ଏମ୍‌ଏମ୍‌ଡିଆର୍‌ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା

ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସୂଚନା ଦେଇଛନ୍ତି। ଇସ୍ପାତ ମନ୍ତ୍ରଣାଳୟ ଏବଂ ଜାପାନ ଏମ୍‌ଇଟିଆଇ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ କର୍ମଶାଳାରେ ପ୍ରଧାନ କହିଛନ୍ତି ଯେ, ପୂର୍ବରୁ ଓଡିଶା କେବଳ ରୟାଲଟି ଏବଂ ସେଲ୍‌ସ ଟାକ୍ସ ଲାଭ କରୁଥିଲା। ନିୟମରେ ପରିବର୍ତ୍ତନ ହେବା ଯୋଗୁ ଏହା ଦ୍ୱାରା ରାଜ୍ୟ ଅଧିକ ପରିମାଣର ରାଜସ୍ବ ଲାଭ କରିପାରିବ। ଦେଶର ୮୦% ଖଣି କେବଳ ପୂର୍ବାଞ୍ଚଳରେ ରହିଛି। ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ଲାଗି ବିଜୁଳି ବିଲ୍‌ ଟାରିଫରେ ରିହାତି ଦେବା ଲାଗି ପ୍ରଧାନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପ୍ରଚୁର ପରିମାଣର କୋଇଲା ରହିଥିବା ଯୋଗୁ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଏକ ଇକୋସିଷ୍ଟମ ପ୍ରସ୍ତୁତ କରି ଏହି ଶିଳ୍ପକୁ ବଢାଇବା ସେ ଆହ୍ବାନ ଜଣାଇଛନ୍ତି।
ରାଜ୍ୟର ଇସ୍ପାତ ଶିଳ୍ପ ଉପରେ ରହିଥିବା ସମ୍ଭାବନା ଉପରେ ମତ ରଖି ପ୍ରଧାନ କହିଛନ୍ତି, ଓଡିଶା ଇସ୍ପାତ ଶିଳ୍ପ ମଧ୍ୟରେ ଦେଶର ଏକ ନମ୍ବର ରାଜ୍ୟ ହୋଇ ପାରିବ। ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢାଇବା ଦିଗରେ ଏହି ଶିଳ୍ପର ଏକ ପ୍ରମୁଖ ଭୂମିକା ରହିଛି। ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସ୍ଥଳ ହେବା ରାସ୍ତାରେ ଓଡିଶା ରହିଛି। ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରିବା ନେଇ ଯୋଜନା ରଖାଯାଇଛି। ଓଡିଶାରେ କେବଳ ୧୦୦ ନିୟୁତ ମେଟ୍ରିକ ଟନ୍‌ ଇସ୍ପାତ ଉତ୍ପାଦନର ସମ୍ଭାବନା ରହିଛି। ଏହି ଲକ୍ଷ୍ୟ ପୂରଣ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା ବୃଦ୍ଧି ଦିଗରେ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି।
ଦେଶର ଇସ୍ପାତ ବ୍ୟବହାର ଉପରେ ସୂଚନା ଦେଇ ପ୍ରଧାନ କହିଛନ୍ତି ଯେ, ଏବେ ବ୍ୟକ୍ତି ପିଛା ୭୦ କିଲୋଗ୍ରାମ ଇସ୍ପାତ ବ୍ୟବହାର ହେଉଛି। ଏହାକୁ ବଢାଇବା ଦିଗରେ ସରକାର ଯତ୍ନବାନ ଅଛନ୍ତି। ବିଶ୍ୱ ସ୍ତରରେ ମୁଣ୍ଡ ପିଛା ଇସ୍ପାତ ଉତ୍ପାଦନ ୨୨୫ କିଲୋ ଗ୍ରାମ ରହିଥିବା ବେଳେ ଜାପାନରେ ୫୦୦ କିଲୋ ଗ୍ରାମ ରହିଛି। ଓଡ଼ିଶାରେ ଏହାକୁ ଅନ୍ୟୁନ ୧୫୦ କିଲୋ ଗ୍ରାମରେ ପହଞ୍ଚାଇବା ନେଇ ସମ୍ଭାବନା ରହିଛି। ଇସ୍ପାତ ବ୍ୟବହାର ବଢିଲେ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବା ସହ ସାମାଜିକ ଭିତ୍ତିଭୂମି ଓ ବିଭିନ୍ନ କ୍ଷେତ୍ରର ବିକାଶ ସାଧନ ହୋଇ ପାରିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ସେହିଭଳି ରାଜ୍ୟରେ ଇସ୍ପାତ କ୍ଷେତ୍ରର ବିକାଶ ଲାଗି ଏ କ୍ଷେତ୍ରରେ ଏକ ବଡ ଋଣନୀତିର ଆବଶ୍ୟକତା ରହିଛି। ଏହି ଶିଳ୍ପର ବିକାଶ ଲାଗି ଜାପାନ ଏକ ଭଲ ସହଯୋଗୀ ରାଷ୍ଟ୍ର ହୋଇ ପାରିଛି। ଜାପାନ ସହ ମିଳିତ ହୋଇ ଓଡିଶାକୁ ଇସ୍ପାତ ଶିଳ୍ପର ପୂର୍ବୋଦୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଥିବା ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri