ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିବ ୩ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ,୧୪।୫: କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା ପରେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ବିସ୍ତୃତ ବିବୃତି ରଖିଛନ୍ତି। ଏହି ଅବସରରେ ସେ ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ର ଲାଗି ଗ୍ରହଣ କରାଯାଇଥିବା ନୂଆ ୧୫ ପଦକ୍ଷେପ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ଲାଗି ୬ଟି ପଦକ୍ଷେପ ରହିଥିବା ବେଳେ କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌) ଲାଗି ୨, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ(ଏମ୍‌ଏଫ୍‌ଆଇ)ଗୁଡ଼ିକ ଲାଗି ୨, ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି ୧, କଣ୍ଟ୍ରାକ୍ଟରଙ୍କ ଲାଗି୧, ରିୟଲ ଇଷ୍ଟେଟ ପାଇଁ ୧ ଏବଂ ଟିକସ କ୍ଷେତ୍ରରେ ୩ଟି ପଦକ୍ଷେପ ସାମିଲ ରହିଛି।
ବିଭିନ୍ନ ଘୋଷଣାକରି ସୀତାରାମନ କହିଛନ୍ତି ଯେ, ସରକାର ଆଣିଥିବା ପ୍ୟାକେଜ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ଭାରତକୁ ଆତ୍ମନିର୍ଭର (ସେଲ୍ଫ ରେଲିଆଣ୍ଟ) କରାଇବା ଦିଗରେ ସହାୟକ ହେବ। ଆତ୍ମନିର୍ଭରଶୀଳତାର ଅର୍ଥ ସାରା ବିଶ୍ୱଠାରୁ ନିଜକୁ ଭିନ୍ନ କରି ରଖିବା ନୁହେଁ। ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ରଖିବା। ପ୍ରଧାନମନ୍ତ୍ରୀ ବିସ୍ତୃତ ଲକ୍ଷ୍ୟ ଯୋଜନା ସହ ଅଗ୍ରସର ହେଉଛନ୍ତି। ଦେଶର ବିଭିନ୍ନ ବର୍ଗ ସହ ଆଲୋଚନା କରିବା ପରେ ବହୁ ଯୋଜନା ହାତକୁ ନିଆଯାଇଛି। ଆତ୍ମନିର୍ଭର ଭାରତ ଲାଗି ସେ ୫ ପିଲାର ବା ପ୍ରମୁଖ ମୂଳଦୁଆ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହା ମଧ୍ୟରେ ଅର୍ଥନୀତି, ଭିତ୍ତିଭୂମି, ସିଷ୍ଟମ, ଲୋକସଂଖ୍ୟା ଏବଂ ଚାହିଦା ସାମିଲ ରହିଛି। ଲୋକାଲ ବ୍ରାଣ୍ଡକୁ ବିଶ୍ୱ ସ୍ତରକୁ ନେବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସୀତାରାମନ ମତବ୍ୟକ୍ତ କରିଛନ୍ତି।
ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଦେଶର କ୍ଷୁଦ୍ରଶିଳ୍ପଗୁଡ଼ିକର ମନୋବଳ ବଢ଼ାଇବା ଲାଗି ସୀତାରାମନ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଋଣ ବନ୍ଧକମୁକ୍ତ ଏବଂ ସିଧାସଳଖ ଭାବେ ପ୍ରଦାନ କରାଯିବ। ଉକ୍ତ ପଦକ୍ଷେପ ଦ୍ୱାରା ୪୫ ଲକ୍ଷ କ୍ଷୁଦ୍ର ବାଣିଜ୍ୟ ଉପକୃତ ହେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବର୍ଗରେ ଋଣର ଅବଧି ୪ ବର୍ଷ ଏବଂ ମୋରାଟୋରିୟମ ଅବଧି ୧୨ ମାସ ରହିବ। ଏହାବାଦ ରୁଗ୍‌ଣ ଏମ୍‌ଏସ୍‌ଏମ୍‌ଇ ଲାଗି ୨୦ ହଜାର କୋଟି ଟଙ୍କାର ଏକ ସବ୍‌ଅର୍ଡିନେଟ ଡେଟ୍‌ ପାଣ୍ଠି ବ୍ୟବସ୍ଥା କରାଯିବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ବାଣିଜି୍ୟକ ଅନୁଷ୍ଠାନ ଲାଭବାନ ହୋଇପାରିବେ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅଭିବୃଦ୍ଧି ଲାଗି ୫୦ ହଜାର କୋଟି ଟଙ୍କାର ଇକ୍ୱିଟି ବ୍ୟବସ୍ଥା କରାଯାଇଛି। ଏହା ଏମ୍‌ଏସ୍‌ଏମ୍‌ଇ ଫଣ୍ଡସ ଅଫ୍‌ ଫଣ୍ଡ ଦ୍ୱାରା ଯୋଗାଣ ନେଇ ପଦକ୍ଷେପ ନିଆଯିବ। ଏମ୍‌ଏସ୍‌ଏମ୍‌ଇ ସଂଜ୍ଞାରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି। ଏ କ୍ଷେତ୍ରରେ ସଂଜ୍ଞା ନିର୍ଦ୍ଧାରଣ କରୁଥିବା ସୀମାକୁ ବଢ଼ାଯାଇଛି। କାରବାର ଭିତ୍ତିରେ ସଂସ୍ଥାଗୁଡ଼ିକ ଏମ୍‌ଏସ୍‌ଏମ୍‌ଇ କି ନା ତାହା ବିଚେଚନା କରାଯିବ।
ସୀତାରାମନ କହିଛନ୍ତି ଯେ, ଟିକସଦାତାଙ୍କୁ ୧୮,୦୦୦ କୋଟି ଟଙ୍କାର ଟିକସ ରିଫଣ୍ଡ ଜାରି କରାଯାଇଛି। ଏହାଦ୍ୱାରା ୧୪ ଲକ୍ଷ କୋଟି ଟିକସଦାତା ଲାଭବାନ୍‌ ହେବେ। ନୂଆ ଘୋଷଣା ମୁତାବକ ସରକାର ଇପିିଏଫ୍‌ରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ବାବଦ ୨,୫୦୦ କୋଟି ଟଙ୍କା ପ୍ରଦାନ କରିବେ। ଉକ୍ତ ସ୍କିମ୍‌ର ସୀମାକୁ ଅଗଷ୍ଟ ଯାଏ ବୃଦ୍ଧି କରାଯାଇଛି। ନିଯୁକ୍ତିଦାତାଙ୍କ ଷ୍ଟାଚୁଟୋରି ପିଏଫ୍‌ ଯୋଗଦାନ ୧୨%ରୁ ୧୦%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ପ୍ରାୟ ୬,୭୦୦ କୋଟିର ନଗଦ ସହାୟତା ଉପଲବ୍ଧ ହୋଇପାରିବ। ଆୟକର ରିଟର୍ନର ଧାର୍ଯ୍ୟ ତାରିଖକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ଟାକ୍ସ ଡିଡକସନ ଆଟ୍‌ ସୋର୍ସ(ଟିଡିଏସ୍‌)୨୫% ହ୍ରାସ କରାଯାଇଛି। ଏହାଦ୍ୱାରା ଲୋକଙ୍କ ହାତକୁ ୫୦ହଜାର କୋଟି ଟଙ୍କା ଆସିପାରିବ। ଇପିଏଫ୍‌ ଯୋଗଦାନ କ୍ଷେତ୍ରରେ କମ୍ପାନୀଗୁଡ଼ିକୁ ୩ ମାସର ସବ୍‌ସିଡି ସୁବିଧା ଦେବାକୁ ଘୋଷଣା କରାଯାଇଛି। ଚଳିତ ବର୍ଷ ଜୁନ୍‌ରୁ ଅଗଷ୍ଟ ଯାଏ ଏହି ସୁବିଧା ଉପଲବ୍ଧ ହେବ।
ସେ ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ଲାଗି ୩୦ ହଜାର କୋଟି ଟଙ୍କାର ନଗଦ ସୁବିଧା ମଧ୍ୟ ଘୋଷଣା କରିଛନ୍ତି। ଏହାଦ୍ୱାରା କ୍ଷେତ୍ରଗୁଡ଼ିକ ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ରଖିପାରିବେ ବୋଲି ସରକାର ଆଶାବାଦୀ ରହିଛନ୍ତି। ଆଂଶିକ କ୍ରେଡିଟ୍‌ ଗ୍ୟାରେଣ୍ଠିଂ ସ୍କିମ୍‌ ଦ୍ୱାରା ଏନ୍‌ବିଏଫ୍‌ସିଗୁଡ଼ିକୁ ୪୫ ହଜାର କୋଟି ଟଙ୍କାର ନଗଦ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଦେଶର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକ ବର୍ତ୍ତମାନ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବାରୁ ସେଗୁଡ଼ିକ ଲାଗି ୯୦ ହଜାର କୋଟି ଟଙ୍କାର ଜରୁରିକାଳୀନ ପୁଞ୍ଜି ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କଣ୍ଟ୍ରାକ୍ଟରଙ୍କୁ ସମସ୍ତ ସରକାରୀ ଏଜେନ୍ସି ୬ ମାସ ମହଲତ ଦେବାକୁ କୁହାଯାଇଛି। ସାମଗ୍ରୀ ଓ ସେବା କଣ୍ଟ୍ରାକ୍ଟ କ୍ଷେତ୍ରରେ କାମ ଶେଷ କରିବା ଲାଗି ଏହା ସହାୟକ ହେବ। ଚଳିତ ବର୍ଷ ମାର୍ଚ୍ଚ ୨୫ ସୁଦ୍ଧା ପଞ୍ଜୀକରଣ ଅବଧି ଶେଷ ହେଉଥିବା ରିୟଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକ ଲାଗି କୋହଳ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri