ଏମ୍‌ବିବିଏସ୍‌ ପାଇଛି ବୋଲି ପାନଦୋକାନୀ ଖବର ଦେଇଥିଲେ

କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଡ. ମାନସ ପୁହାଣ ଜଣେ ପ୍ରତିଷ୍ଠିତ ଚର୍ମରୋଗ ବିଶେଷଜ୍ଞ। ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅନ୍ତର୍ଗତ ବାଘମରା ଗାଁରେ ତାଙ୍କର ଜନ୍ମ। ଶରତ ଚନ୍ଦ୍ର ପୁହାଣ ଓ ସରସ୍ବତୀ ପୁହାଣଙ୍କ ପୁଅ ମାନସଙ୍କ ଅନୁଭୂତିରୁ କିଛି..

ମୋ ଗାଁ ନାଁ ଶୁଣିଲେ ସାଧାରଣରେ ଅନୁମାନ କରାଯାଏ ଯେ, ସେଠାକାର ପରିସ୍ଥିତି କିପରି ଥିବ। ଯେତେବେଳେ ମୁଁ ସ୍କୁଲ୍‌ରେ ପାଠ ପଢ଼ୁଥିଲି ସେତେବେଳେ ଲାଇନ୍‌, ପକ୍କା ରାସ୍ତା ଆମ ଗାଁରେ ନଥିଲା। ଏଣୁ ଦେଶଦୁନିଆର ଖବରଠାରୁ ଆମେ ସବୁବେଳେ ବହୁ ଦୂରରେ ରହିଯାଉ। ଯେବେ ଏମ୍‌ବିବିଏସ୍‌ ପାଇଥିଲି, ସେ ଖବର ବି ଦୁଇ ଦିନ ପରେ ମୋ ପାଖରେ ପହଞ୍ଚିଥିଲା। ଜଣେ ବସ୍‌ ଡ୍ରାଇଭର ଆମ ଗାଁ ଛକ ପାନଦୋକାନରେ ଏକଥା କହିଯାଇଥିଲେ। ଦୋକାନୀ ଜଣକ ଦୁଇ ଦିନ ପରେ ଆମ ଘରେ ଆସି ଖବର ଦେଇଥିଲେ।
ଅନୁନ୍ନତ ଅଞ୍ଚଳରେ ମୋର ଜୀବନ ଆରମ୍ଭ ହୋଇଛି। ବ୍ରହ୍ମପୁର ମେଡ଼ିକାଲ କଲେଜରେ ଏମ୍‌ବିବିଏସ୍‌ ପଢ଼ିଥିଲି। ପଢ଼ା ସମୟର କଥା। ଦିନେ ଘରୁ ବାହାରି କଲେଜ ଯିବା ପାଇଁ ପ୍ରସ୍ତୁତ ହେଉଥାଏ। ହଠାତ୍‌ ଆମ ଘର ପାଖରେ ଏକ ପୋଲିସ ଜିପ୍‌ ଲାଗିଲା। ପୋଲିସ ଆସିବା ଖବରକୁ ପ୍ରାୟ ସମସ୍ତେ ସହଜରେ ଗ୍ରହଣ କରିପାରନ୍ତିନି। ପୋଲିସ ଆସିଛି ମାନେ, କ’ଣ ସମସ୍ୟା ହୋଇଛି ବୋଲି ସାଧାରଣରେ ଭାବନା ରହିଛି। ହେଲେ ପୋଲିସ କିଛି ବ୍ୟକ୍ତିଗତ କାର୍ଯ୍ୟରେ ଆମ ଘର ପାଖକୁ ଆସିଥିଲା। ବସ୍‌ ଧରିବାକୁ ହେଲେ ମୋତେ ଘରଠାରୁ ୨କି.ମି. ରାସ୍ତା ଅତିକ୍ରମ କରି ଯିବାକୁ ହୁଏ। ଏଣୁ ଭାବିଲି ପୋଲିସଙ୍କୁ କହି ତାଙ୍କ ଜିପ୍‌ରେ ବସ୍‌ ଷ୍ଟପେଜ ପର୍ଯ୍ୟନ୍ତ ଚାଲିଯିବି। ସାହସ କରି ଗାଡ଼ିରେ ବସିଥିବା ଜଣେ ବଡ଼ ଅଧିକାରୀଙ୍କ ସହ କଥା ହୋଇଥିଲି। ହେଲେ ସେ ଅଧିକାରୀ ଜଣଙ୍କ ମୋ ବିଷୟରେ ଜାଣିଥିଲେ। ମୁଁ ମେଡ଼ିକାଲ ପଢୁଛି ବୋଲି ତାଙ୍କ ନିକଟରେ ଖବର ଥିଲା। ଏଣୁ ସେ ପୋଲିସ ଗାଡ଼ିରେ ମୋତେ ନେବାକୁ ମନା କରି ଦେଇଥିଲେ। ଯଦି ଏବେ ଆମ ସାଙ୍ଗରେ ଯିବ, ତା’ହେଲେ ଆଖପାଖ ୫ଖଣ୍ଡ ଗାଁରେ ତୁମକୁ ପୋଲିସ ନେଇଗଲା ବୋଲି ଗୁଜବ ଉଠିବ। ଭଲ ହେବ ତୁମେ ସାଇକେଲ ନେଇ ଚାଲିଯାଅ ବୋଲି ସେ ଅଧିକାରୀ ଜଣକ କହିଥିଲେ। ଏହା ପରେ ସ୍କୁଟର ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗି ବସ୍‌ ଷ୍ଟପେଜ ପର୍ଯ୍ୟନ୍ତ ଆସିଥିଲି। ଏବେ ଅନେକ ଦେଶ ବୁଲିଲିଣି। ହେଲେ ସେ ଦିନର କଥା ମନେ ଅଛି। ପୋଲିସ ଅଧିକାରୀ ଜଣକ ଯାହା କହିଥିଲେ ତାହା ମିଛ ନୁହେଁ। ଏ ସମାଜରେ ଲୋକ କିଛି ନବୁଝି ମନ୍ତବ୍ୟ ଦିଅନ୍ତି। ପୋଲିସ ଅଧିକାରୀଙ୍କ ସେଦିନର କଥା ମନେ ପଡ଼ିଲେ ଏବେ ହସ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ଜାମିନ ପାଇବା ପରେ ନିଶାଙ୍କ ବଡ଼ ପ୍ରତିକ୍ରିୟା, କହିଲେ ମୁଁ ଆଉ…

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ଜାମିନ ପାଇବା ପରେ ନିଶା ମହାରଣା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ପୁଣି ମଞ୍ଚ ଚଢ଼ିବି। କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ…

‘ଜଙ୍ଗଲ ନିଆଁକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା’, ସଭାରେ ଯୋଗ ଦେଇ ଉପଜିଲାପାଳ କହିଲେ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ରାଜପଥରେ ବିତୁଛି  ଜୀବନ: ୭ଶହ ବର୍ଷର କୌଳିକ ବୃତ୍ତିକୁନେଇ ଘର ଚଳାଉଛନ୍ତି ବଚିଲାଲ 

କେସିଙ୍ଗା,୧୦।୨(ତୁମେଶ୍ୱର ସାହୁ):ରାଜସ୍ତାନରୁ ଓଡ଼ିଶା ଆସି  ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରା ବର୍ଷାରେ ଜାତୀୟ ରାଜପଥ ପାର୍ଶ୍ୱରେ କୌଳିକ ବୃତ୍ତିକୁ ଆପଣେଇଛନ୍ତି ବଚିଲାଲ ଲୁହାର। କଳାହାଣ୍ଡି ଜିଲା…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri