ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:୫ ଡାକ୍ତର ପଦବୀ ଖାଲି

ଏରସମା, ୨୮।୨ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସକାଶେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏ ନେଇ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ମେଡିକାଲ ପରିସର ଉନ୍ନତୀକରଣ କରାଯାଉଥିବା ବେଳେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରାଯାଉ ନ ଥିବାରୁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏରସମା ବ୍ଲକ ମୁଖ୍ୟାଳୟରେ ପ୍ରତିଷ୍ଠା କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମାନ ଅସୁବିଧା ଦେଖାଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଏରସମାର ୨୫ଟି ପଞ୍ଚାୟତବାସୀକୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୂର୍ବତନ ଏମ୍‌ପି ଲୋକନାଥ ଚୌଧୁରୀଙ୍କ ଉଦ୍ୟମରେ ବ୍ଲକ ମୁଖ୍ୟାଳୟଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଘଟିବ ବୋଲି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିଲା ବେଳେ ଏବେ କର୍ମଚାରୀ ଅଭାବ ଯୋଗୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଚପଲ ନେବା ପାଇଁ ବାରଣ କରାଯାଇଥିବା ବେଳେ ପ୍ରତିଦିନ ଚଟାଣକୁ ଫିନାଇଲରେ ପରିଷ୍କାର କରାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଫୁଲ କୁଣ୍ଡିଆରେ ଗଛ ରଖାଯାଇଛି। ଗାଡି ପାର୍କିଂ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଅଛି। ଫାଟକରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି। ହେଲେ ୩୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ ୮ ଡାକ୍ତର ପଦବୀରୁ ୫ ପଦବୀ ଖାଲିପଡ଼ିଛି। ଏବେ ଏଠାରେ ମାତ୍ର ୩ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପୂରଣ ହୋଇଥିବା ବେଳେ ଶିଶୁ ରୋଗ ବିଶେଷଜ୍ଞ, ପ୍ରସୂତି ଓ ସ୍ତ୍ରୀ ରୋଗ, ଅସ୍ଥିଶଲ୍ୟ, ଭେଷଜ ବିଶେଷଜ୍ଞ ଓ ଜଣେ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଦୀର୍ଘ ଦିନ ହେବ ଖାଲିପଡିଛି। ଫଳରେ ଲୋକମାନେ ଏଠାରୁ ଆବଶ୍ୟକ ଚିକିତ୍ସା ନପାଇ ବାଲିକୁଦା, ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ଡକ୍ତରଖାନାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଅପରପକ୍ଷରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ମୋଟ ୩୦ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। ମାତ୍ର ପରିତାପର ବିଷୟ, ସେଥିରୁ କେତେକ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ନାହାନ୍ତି। ଭିତର ଅନ୍ଧାରୀ, ବାରବାଟିଆ, ଭିରଙ୍ଗ, ପଏଦା ଓ ଜପା ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ନାହାନ୍ତି। ଏ ନେଇ ଭାରପ୍ରାପ୍ତ ଅଧିକରୀ ଡା. ଅମିୟ ସ୍ବାଇଁଙ୍କୁ ପଚାରିବାରେ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri