Posted inଭଦ୍ରକ

ଏଯାଏ ଆଧାର ଲିଙ୍କ୍‌ କରିନାହାନ୍ତି ୭୮୫୫ କାର୍ଡଧାରୀ

ଭଦ୍ରକ ଅଫିସ, ୧୩।୮ – ରାଶନ କାର୍ଡ ସହ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆଧାର ଲିଙ୍କ୍‌ ନ ଥିଲେ ସେପ୍ଟେମ୍ବର ମାସରୁ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ମିଳିବ ନାହିଁ। ରାଜ୍ୟ ସରକାର ଚିଠି ମାଧ୍ୟମରେ ସମସ୍ତ ଜିଲାପାଳଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଭଦ୍ରକ ଜିଲାପାଳଙ୍କ ନିକଟରେ ଚିଠି ପହଞ୍ଚିବା ପରେ ଜିଲାରେ ରାଶନକାର୍ଡଧାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଜିଲାରେ ଥିିବା ମୋଟ ୨,୮୩,୯୫୪ କାର୍ଡଧାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୭୬,୦୦୦ ହିତାଧିକାରୀ ଆଧାର ଲିଙ୍କ୍‌ କରିଥିବା ବେଳେ ୭୮୫୫ କାର୍ଡଧାରୀ ଏହା କରିନାହାନ୍ତି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ବହୁ ନକଲି ରାଶନକାର୍ଡ ରହିଥିବା ଏବଂ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ ହାତେଇ ଖାଉଟି ସାମଗ୍ରୀ ଲୁଟୁଥିତ୍ବା ପୂର୍ବରୁ ଅଭିଯୋଗ ହୋଇଥିତ୍ିଲା। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନ ଥିତ୍ଲା। ଏପରିକି କେତେକ ମୃତ ବ୍ୟକ୍ତିଙ୍କ ନାମରେ ରାଶନ ଉଠାଯାଉଥିବା ଅଭିଯୋଗ ରହିଥିଲା। ଏବେ ଆଧାର ଲିଙ୍କ୍‌ କଟକଣା ଜାରି ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ରାଶନକାର୍ଡ ଆଧାର ଲିଙ୍କ୍‌ କରାଯିବା ସକାଶେ ସମସ୍ତ ରିଟେଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନକଲି କାର୍ଡଧାରୀଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି।
ପ୍ରଶାସନଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ବ୍ଲକରେ ୪୨, ୫୬୯ କାର୍ଡରେ ୧ ,୬୫,୫୫୧ ଜଣଙ୍କୁ ଖାଉଟି ସାମଗ୍ରୀ ପାଉଛନ୍ତି। ସେମାନଙ୍କ ମଧ୍ୟରୁ ୧,୪୬,୯୦୯ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଭଦ୍ରକ ବ୍ଲକର ୪୧,୨୩୦ କାର୍ଡରେ ୧,୬୧,୪୫୩ ଜଣ ରାଶନ ପାଉଥିବା ବେଳେ ୪୦,୬୭୬ କାର୍ଡର ୧,୫୦,୬୭୫ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଭଣ୍ଡାରିପୋଖରୀ ବ୍ଲକରେ ୨୫,୬୫୭ କାର୍ଡରେ ୧,୦୧,୦୯୨ ହିତାଧିକାରୀ ରାଶନ ପାଉଥିବା ବେଳେ ୨୫,୨୫୦ କାର୍ଡରେ ୯୩,୧୫୯ ହିତାଧିକାରୀ ଆଧାର ଲିଙ୍କ୍‌ କରିଛନ୍ତି। ବନ୍ତ ବ୍ଲକର ୨୯,୧୨୮ କାର୍ଡ ରହିଛି। ୧,୧୭,୬୬୧ ହିତାଧିକାରୀ ରାଶନ ପାଉଛନ୍ତି। ୨୮,୧୨୩ କାର୍ଡର୧,୦୦,୪୮୬ ହିତାଧିକାରୀଙ୍କ ଆଧାର ଲିଙ୍କ ହୋଇଛି। ଚାନ୍ଦବାଲି ବ୍ଲକର ୪୭,୭୭୩ କାର୍ଡରେ ୧,୯୨,୨୧୭ ହିତାଧିକାରୀ ରାଶନ ପାଉଥିବା ବେଳେ ଏଥିମଧ୍ୟରୁ ୪୬,୩୬୭ କାର୍ଡର ୧,୬୮,୧୯୬ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଧାମନଗର ବ୍ଲକର ୩୬,୩୦୪ କାର୍ଡର ୧,୪୯,୮୬୦ ହିତାଧିକାରୀ ରାଶନ ପାଉଥିବା ବେଳେ ୩୫,୧୭୦ କାର୍ଡର ୧,୩୨,୪୪୧ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ତିହିଡି ବ୍ଲକରେ ୩୯,୪୦୬ କାର୍ଡରେ ୧,୪୭,୬୯୬ ହିତାଧିକାରୀ ରାଶନ ପାଉଥିବା ବେଳେ ସେଥିମଧ୍ୟରୁ ୩୮,୨୭୯ କାର୍ଡର ୧,୩୧,୫୦୧ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଥିବା ଜଣାପଡ଼ିଛି। ବାସୁଦେବପୁର ଏନ୍‌ଏସିର ୪,୮୭୧ କାର୍ଡରେ ୧୮,୩୭୦ ହିତାଧିକାରୀ ରାଶନ ପାଉଛନ୍ତି। ସେଥିମଧ୍ୟରୁ ୪,୭୮୬ କାର୍ଡର ୧୬,୯୬୫ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ଭଦ୍ରକ ପୌରପାଳିକାରେ ୧୭,୦୧୪ କାର୍ଡରେ ୬୩,୫୫୮ ହିତାଧିକାରୀ ରାଶନ ପାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫,୭୩୧ଟି କାର୍ଡର ୫୪,୪୦୫ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇଛି। ମୋଟ ୯୭ ପ୍ରତିଶତ ଆଧାର ଲିଙ୍କ୍‌ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ୨୧୮ ଟି ପଞ୍ଚାୟତରେ ଥିବା ୫୦୬ ରିଟେଲରଙ୍କୁ ଆଧାର ଲିଙ୍କ୍‌ କରି ନ ଥିବା ଅଯୋଗ୍ୟ ଖାଉଟିଙ୍କୁ ନିର୍ଦ୍ଧାରିତ ସମୟରେ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri