ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି ଆସିଗଲାଣି। କିନ୍ତୁ ବହୁ ଲୋକ ଗରମରେ ରହୁଥିଲେ ମଧ୍ୟ ଏସି ଲଗାଇବାକୁ ଇଛା କରୁ ନାହାଁନ୍ତି। କାଳେ ଏସି ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବ ବୋଲି ସେମାନଙ୍କ ମଧ୍ୟରେ ଆଶଙ୍କା ରହିଛି। ତେବେ ଘରେ ଲଗାଯାଇଥିବା ଏସି ଯୋଗୁ କରୋନା ସଂକ୍ରମଣ ହେବାର ଆଶଙ୍କା ନାହିଁ। ଯଦି କାହାର ଘରେ କରୋନା ସଂକ୍ରମିତ ରହିଥାନ୍ତି, ତାଙ୍କୁ କ୍ୱାରାଣ୍ଟାଇନ୍‌ ରଖାଯିବା ଆବଶ୍ୟକ। ମାତ୍ର ଶପିଂ ମଲ୍‌, ଅଫିସ, ଫିଲ୍ମ ହଲ ଆଦିରେ କରାଯାଇଥିବା ସେଣ୍ଟ୍ରାଲ୍‌ ଏସି ବ୍ୟବସ୍ଥା ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ସେଣ୍ଟ୍ରାଲ୍‌ ଏସି ବ୍ୟବସ୍ଥାରେ ଏକାଧିକ ବ୍ୟକ୍ତି ଏସିକୁ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ସଂକ୍ରମିତଙ୍କଠାରୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ ବୋଲି ଏସି ଏବଂ ଫ୍ରିଜ୍‌ର ଗୁଣବତ୍ତା ଯାଞ୍ଚ୍‌ କରୁଥିବା ସଂସ୍ଥା ଆଇଶେୟାର ପକ୍ଷରୁ କୁହାଯାଇଛି। ଏସିିର ତାପମାତ୍ରାକୁ ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ରଖିବା ଉପରେ ସଂସ୍ଥା ଗୁରୁତ୍ୱାରୋପ କରିଛି। ଏହି ସମୟରେ ଏସି ଚାଲିଥିତ୍ବା ବାୟୁ ମଣ୍ଡଳର ଆଦ୍ରତା ୪୦-୭୦ ପ୍ରତିଶତ ରହିବା ଜରୁରୀ। ଏସି ଚାଲିଥିବା ସମୟରେ ରୁମ୍‌ରେ ଫ୍ୟାନ୍‌ ଲଗାଇବା ଉଚିତ। ଏହା ଫଳରେ ବାୟୁ ଚଳାଚଳ ଯୋଗୁ ତାପମାତ୍ରାରେ ସାମ୍ୟତା ସୃଷ୍ଟି ହୋଇଥାଏ ବୋଲି ଆଇଶେୟାର କହିଛି। ମଝିରେ ମଝିରେ ଝରକା ଖୋଲିବା ମଧ୍ୟ ଆବଶ୍ୟକ। ଏହାଦ୍ୱାରା ବାହାରର ତାଜା ପବନ ଘରେ ପ୍ରବାହିତ ହୋଇପାରିବ। କିଛି ଦିନତଳେ ଚାଇନାରେ ଏକ ରେଷ୍ଟୁରାଣ୍ଟ୍‌ରେ ୯ ଜଣ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିଲା। ସେମାନେ ଏସିରେ ବସିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ କେତେକ କରୋନା ପଜିଟିଭ୍‌ ଥିଲେ। ତେଣୁ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହୋଇଥିଲା। ଅପରପକ୍ଷରେ ଘରେ ସୁସ୍ଥ ଲୋକ ଏସି ଲଗାଇଲେ କୌଣସି ଅସୁବିଧା ହେବାର ଆଶଙ୍କା ନାହିଁ ବୋଲି ଆଇଶେୟାର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri