ଏସ୍‌ସିଓ ସମ୍ମିଳନୀରେ ମୋଦିଙ୍କ ସମେତ ୮ ରାଷ୍ଟ୍ର ନେତା: ଆତଙ୍କବାଦ ବିରୋଧରେ ଏକାଠି

ବିଶ୍‌କେକ୍‌,୧୫ା୬(ପି.ଟି.):ଆତଙ୍କବାଦ ପ୍ରାୟୋଜକ ଦେଶ ସତର୍କ ରହିବା ଉଚିତ। ଆତଙ୍କବାଦକୁ ଆର୍ଥିକ ସହଯୋଗ କରୁଥିବା, ପ୍ରୋତ୍ସାହନ ଦେଉଥିବା ଦେଶ ଏଥିଲାଗି ଦାୟୀ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍‌କେକ୍‌ରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ) ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ ପାକିସ୍ତାନର ନାମ ନ ନେଇ ଏଭଳି ଚେତାବନୀ ଶୁଣାଇଛନ୍ତି। ଆତଙ୍କବାଦ ଦମନ ଲାଗି ବିଶ୍ୱ ସମୁଦାୟକୁ ନେଇ ଏକ ସମ୍ମିଳନୀ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଏସ୍‌ସିଓ ସମ୍ମିଳନୀରେ ସବୁ ଦେଶ ଏକହୋଇ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାମିଲ୍‌ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ବିକାଶ, ଶାନ୍ତି ଲାଗି ଆତଙ୍କବାଦ ଦମନ ଏକାନ୍ତ ଜରୁରୀ ବୋଲି ମୋଦି ଜୋର୍‌ଦେଇ କହିଛନ୍ତି।
ଆତଙ୍କବାଦବିହୀନ ସମାଜ ଚାହେଁ। ଗତ ରବିବାର ଶ୍ରୀଲଙ୍କା ଗସ୍ତବେଳେ ସେଣ୍ଟ୍‌ ଆଣ୍ଟୋନୀ ଚର୍ଚ୍ଚରେ ଆତଙ୍କବାଦର ନଗ୍ନରୂପ ଦେଖିବାକୁ ପାଇଥିବା ମୋଦି ପ୍ରକାଶ କରିଛନ୍ତି। ବହୁ ନିରୀହ ଲୋକ ଏଥିରେ ପ୍ରାଣ ହରାଇଥିଲେ। ବିଶ୍ୱ ସମୁଦାୟ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇ ଏହାର ମୂଳୋତ୍ପାଟନ କରିବାକୁ ଏକାଠି ହେବା ଦରକାର ବୋଲି ମୋଦି କହିଛନ୍ତି। ଏସ୍‌ସିଓ ସଦସ୍ୟମାନେ ବୃହତର ସ୍ବାର୍ଥ ଲାଗି ଆତଙ୍କବାଦ ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମୋଦି ପ୍ରକାଶ କରିଛନ୍ତି। ଏଥିଲାଗି ଏସ୍‌ସିଓ ପକ୍ଷରୁ ବିଶ୍ୱ ସମ୍ମିଳନୀ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆଫଗାନିସ୍ତାନରେ ଶାନ୍ତି ଓ ସୁରକ୍ଷା ଲାଗି ଏସ୍‌ସିଓ ରାଷ୍ଟ୍ର ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରକାଶଥାଉ କି, ଆତଙ୍କବାଦକୁ ନେଇ ଗୁରୁବାର ପାକିସ୍ତାନ ଉପରେ ମୋଦି ବର୍ଷିଥିଲେ। ତୁରନ୍ତ ଏହି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦକରୁ ବୋଲି କହିବା ସହ ସଦସ୍ୟ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଭାରତ ସହ ଏସ୍‌ସିଓ ସଦସ୍ୟ ଆତଙ୍କବାଦକୁ ଦୃଢ଼ ନିନ୍ଦା କରି ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡ଼ିଛନ୍ତି। ସମୂହ ସହଯୋଗରେ ବିଶ୍ୱରୁ ଆତଙ୍କବାଦ ଦୂରକରିବା ଲାଗି ମିଳିତ ଆହ୍ବାନ ଦିଆଯାଇଛି। ଏସ୍‌ସିଓର ବିଶ୍‌କେକ୍‌ ଘୋଷଣାନାମାରେ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ଆତଙ୍କବାଦକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ଓ ଏହା ବିରୋଧରେ ମିଳିତଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକଳ୍ପ ନେଇଛନ୍ତି। ବିଶ୍ୱ ସମୁଦାୟ ଏଥିଲାଗି ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସହମତି ଭିତ୍ତିରେ ଅନ୍ତର୍ଜାତୀୟ ଆତଙ୍କବାଦକୁ ନେଇ ଏକ ବିଶାଳ ସମ୍ମିଳନୀ କରାଯିବା ଲାଗି ସହମତି ପ୍ରକାଶ ପାଇଛି। ଆତଙ୍କବାଦ ଓ କଠୋରପନ୍ଥୀଙ୍କ ଲାଗି କୌଣସି ରାଜନୀତି କରା ନ ଯାଇ ଏକାଠି ହେବାଲାଗି ଆହ୍ବାନ ଦିଆଯାଇଛି। ପ୍ରକାଶଥାଉ କି, ପଠାନ୍‌କୋଟ୍‌ ଓ ପୁଲ୍‌ଓ୍ବାମା ଆକ୍ରମଣ ପରେ ଆତଙ୍କବାଦକୁ ନେଇ ଭାରତ ପ୍ରତିପକ୍ଷ ପାକିସ୍ତାନ ଉପରେ ଦୋଷ ଲଦିଆସୁଛି। ଆଲୋଚନା ଓ ଆତଙ୍କବାଦ ଏକସଙ୍ଗେ ଚାଲିପାରିବ ନାହିଁ ବୋଲି ଭାରତ କହୁଛି। ସୀମାପାର୍‌ ଆତଙ୍କବାଦ ଭାରତ ଲାଗି ଚିନ୍ତାର କାରଣ ସାଜିଥିବାବେଳେ ଏବେ ସାରା ବିଶ୍ୱ ଅତଙ୍କବାଦ ଜାଲରେ ଛନ୍ଦିହୋଇ ପଡ଼ିଛି। ଏହାକୁ ଦୃଢ଼ ହସ୍ତରେ ଦମନ କରିବାର ସମୟ ଆସିଛି ବୋଲି ମୋଦି କହିବା ପରେ ଏସ୍‌ସିଓ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ଏନେଇ ପ୍ରତିବଦ୍ଧତା ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri