତିଗ୍ରସ୍ତ ହୋଇଥିଲା। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଏସି, ଫ୍ୟାନ ଓ ଗ୍ୟାସ ପାଇପଲାଇନ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏସ୍‌ଏନ୍‌ସିୟୁର ୧୦ଟି ୱାରମର, ୧୬ଟି ସିରିଞ୍ଜ ପମ୍ପ, ୫ଟି ସକ୍‌ସନ ମେଶିନ, ୫ଟି ଫଟୋଥେରାପି, ୮ଟି ଅକ୍ସିଜେନ କନ୍‌ସନଟ୍ରେଟର, ୬ଟି ଅକ୍ସିମେଟର, ୩ଟି ଓଜନ ମେଶିନ ଓ ୧୦ଟି ୱାରମର ବେଡ୍‌ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ହୃଦବକ୍ଷଶଲ୍ୟ ବିଭାଗର ଆଇସିୟୁ କ୍ଷତିଗ୍ରସ୍ତ ହୋଇଥିବା ମେଡିକାଲ ପକ୍ଷରୁ ଅନୁଧ୍ୟାନ କରି ଦଳକୁ ଅବଗତ କରାଯାଇଥିଲା। ଅନ୍ୟପକ୍ଷରେ ଫନୀ ବାତ୍ୟା ପାଇଁ ମେଡିକାଲ ପକ୍ଷରୁ ବ୍ୟାପକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ଦର୍ଶାଯାଇଥିଲା। ବିଦ୍ୟୁତ୍‌ ବିଭ୍ରାଟ ନ ହେବା ପାଇଁ ଜେନେରେଟରଗୁଡ଼ିକୁ ଆଗୁଆ ପ୍ରସ୍ତୁତ ରଖାଯାଇଥିବା ବେଳେ ପାନୀୟଜଳ ଯୋଗାଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଅନୁଧ୍ୟାନକାରୀ ଟିମ୍‌କୁ ମେଡିକାଲ ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

ଖୁସିରେ ଜେଜେ ମା’ଙ୍କୁ ରଙ୍ଗ ଲଗାଇଲେ ନାତି, ରାଗରେ ପଞ୍ଚମ ହୋଇ ଗରମ ପାଣି ଢ଼ାଳିଦେଲେ….

ମୁମ୍ବାଇ,୫ା୩: ନାଗପୁର ଜିଲାର କୋରାଡି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହୋଲିରେ ରଙ୍ଗ ଖେଳୁଥିବା ସମୟରେ ଜେଜେ ମା’ ଉପରେ ପକାଇ ଦେଇଥିଲେ…

ଯୁଦ୍ଧ ମଧ୍ୟରେ ବିନାଶକାରୀ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଆମେରିକା, ହିରୋସିମା ପରମାଣୁ ବୋମାଠାରୁ ୨୦ ଗୁଣ ଅଧିକ ଘାତକ

ଓ୍ବାଶିଂଟନ,୫।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ମଙ୍ଗଳବାର କାଲିଫର୍ନିଆ ଉପକୂଳରେ ଏକ ଡୁମ୍ସଡେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ରିପୋର୍ଟ ଅନୁସାରେ, ମିନିଟ ମ୍ୟାନ…

ଭାରତ ସହ ସେମିଫାଇନାଲ ମ୍ୟାଚ ପୂର୍ବରୁ ବଡ଼ ଚେତାବନୀ ଦେଲେ ଇଂଲଣ୍ଡର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୫।୩: ଭାରତ ବିପକ୍ଷ ସେମିଫାଇନାଲ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ତାଙ୍କ ଦଳକୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ବ୍ରଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ଶ୍ରୀମନ୍ଦିରର ୩ ସେବକଙ୍କୁ କୈଫିୟତ ତଲବ: ଜଣେ ସେବକଙ୍କ ଶାଢ଼ିବନ୍ଧା ଆଦେଶ ପ୍ରତ୍ୟାହାର ନେଇ…

ପୁରୀ,୫ା୩(ଅଜିତ କୁମାର ମହାନ୍ତି): ଫେବୃଆରୀ ୨୮ରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ପାଖରେ ଅଛନ୍ତି ନବୀନଙ୍କ ସହ…

ଭୁବନେଶ୍ୱର,୫ା୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ…

ଆଜି ସେମିଫାଇନାଲ ମ୍ୟାଚରେ ବାଧକ ସାଜିବ ବର୍ଷା! ପାଗକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୩: ICCର ପ୍ରମୁଖ ଟୁର୍ନାମେଣ୍ଟ, ଟି୨୦ ବିଶ୍ୱକପ ୨୦୨୬କୁ ନେଇ ଉତ୍ସାହ ଏବେ ଶୀର୍ଷରେ। ଭାରତ ଏବଂ ଇଂଲଣ୍ଡ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ, ଯାହା…

ବିହାରରେ ପ୍ରଥମ ଥର BJP ମୁଖ୍ୟମନ୍ତ୍ରୀ! ନୀତୀଶଙ୍କ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ…

ପାଟନା,୫।୩: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିଛନ୍ତି। ଏବେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri